Vigilance Raid: ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
Advertisement
Article Detail0/zeeodisha/odisha2859713

Vigilance Raid: ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଆଜି ମଙ୍ଗଳବାର ଜୁଲାଇ ୨୯ ତାରିଖରେ ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରୁଛି। ଭୁବନେଶ୍ବରର ୮ଟି ଏବଂ ନୟାଗଡ଼ର ୨ଟି ସ୍ଥାନରେ ଚଢ଼ଉ ଜାରି ରହ

Vigilance Raid: ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Vigilance Raid: ଭୁବନେଶ୍ୱର: ଆଜି ମଙ୍ଗଳବାର ଜୁଲାଇ ୨୯ ତାରିଖରେ ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରୁଛି। ଭୁବନେଶ୍ବରର ୮ଟି ଏବଂ ନୟାଗଡ଼ର ୨ଟି ସ୍ଥାନରେ ଚଢ଼ଉ ଜାରି ରହିଛି।

ଶ୍ରୀ ଜେନାଙ୍କ ଭୁବନେଶ୍ୱରର ୮ଟି ଓ ନୟାଗଡ଼ର ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ଭୁବନେଶ୍ବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ,ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଭୁବନେଶ୍ୱର ଏବଂ ନୟାଗଡ଼ରେ ତାଙ୍କ ନିମ୍ନଲିଖିତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।  

ଭୁବନେଶ୍ୱରର ନୀଳାଦ୍ରି ବିହାରରେ ଥିବା ପ୍ଲଟ ନମ୍ବର ୨୨୬, ସେକ୍ଟର-୫ ତିନି ମହଲା କୋଠାରେ ଚଢାଉ ଜାରି କରିଛି। ସେହିପରି ଫ୍ଲାଟ ନମ୍ବର ଇ-୦୮୩ କସମୋପଲିର ଅଷ୍ଟମ ମହଲା, ପାହାଳସ୍ଥିତ ସମ୍ଫୋନୀ ମଲର ଦୋକାନ ନମ୍ବର ୧୬, ନୟାଗଡ଼ର ଜଗନ୍ନାଥପ୍ରସାଦରେ ଥିବା ପୈତୃକ ଘର, ଶ୍ରୀ ଜେନାଙ୍କ କାର୍ଯ୍ୟାଳୟ, ପଟିଆରେ ଥିବା ଶ୍ୱଶୁରଙ୍କ ଘର, ନୟାଗଡର ଶିବାଜୀ ନଗରରେ ଥିବା ଅନ୍ୟ ଏକ ସମ୍ପର୍କୀୟଙ୍କ ଘର, କସମୋପଲିର ଟାୱାର ଏଚ ଫ୍ଲାଟ ନମ୍ବର ୫୪୯/୩୧୭୭/୩୩୬୮, ଜାଗମରାରେ ୬୧୭ ନମ୍ବର ପ୍ଲଟସ୍ଥିତ ମେସର୍ସ ଏଏସଏନ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡରେ ଚଢାଉ କରିଛି ଭିଜିଲାନ୍ସ। 

;