Fm College Case: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲା। ଏ-ହି ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ କରିଛି।
Trending Photos
Fm College Case: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲା। ଏ-ହି ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ କରିଛି। କଲେଜ କ୍ୟାମ୍ପସ ଭିତରକୁ ପେଟ୍ରୋଲ ଆଣିଥିଲା କିଏ। ଛାତ୍ରୀ ଜଣକ ନିଜେ ଆଣିଥିଲେ ନା ଆଉ କିଏ ଆଣି ତାଙ୍କୁ ଦେଇଥିଲା । ନା ପୂର୍ବରୁ ପ୍ରେଟ୍ରୋଲ୍ ପ୍ରିନ୍ସପାଲଙ୍କ ରୁମ୍ ଆଗରେ ପୂର୍ବରୁ ମହଜୁଦ ଥିଲା ପ୍ରେଟୋଲ୍। ଏହସବୁ ତମମା୍ ପ୍ରଶ୍ନ କିଛି ସୁରାଖ୍ କ୍ରାଇମ୍ ବ୍ରାଞ୍ଜ ହାତରେ ଲାଗିଛି। କଲେଜ୍ ନିକଟରେ ଥିବା ତାରିଣୀ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ ସୂଚନା ଅନୁସାରେ, ଘଟଣା ଦିନ ଜଣେ ଯୁବତୀ ବୋତଲରେ ପେଟ୍ରୋଲ ନେଇଥିଲେ। ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ପେଟ୍ରୋଲ ନେଇଥିଲେ । ସେହି ପେଟ୍ରୋଲରେ କଲେଜ ଛାତ୍ରୀ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ତେବେ, ଏଠି ପ୍ରଶ୍ନ ଉଠୁଛି ସମ୍ପୃକ୍ତ ଯୁବତୀ ଜଣକ କିଏ ? ସେ ସମ୍ପର୍କରେ ତଦନ୍ତକାରୀ ଦଳ ଭିଡ଼ିଓ ଫୁଟେଜ ଓ ଅନ୍ୟ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ଫଳରେ କ୍ରାଇମବ୍ରାଞ୍ଚ ଟିମକୁ ଏକ ବଡ଼ ସୁରାକ ଲାଗିଥିବା କୁହାଯାଉଛି। ସମ୍ପୃକ୍ତ ଯୁବତୀଙ୍କୁ ଚିହ୍ନଟ କରି ପଚରାଉଚରା କଲେ ସେ କାହା ପାଇଁ ଓ କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ କିଣିଥିଲେ ତାହା ଅଧିକ ସ୍ପଷ୍ଟ ହେବ।
ସୂଚନା ଅନୁଯାୟୀ, ଫକୀର ମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଟ୍ ବିଇଡିର ଦ୍ବୀତିୟ ବର୍ଷର ଛାତ୍ରୀ ଥିଲେ ସୌମ୍ୟାଶ୍ରୀ ବିଷି। ଅଭିଯୋଗ ଅନୁଯାୟୀ, ସୌମ୍ୟାଶ୍ରୀଙ୍କୁ ସେହି କଲେଜ୍ ର ଜଣେ ଏଚଓଡି(ଅଧ୍ୟାପକ) ସମୀର ସାହୁ ମାନିସକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା।
ପୀଡି଼ତାଙ୍କ ଅଭିଯୋଗ ଅନୁଯାୟୀ,ପୀଡି଼ତାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କୁ (ଫେବର ମାଗୁଥିଲେ)। ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ହେଲେ, ପୀଡିତା ଜଣକ ଯେପରି ପ୍ରଧ୍ୟାପକଙ୍କ କଥାରେ ରାଜି ହେଲେନି ତାଙ୍କୁ କ୍ଲାସ୍ ରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଆଗରେ ଅପମାନିତ କରିବା ସହ ପେପରରେ ବ୍ୟାକ୍ ଲଗେଇଦେବ ବୋଲି ଧମକ ଦେଉଥିଲେ କେବଳ ସେତିକି ନୁହେଁ। ପୀଡିତଙ୍କ ଡାଉଟ୍ କ୍ଲିୟରିଂ କ୍ଲାସ୍ ରେ ଡାଉଟ୍ କ୍ଲିଅର ନ କରି ତାଙ୍କ ଅଭିଭାବକଙ୍କୁ କଲ୍ କରି ସୌମ୍ୟାଶ୍ରୀଙ୍କ ବିରୋଧରେ ମିଛସତ କହୁଥିଲେ ସମୀର। ଯାହାକୁ ନେଇ ସୌମ୍ୟାଶ୍ରୀ ଚିନ୍ତାରେ ରହୁଥିଲେ।
ଏନେଇ ସେ ପୋଲିସ୍ ର ଦ୍ବରସ୍ତ ହେବା ସହିତ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଏ ବିଷୟରେ ଲିଖିତ ଅବଗତ କରିଥିଲେ। ହେଲେ କୌଣସି ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏପରିକି କଲେଜର ଅଧ୍ୟକ୍ଷଙ୍କୁ ମଧ୍ୟ ଏ ଘଟଣା ସମ୍ପର୍କରେ ସମସ୍ତ ଘଟଣା ଜଣାଇଥିଲେ ପୀଡ଼ିତା । ହେଲେ ସେ ବି କୌଣସି ପ୍ରକାର ଆକ୍ସନ ଗ୍ରହଣ କରି ନଥିଲେ।
ହେଲା ନିର୍ଯ୍ୟାତନା ଅସତ୍ୟ ହେବାରୁ ଗତ ଶନିବାର ଦିନ ସେ କଲେଜ ପ୍ରିନ୍ସପାଲ୍ ଙ୍କ ରୁମ୍ ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ପୀଡ଼ିତା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲେଶ୍ବର ମେଡିକାଲ୍ ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ଶରୀରର ୯୮ ପ୍ରତିଶତ ଜଳି ଯାଇଥିବାରୁ ମଙ୍ଗଳବାର ଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପରେ ପଳାସିଆ ଗାଁକୁ ପଠାଯାଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟୁ ସମ୍ପନ୍ନ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଉଠୁଛୁ ପଡୁଛି ରାଜ୍ୟ ରାଜନୀତି। ଯାହାକୁ ନେଇ ବାଲେଶ୍ବର ବନ୍ଦ କରାଯାଇଥିବା ବେଳେ (ଗୁରୁବାର) ସାରା ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ପୀ଼ଡ଼ିତାଙ୍କ ଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।