Odisha News: ସଭ୍ୟ ସମାଜରେ ବର୍ବରତା ! ଗୋଚାଲାଣ ସନ୍ଦେହରେ ଯୁବକଙ୍କୁ ଲଣ୍ଡାକରି ଗାଁ ବୁଲାଇଲେ
Advertisement
Article Detail0/zeeodisha/odisha2812641

Odisha News: ସଭ୍ୟ ସମାଜରେ ବର୍ବରତା ! ଗୋଚାଲାଣ ସନ୍ଦେହରେ ଯୁବକଙ୍କୁ ଲଣ୍ଡାକରି ଗାଁ ବୁଲାଇଲେ

ଆକ୍ରମଣକାରୀଙ୍କୁ ଆମାନବୀୟ କାଯ୍ୟାକଳାପ ପରେ ବୁଲୁ ଓ ବାବୁଲା ଙ୍କ ପରିବାର ଲୋକ ଏବେ ଭୟରେ ରହିଥିବା ପ୍ରକାଶ କରିଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ସେମାନଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କୁ ଦଣ୍ତ ଦେବାକୁ ଦାବି କରିଛନ୍ତି।

Odisha News: ସଭ୍ୟ ସମାଜରେ ବର୍ବରତା ! ଗୋଚାଲାଣ ସନ୍ଦେହରେ ଯୁବକଙ୍କୁ ଲଣ୍ଡାକରି ଗାଁ ବୁଲାଇଲେ

Odisha News: ବ୍ରହ୍ମପୁର: ସଭ୍ୟ ସମାଜରେ ବର୍ବରତା ! ଅସଭ୍ୟର ସୀମା ଲଙ୍ଘିଲେ ! ଗୋଚାଲାଣ ସନ୍ଦେହ ରେ ଲଣ୍ଡାକରି ଘାସ ଖୁଆଇ ଆଣ୍ଠେଇ ଆଣ୍ଠେଇ ଗାଁ ସାରା ବୁଲାଇଲେ ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଦୁଇ ଦଳିତ ବ୍ୟକ୍ତି ଙ୍କୁ ଏଭଳି କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି । ଏଭଳି ଦଣ୍ତିତ ଦୁଇ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଦଳିତ ବ୍ୟକ୍ତି ବାବୁଲା ନାୟକ ଓ ବୁଲୁ ନାୟକ । 

ବାବୁଲା ଓ ବୁଲୁ ରବିବାର ଦିନ ନିଜ ଗ୍ରାମ ନିକଟସ୍ଥ ହରିପୁର ଗାଁର ଜଣେ ଚାଷୀଙ୍କ ଠାରୁ ଗୋଟିଏ ଗାଇ ଓ ଦୁଇଟି ବାଛୁରୀ କ୍ରୟ କରି  ଆଣୁଥିବା ବେଳେ ଖାରିଗୁମା ନିକଟରେ  ଗୋ ରକ୍ଷକ କହି କିଛି ଯୁବକ ତାଙ୍କୁ ଅଟକାଇ ଥିଲେ। ପରେ ଦୁଇ ଜଣ କୁ ଜାହାଡ଼ା ଅଣା ଯାଇଥିଲା ସେଠାରେ ଦୁହେଁ ଙ୍କୁ ନିର୍ଦୁମ ବାଡେଇଥିଲେ। ସେମାନେ ପ୍ରାଣ ବିକଳରେ ଜୀବନ ରକ୍ଷା ପାଇଁ ଦୌଡ଼ୁ ଥିବା ବେଳେ ପୁଣି ସେମାନଙ୍କୁ କାବୁ କରିଥିଲେ । ତାଙ୍କ ମୁଣ୍ଡର ଚୁଟିକୁ ଗୋଟିଏ ପଟେ ଲଣ୍ଡା କରିଯିବା ପରେ  ପାଟିରେ ଘାସ ଧରିବାକୁ କହିଥିଲେ । ଏଭଳି ଅବସ୍ଥା ରେ ଆଣ୍ଠେଇ ଆଣ୍ଠେଇ ତାଙ୍କୁ ଯିବାକୁ କୁହାଯାଇ ଥିଲା। କେବଳ ଦଣ୍ଡ ଏତିକି ରେ ସରିନଥିଲା । ନର୍ଦ୍ଦମା ର ଆବର୍ଜନା ପାଣି କୁ ଆଣି ବଳପୂର୍ବକ ପିଆଇଥିଲେ କିଛି ଯୁବକ ।‌ ଗୋଟିଏ ପଟେ ରାଜ୍ୟ ସରକାର ଗୋ ସୁରକ୍ଷା ପାଇଁ ବିଭିନ୍ନ ସ୍ଥରରେ ଆଇନ ବ୍ୟବସ୍ଥା କଡ଼ାକଡ଼ି କରୁଥିବା ବେଳେ , ଅନ୍ୟପଟେ ଗୋ ସୁରକ୍ଷା ଆଳରେ ଦଳିତ ଅସହାୟ ଙ୍କୁ ଲୁଟ ସହ ନିର୍ଯାତନା ଦେବା ଘଟଣା ସାମ୍ନା କୁ ଆସିଛି । ଯାହା ଏନସମାଜରେ ଘଟଣା କୁ ଆଲୋଡନ ସୃଷ୍ଟି କରିଛି। ପିଡିତ ଦୁଇ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଧରି ଗାଁ ସାରା ଅଧା ଲଣ୍ଡା କରି ବୁଲାଇବା ଘଟଣା ଅନେକ ଙ୍କ ମୋବାଇଲ କ୍ୟାମେରା ରେ ରେକର୍ଡ଼ ହୋଇଥିବା ବେଳେ କୈଶଳ କ୍ରମେ ଦୁଇ ବ୍ୟକ୍ତି ଖସି ଆସି ଧରାକୋଟ ଥାନାରେ ପହଞ୍ଚିଥିଲେ । 

ଏପରି ଆଇନି ହାତକୁ ନେଇଥିବା ଯୁବକଙ୍କ ବିରୋଧ ରେ ଧରାକୋଟ ଥାନାରେ ବାବୁଲା ନାୟକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ର ଦୀର୍ଘ 12 ଘଣ୍ଟା ପରେ ଥାନାରେ 240/25 ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି। ହେଲେ ଆକ୍ରମଣକାରୀଙ୍କୁ ଆମାନବୀୟ କାଯ୍ୟାକଳାପ ପରେ ବୁଲୁ ଓ ବାବୁଲା ଙ୍କ ପରିବାର ଲୋକ ଏବେ ଭୟରେ ରହିଥିବା ପ୍ରକାଶ କରିଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ସେମାନଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କୁ ଦଣ୍ତ ଦେବାକୁ ଦାବି କରିଛନ୍ତି।

;