ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍ ନମ୍ବର ୨୨୮୧୧ ‘ତେଜସ୍ ଏକ୍ସପ୍ରେସ୍’ରେ ଆଜି ନିଆଁ ଲାଗିଥିବା ଦେଖିବାକୁ ମିଳିଛି
ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।
ଟ୍ରେନଟି ୨ଟା ୪ ମିନିଟ ବେଳେ ବସ୍ତା ଷ୍ଟେସନ୍ ପହଞ୍ଚିବାର କିଛି ମିନିଟ ପୂର୍ବରୁ ଏହି ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହୋଇଥିଲା।
ପବନ କାରଣରୁ ଟ୍ରେନ ଲାଇନ ପାଖରେ ଥିବା ଏକ ନଡ଼ିଆ ଗଛରୁ ନଡ଼ିଆ ବାହୁଙ୍ଗା ଖସି ଟ୍ରେନ ଇଞ୍ଜିନ ଉପରେ ପଡ଼ିଥିଲା।
ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ଟ୍ରେନ ଇଞ୍ଜିନ ଉପରେ ନଡ଼ିଆ ବାହୁଙ୍ଗାଟି ଜଳିବାକୁ ଲାଗି ଥିଲା।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଟ୍ରେନ ଲୋକ ପାଇଲଟ ବସ୍ତା ଷ୍ଟେସନରେ ଟ୍ରେନ୍ ଅଟକାଇ ଥିଲେ।
ଟ୍ରେନ୍ରେ ନିଆଁ ଲାଗିବା ଖବର ଜାଣିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା
ପରେ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଏହା କୌଣସି ବଡ଼ ଘଟଣା ନୁହେଁ । ସାମାନ୍ୟ ଯାଞ୍ଚ ପରେ ଟ୍ରେନ ପୁଣି ଛାଡ଼ିବ କୁହାଯାଇଥିଲା।
ରୂପସା ଷ୍ଟେସନ୍ରୁ ଟାୱାର ଗାଡ଼ି ଡକାଇ ଟ୍ରେନ ଇଞ୍ଜିନରେ ଥିବା ନଡ଼ିଆ ବାହୁଙ୍ଗାକୁ ସଫା କରାଯାଥିଲା ।
ସମସ୍ତ ସୁରକ୍ଷାଯାଞ୍ଚ କରାଯିବା ପରେ ଟ୍ରେନଟି ଏକାଘଣ୍ଟା ଛତିଶ ମିନିଟ ଯଥା ତିନି ଘଣ୍ଟା ଚାଳିଶ ମିନିଟରେ ପୁଣି ବସ୍ତା ଷ୍ଟେସନ୍ ଛାଡିଥିବା ଦେଖିବାକୁ ମିଳିଥିଲା।
ट्रेन्डिंग फोटोज़