CM Majhi: ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ: ସୁଧୁରିଯାଅ, ନହେଲେ ପରିସ୍ଥିତି ଭଲ ହେବ ନାହିଁ
Advertisement
Article Detail0/zeeodisha/odisha2759083

CM Majhi: ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ: ସୁଧୁରିଯାଅ, ନହେଲେ ପରିସ୍ଥିତି ଭଲ ହେବ ନାହିଁ

Odisha News: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ତୃଣମୂଳ ପ୍ରଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ବ୍ଲକ୍‍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ବିଡିଓମାନେ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେଉ ନାହାନ୍ତି ସେମାନେ ସୁଧୁରି ଯାଆନ୍ତୁ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ
ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ତୃଣମୂଳ ପ୍ରଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ବ୍ଲକ୍‍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ବିଡିଓମାନେ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେଉ ନାହାନ୍ତି ସେମାନେ ସୁଧୁରି ଯାଆନ୍ତୁ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜି ଭୁବନେଶ୍ୱରଠାରେ ବିଡିଓ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ମୁଁ ସିଧାସଳଖ ମୁଖ୍ୟମନ୍ତ୍ରୀ ହୋଇ ନାହିଁ। ସରପଞ୍ଚରୁ ନିର୍ବାଚିତ ହୋଇ ଆଜି ଏହି ପଦବୀରେ ପହଞ୍ଚିଛି। ମୁଁ ତୃଣମୂଳ ପ୍ରଶାସନର କଥା ଜାଣିଛି’।  ଏଣୁ ବିଜେଡି ସରକାର ସମୟରେ ଯେମିତି କାର୍ଯ୍ୟ କରୁଥିଲେ ତାହାକୁ ଭୁଲି ଲୋକଙ୍କ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନେକ ବିଧାୟକ ଆସି ବିଡିଓମାନେ ତାଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।  ସେ କହିଛନ୍ତି ‘ଜନ ପ୍ରତିନିଧି ଆସି ମୋତେ କହୁଛନ୍ତି, ତାଙ୍କୁ ବିଡିଓ ସମ୍ମାନ ଦେଉ ନାହାନ୍ତି। ବସିବାକୁ ଚେୟାରଟିଏ ଦେଉ ନାହାନ୍ତି’। ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଳ୍ପ କିଛି କ୍ଷେତ୍ରରେ ଏପରି ଘଟୁଥିବ। 

ଆମ ସରକାରକୁ ୧୧ ମାସ ହେଲାଣି। ପ୍ରଥମ ୨-୩ ମାସ ପୂର୍ବ ସରକାର ତଥା ବିଜେଡି ସରକାର ସମୟ ଭଳି ପରିଚାଳିତ ହେବାଟା ସ୍ୱଭାବିକ ।  ସେ ଢାଞଚା ଆଉ ନାହିଁ। ଏହା ବିଜଜେପି ସରକାର।  ଏ ସରକାରରେ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ହେବ। ଆପଣମାନେ ଲୋକଙ୍କ କଥା ଶୁଣିବାକୁ ବସିଛନ୍ତି, ସେ ତ ଜନ ପ୍ରତିନିଧି ତାଙ୍କ କଥା କାହିଁକି ଶୁଣିବେ ନାହିଁ ବୋଲି ସେ କହିଛନ୍ତି। ସେମାନଙ୍କ କଥା ଶୁଣନ୍ତୁ ତାଙ୍କ କଥା ରଖନଦ୍ତୁ ବୋଲି କହିଛନ୍ତି। 

‘ମୋର ସରଳତା- ଦୁର୍ବଳତା’ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତଙ୍କ ରେକର୍ଡ ମୋ ପାଖରେ ରହିଛି। ଯେଉଁମାନେ ଭଲ ସେମାନେ ଭଲ ପାଇବେ ଏବଂ ଯେଉଁମାନେ ନୁହେଁ ତାଙ୍କୁ ଉଚିତ ଜବାବ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୌଣସି ରାଜନୀତିକ ଚାପ ନୁହେଁ ଲୋକଙ୍କ ପାଇଁ କାମ କରିବାକୁ ସେ କହିଛନ୍ତି। ସରକାରଙ୍କ ଆଭିମୁଖ୍ୟକୁ ଆଗକୁ ନେବାକୁ ସେ କହିଛନ୍ତି। 

ଏପରିକି ଏମ୍‍ଜିଏନ୍‍ଆର୍‍ଇଜିଏ ଅଧୀନରେ ମସିନ ନୁହେଁ, ବରଂ ଠିକ୍‍ ଶ୍ରମିକଙ୍କ ଦ୍ୱାରା କରିବା ପାଇଁ ସେ କହିଛନ୍ତି। ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟ କରୁଥିବା ମେନାଜ କୁମାର ମହାନ୍ତିଙ୍କୁ ଜଣେ ଭଲ ଅଧିକାରୀ ଭାବେ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ସରପଞ୍ଚ ଥିବା ବେଳେ ମେନାଜ ବିଡିଓ ଥିଲେ। ଏବଂ ସେ ତାଙ୍କ ସହ ଭଲ ଅନୁଭୂତି ରକ୍ଷା କରିଥିବା କହିଛନ୍ତି।

;