Odia Signage: ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ସାଇନବୋର୍ଡରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କଲେ ସରକାର
Advertisement
Article Detail0/zeeodisha/odisha2869817

Odia Signage: ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ସାଇନବୋର୍ଡରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କଲେ ସରକାର

Odia Signage: ସାର୍ବଜନୀନ ସ୍ଥାନରେ ଓଡ଼ିଆ ଭାଷାର ପ୍ରାଧାନ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସହରାଞ୍ଚଳର ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଲିପି ଥିବା ସାଇନ୍ ବୋର୍ଡ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରିଛି।

 

Odia Signage for shops
Odia Signage for shops

Odia Signage for shops: ସାର୍ବଜନୀନ ସ୍ଥାନରେ ଓଡ଼ିଆ ଭାଷାର ପ୍ରାଧାନ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସହରାଞ୍ଚଳର ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଲିପି ଥିବା ସାଇନ୍ ବୋର୍ଡ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରିଛି। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଏବଂ ଭାଷାଗତ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ପୌର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଆସୁଥିବା ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନର ସାଇନ୍ ବୋର୍ଡରେ ଓଡ଼ିଆ ଲିପି ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।

ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିଜ ନିଜ ପ୍ରକାଶ ଫଳକ(ସାଇନ ବୋର୍ଡ)ରେ ଓଡ଼ିଆ ଭାଷା ଲିପିକୁ ପ୍ରାଧାନ୍ୟ ଦେବାକୁ ନିଶ୍ଚିତ କରିବେ। ଏହି ନିର୍ଦ୍ଦେଶନାମାରେ କୁହାଯାଇଛି-

୧. ଓଡ଼ିଆ ଲିପିର ବାଧ୍ୟତାମୂଳକ ବ୍ୟବହାର:

ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମା ନମାନେ ନିଶ୍ଚିତ ଭାବେ ସେମାନଙ୍କ ସାଇନ ବୋର୍ଡର ମୋଟ କ୍ଷେତ୍ରଫଳର ଅନୁନ୍ୟ ୬୦% ଭାଗରେ ଓଡ଼ିଆ ଭାଷା ଲିପିର ବ୍ୟବହାର କରିବେ। ଏହା ଆମ ରାଜ୍ୟ ଭାଷାର ଦୃଶ୍ୟମାନତା ବୃଦ୍ଧି କରିବା ସହ ଜନ ସାଧାରଣଙ୍କୁ ସୁ ସୁବିଧାଜନକ ହୋଇପାରିବ।

୨. ଅନୁପାଳନ ପାଇଁ ପ୍ରୋତ୍ସାହନ:

ଏହି ନିର୍ଦ୍ଦେଶର ଅନୁପା ଅନୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ, ଉପରୋକ୍ତ ଆବଶ୍ୟ ଆବଶ୍ୟକ‌ତା ପାଳନ କରୁଥିବା ଦୋକାନ ଓ ବାଣିଜ୍ୟି ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଆଗାମୀ ଟ୍ରେଡ ଲାଇସେନ୍ସ ନବୀକର ବୀକରଣ ସମୟରେ ଦେୟର ୫% ରିହାତି ପ୍ରଦାନ କରାଯିବ । ଏହି ସୁବିଧା SUJOG ପୋର୍ଟାଲ/Bhubaneswar.me ପୋର୍ଟାଲରେ ଉପଲବ୍ଧ ହେବା

୩. କାର୍ଯ୍ୟକାରୀତା ଓ ନିରୀକ୍ଷଣ:
ମହାନଗର ନିଗମ, ପୌର ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଟ୍ରେଡ ଲାଇସେନ୍ସ ନବୀକରଣ ଓ ନିରୀକ୍ଷଣ ସମୟ ମୟରେ ଅନୁପାଳନ ଯାଞ୍ଚ ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେଷ କରି ଉପରୋକ୍ତ ନିର୍ଦ୍ଦେଶର ପରିପାଳନ ସୁନିଶ୍ଚିତ କରିବେ।

ଅନୁପାଳନ କରୁନଥିବା ପ୍ରତିଷ୍ଠାନମାନଙ୍କୁ ବିଜ୍ଞପ୍ତି ଜାରି କରାଯିବ ରାଯିବ ଏବଂ ସେମାନଙ୍କୁ ସାଜ ସାଇନ ବୋର୍ଡ ସଂଶୋଧନ ପାଇଁ । ଏହା ପାଳନ ନହେଲେ ସଂଶୋଧନ ହେବା ପର୍ଯ୍ୟନ୍ତ 88 ଦିନର ସମୟ ଦିଆଯିବ। ଏ ପ୍ରତିଦିନ ୫୦୦/- ଟଙ୍କା (ପାଞ୍ଚଶହ ଟଙ୍କା ମାତ୍ର) ଜରିମାନା ଲାଗୁ ହେବ ।

୪. ସଚେତନତା ଓ ସହାୟତା:
ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଏହି ନିର୍ଦ୍ଦେଶ ସମ୍ପର୍କରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଶିକ୍ଷିତ କରିବା ସହ ସୁଗମ କାର୍ଯ୍ୟକାରୀତା ପାଇଁ ସଚେତନତା ଅଭିଯାନ ପରିଚ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଉଛି ।

fallback

ଉପରୋକ୍ତ ନିର୍ଦ୍ଦେଶର କଡ଼ା ଅନୁପାଳନ ସୁନିଶ୍ଚିତ କରି ୬୦ ଦିନ ମଧ୍ୟରେ ଏହି କାର୍ଯାଳୟକୁ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।

;