ଓଡ଼ିଶାରେ ଆରମ୍ଭ ହେଲା ହ୍ୱାଟ୍ସଆପ୍‍ ସରକାର, ମହାରାଷ୍ଟ୍ର, ଆନ୍ଧ୍ର ପରେ ଦେଶରେ ତୃତୀୟ ରାଜ୍ୟ
Advertisement
Article Detail0/zeeodisha/odisha2672862

ଓଡ଼ିଶାରେ ଆରମ୍ଭ ହେଲା ହ୍ୱାଟ୍ସଆପ୍‍ ସରକାର, ମହାରାଷ୍ଟ୍ର, ଆନ୍ଧ୍ର ପରେ ଦେଶରେ ତୃତୀୟ ରାଜ୍ୟ

Odisha Enters MoU with Meta: ରାଜ୍ୟରେ ଆରମ୍ଭ ହୋଇଛି ହ୍ୱାଟ୍ସଆପ୍‍ ସରକାର। ନାଗରିକ ସେବାଗୁଡ଼ିକୁ ତୁରନ୍ତ ଏବଂ ତ୍ୱରିତ ଦିଗରେ ସମାଧାନ କରିବା ଲାଗି ଏହି ଉଦ୍ୟମ ଆରମ୍ଭ ହୋଇଛି। ଏଥିନେଇ ହ୍ୱାଟ୍ସଆପ୍‍ ସେବା ପ୍ରାଦାନକାରିୀ ସଂସ୍ଥା ମେଟା ଇଣ୍ଡିଆ ସହ ଓଡ଼ିଶା ସରକାର ବୁଝାମଣା ସ୍ୱାକ୍ଷର କରିଛନ୍ତି।

Odisha Enters MoU with Meta
Odisha Enters MoU with Meta

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ହ୍ୱାଟ୍ସଆପ୍‍ ସରକାର। ନାଗରିକ ସେବାଗୁଡ଼ିକୁ ତୁରନ୍ତ ଏବଂ ତ୍ୱରିତ ଦିଗରେ ସମାଧାନ କରିବା ଲାଗି ଏହି ଉଦ୍ୟମ ଆରମ୍ଭ ହୋଇଛି। ଏଥିନେଇ ହ୍ୱାଟ୍ସଆପ୍‍ ସେବା ପ୍ରାଦାନକାରିୀ ସଂସ୍ଥା ମେଟା ଇଣ୍ଡିଆ ସହ ଓଡ଼ିଶା ସରକାର ବୁଝାମଣା ସ୍ୱାକ୍ଷର କରିଛନ୍ତି।  ହ୍ୱାଟ୍ସଆପ୍‍ ମାଧ୍ୟମରେ ସେବା ପାଇବା ଲାଗି ଦେଶର ତୃତୀୟ ରାଜ୍ୟ ଭାବେ ଓଡ଼ିଶା ସାମିଲ ହୋଇଛି। ପୂର୍ବରୁ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ଏହା କାର୍ଯ୍ୟକାରୀ ହୋଇଛି। 

ଏହାଦ୍ୱାରା ରାଜ୍ୟରେ ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌ ଆରମ୍ଭ ହୋଇଛି। ଏହି ଚାଟ୍‍ବଟ୍‍ ମାଧ୍ୟମରେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା  ଭଳି ବିଭିନ୍ନ  ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ପାଇପାରିବେ । 

୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ  ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ଵାଟ୍ସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଫଳରେ ନାଗରିକମାନେ ଟେକ୍ସଟ୍ ଏବଂ ଭଏସ୍ ମାଧ୍ୟମରେ ସମସ୍ତ ସେବା ହାତମୁଠାରେ ମୋବାଇଲ୍‍ରେ ହିଁ ପାଇପାରିବେ। 

fallback

ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ପ୍ରତ୍ୟେକ ନାଗରିକଙ୍କୁ  ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଆମର ପୁଞ୍ଜିନିବେଶ ଦ୍ୱାରା ଏହି ବ୍ୟବସ୍ଥା ସହଜ ହୋଇଛି ।  ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା କେତେକ ପ୍ରତିବନ୍ଧକକୁ ଦୂର କରି  ଜନସାଧାରଣଙ୍କୁ  ଉଦ୍ଦିଷ୍ଟ ସେବାର  ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ।

ଉନ୍ନୟନ କମିଶନର ଶ୍ରୀମତୀ  ଗର୍ଗ  ସର୍ବସାଧାରଣ ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିବା ସହ ସେବା ପ୍ରଦାନରେ ଉତ୍ତରଦାୟିତ୍ୱ ଏବଂ ଏହାର ସରଳତା ବିଷୟରେ ପ୍ରକାଶ କରିଥିଲେ ।  ୟୁନିଫାଇଡ୍ ହ୍ୱାଟ୍ସଆପ୍ ବଟ୍  ମାଧ୍ୟମରେ ଲୋକମାନେ ସହଜରେ ସେବା ପାଇବେ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି  । 

ମେଟା ଇନ୍ ଇଣ୍ଡିଆର ବିଜନେସ୍ ମେସେଜିଂ ନିର୍ଦ୍ଦେଶକ ରବି ଗର୍ଗ ଏହି ଅବସରରେ କହିଛନ୍ତି, ହ୍ୱାଟ୍ସଆପର ସହଜ ବ୍ୟବସ୍ଥା ଓ  ସରଳତା ଯୋଗୁଁ ଲୋକମାନେ ବନ୍ଧୁ ଓ ପରିବାର ସହ ଯୋଗାଯୋଗ ଠାରୁ ଆରମ୍ଭ କରି ଟିକେଟ୍ ବୁକିଂ, ବିଲ୍ ପୈଠ କରିବା ଏବଂ ସର୍ବସାଧାରଣ ସେବା ପାଇବା ପର୍ଯ୍ୟନ୍ତ କାମ କରିବାକୁ  ପସନ୍ଦ କରୁଛନ୍ତି। ଓଡ଼ିଶା ସରକାରଙ୍କ ସହ ଭାଗିଦାରୀ କରି ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ହ୍ଵାଟ୍ସଆପ୍ ର  ଦକ୍ଷତା  ପହଞ୍ଚାଇବା ସହ ସେମାନଙ୍କ ଆଙ୍ଗୁଠିରେ ନାଗରିକ ସେବା ସହଜରେ ଉପଲବ୍ଧ କରାଇବା ପାଇଁ ଆମେ ଆନନ୍ଦିତ ବୋଲି ସେ ପ୍ରକାଶ କରିଥିଲେ । 

 

ଆନ୍ଧ୍ରପ୍ରଦେଶ  ସରକାରୀ ଯୋଜନା, ବିଲ୍ ଦେୟ ଏବଂ ସାର୍ଟିଫିକେଟ୍ ପାଇଁ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌ ଆରମ୍ଭ କରିଥିବା ବେଳେ ମହାରାଷ୍ଟ୍ରରେ ଇ-ପଞ୍ଚାୟତ ଏବଂ ଜମି ରେକର୍ଡ ଭଳି ସମନ୍ୱିତ ସେବା ରହିଛି, ଯାହା ନାଗରିକମାନଙ୍କ ପାଇଁ ଦ୍ରୁତ, କାଗଜବିହୀନ ଅନୁଭୂତିକୁ ସୁନିଶ୍ଚିତ କରୁଛି ।

;