Odisha Govt: ଭତ୍ତା ଟଙ୍କା ବଢ଼ାଇଲେ ଓଡ଼ିଶା ସରକାର
Advertisement
Article Detail0/zeeodisha/odisha2799142

Odisha Govt: ଭତ୍ତା ଟଙ୍କା ବଢ଼ାଇଲେ ଓଡ଼ିଶା ସରକାର

Odisha Govt: ରାଜ୍ୟସରକାରଙ୍କ ଏହି ଘୋଷଣା ଅନୁସାରେ ଗୃହରକ୍ଷୀ ଏଣିକି ୬୨୩ ଟଙ୍କା ପାଇବେ। ପୂର୍ବରୁ ସେମାନେ ୬୧୨ଟଙ୍କା ପାଉଥିଲେ। ସେହିପରି ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ଦୈନିକ ଭତ୍ତା ଆକାରରେ ୧୫୦ ଟଙ୍କା ଏବଂ ତାଲିମ କାଳରେ ଦୈନିକ ୧୪୦ ଟଙ୍କା ପାଇବେ। 

 

ଭତ୍ତା ଟଙ୍କା ବଢ଼ାଇଲେ ଓଡ଼ିଶା ସରକାର
ଭତ୍ତା ଟଙ୍କା ବଢ଼ାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟ କରୁଥିବା ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଦୈନିକ ଭତ୍ତା ପରିମାଣ ବଢ଼ାଇଛନ୍ତି ରାଜ୍ୟ ସରକାର। ଏହି ଭତ୍ତା ବୃଦ୍ଧିକୁ ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକ୍ରମେ ଗୃହରକ୍ଷୀଙ୍କ ଦୈନିକ ଭତ୍ତାରେ ୧୧ଟଙ୍କା ବୃଦ୍ଧି ହୋଇଛି। ବେସାମରିକ ସ୍ୱେଚ୍ଛାସେବୀଙ୍କ ଦୈନିକ ଭତ୍ତାରେ ୧୧୯ଟଙ୍କା ବୃଦ୍ଧି ହୋଇଛି। ସେହିପରି ସେମାନଙ୍କ ତାଲିମ ଭତ୍ତାରେ ୧୧୨ଟଙ୍କା ବୃଦ୍ଧି ହୋଇଛି। 

ରାଜ୍ୟସରକାରଙ୍କ ଏହି ଘୋଷଣା ଅନୁସାରେ ଗୃହରକ୍ଷୀ ଏଣିକି ୬୨୩ ଟଙ୍କା ପାଇବେ। ପୂର୍ବରୁ ସେମାନେ ୬୧୨ଟଙ୍କା ପାଉଥିଲେ। ସେହିପରି ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ଦୈନିକ ଭତ୍ତା ଆକାରରେ ୧୫୦ ଟଙ୍କା ଏବଂ ତାଲିମ କାଳରେ ଦୈନିକ ୧୪୦ ଟଙ୍କା ପାଇବେ। ଯେତେବଳେ ତାଙ୍କ ସେବାର ଆବଶ୍ୟକ ହେବ ସେତେବଳେ ସରକାରଙ୍କୁ ନିୟୋଜିତ କରିବା ସହ ଏହି ଭତ୍ତା ପ୍ରଦାନ କରିବେ। 

ଏବେ ରାଜ୍ୟରେ ମାତ୍ର ୭୫୩ ଜଣ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ସକ୍ରିୟ ଅଛନ୍ତି। କେବଳ ଭୁବନେଶ୍ୱରରେ ଏହି ସଂଖ୍ୟା ରହିଛି ପ୍ରାୟ ୪୦୦। ଗତ କିଛିଦିନ ତଳେ ଅପରେସନ୍‍ ସିନ୍ଦୂର ବେଳେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଆବଶ୍ୟକତା ଅନୁଭୂତ ହୋଇଥିଲା। ସେମାନଙ୍କୁ ବିଭିନ୍ନ ପ୍ରାନ୍ତରେ ମୁତ୍ତୟନ କରାଯାଇ ଯୁଦ୍ଦ ଆସିଲେ କିପରି ନିଜକୁ ପ୍ରସ୍ତୁତ କରିବେ ସେ ବିଷୟରେ ଲୋକଙ୍କୁ ତାଲିମ ଦିଆଯାଇଥିଲା। ହେଲେ ରାଜ୍ୟ ସରକାର ଏମାନଙ୍କ ଆବଶ୍ୟକତାକୁ ଦୀର୍ଘଦିନ ହେଳା ଅବହେଳା କରି ଆସିଛନ୍ତି। ସେଥିଲାଗି ଏହାମନଙ୍କ ସଂଖ୍ୟା ୨୧ ହଜାରରୁ କମି ୭୫୩ରେ ପହଞ୍ଚିଛି। 

ଅଗ୍ନିଶମ ବିଭାଗ ଅଧୀନରେ ଏହି ସ୍ୱେଚ୍ଛାସେବୀଙ୍କୁ ମୁତ୍ତୟନ କରାଯାଇଥାଏ। ସେହିପରି ଗୃହରକ୍ଷୀଙ୍କୁ ନିୟନ୍ତ୍ରଣ ଦାୟିତ୍ୱ ମଧ୍ୟ  ଏହି ବିଭାଗର ରହିଛି। ଏବେ ରାଜ୍ୟରେ ପ୍ରାୟ ୨୦ ହଜାର ୧୭୫ଟି ଗୃହରକ୍ଷୀ ପଦବୀ ରହିଛି। ଏପଅିଲ ମାସରେ ଏହି ସଂଖ୍ୟାରେ ୨୫୦୦ ବୃଦ୍ଧି କରାଯାଇଥିଲା।

;