BMC Executive Engineer arrested: ଓଡ଼ିଶା ଭିଜିଲାନ୍ସ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଆୟ ବହିର୍ଭୁତ ସଂପତ୍ତି ଠୁଳ (DA) କରିବା ଅଭିଯୋଗରେ ଗୁରୁବାର ଗିରଫ କରିଛି।
Trending Photos
BMC Executive Engineer arrested: ଓଡ଼ିଶା ଭିଜିଲାନ୍ସ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଆୟ ବହିର୍ଭୁତ ସଂପତ୍ତି ଠୁଳ (DA) କରିବା ଅଭିଯୋଗରେ ଗୁରୁବାର ଗିରଫ କରିଛି।
ଜଗନ୍ନାଥ ପଟ୍ଟନାୟକ ସମ୍ପତ୍ତିରେ ଚଢ଼ାଉ କରି ଭିଜିଲାନ୍ସ ତିନୋଟି ବହୁତଳ କୋଠା, ଏକ ଫାର୍ମ ହାଉସ୍, ଭୁବନେଶ୍ୱରରେ ତିନୋଟି ଦାମୀ ପ୍ଲଟ୍, ୪୬୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାରୁ ଅଧିକ ଜମା, ଗୋଟିଏ ଚାରି ଚକିଆ ଯାନ (ଗ୍ରାଣ୍ଡ ଭିଟାରା), ଗୋଟିଏ ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ଜବତ କରିଛି।
କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଟ୍ଟନାୟକ ଏହି ସମସ୍ତ ସମ୍ପତ୍ତିର ସନ୍ତୋଷଜନକ ହିସାବ ଦେଇପାରି ନ ଥିବାରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଏକ ମାମଲା (ଭୁବନେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନଂ. ୧୬/୨୦୨୫) ରୁଜୁ କରାଯାଇଛି।
ଏହା ସହିତ ପଟ୍ଟନାୟକଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ, ବେଆଇନ ଭାବରେ ହରିଣ ଶିଙ୍ଗ ରଖିବା ପାଇଁ ଆଉ ଏକ ମାମଲା (ବାଲିପାଟଣା ଫରେଷ୍ଟ ରେଞ୍ଜରେ OR କେସ୍ ନଂ. ୩) ରୁଜୁ କରାଯାଇଛି ।
ବର୍ତ୍ତମାନ ତଦନ୍ତ ଜାରି ରହିଛି।