Advertisement
Photo Details/zeeodisha/odisha2842448
photoDetails0hindi

BJD Protest: ଲୋୟର ପିଏମଜିରେ ଖଣ୍ଡ ଯୁଦ୍ଧ: ଅରୁଣଙ୍କୁ ଉଠାଇ ନେଲା ପୋଲିସ, ବବି ଓ ସୁଲତା ଆହତ

ଭୁବନେଶ୍ୱର: ଦିନେ ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳ ବା ବିଜେଡିର ଆଜି ଆକ୍ରାମକ ରୂପ ଦେଖିଛନ୍ତି ରାଜ୍ୟ ବାସୀ। ଲୋୟର ପିଏମଜିରେ ଆଜି ଜୋରଦାର ଆନ୍ଦୋଳନ କରିଛି ବିଜେଡି। ଫଳରେ ଆନ୍ଦୋଳନ ସ୍ଥଳରେ ଆଜି ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। 

1/8

ଭୁବନେଶ୍ୱର: ଦିନେ ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳ ବା ବିଜେଡିର ଆଜି ଆକ୍ରାମକ ରୂପ ଦେଖିଛନ୍ତି ରାଜ୍ୟ ବାସୀ। ଲୋୟର ପିଏମଜିରେ ଆଜି ଜୋରଦାର ଆନ୍ଦୋଳନ କରିଛି ବିଜେଡି। ଫଳରେ ଆନ୍ଦୋଳନ ସ୍ଥଳରେ ଆଜି ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। 

2/8

ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଏବଂ ପ୍ରତିବାଦ । ବିରୋଧୀ ବିଜେଡି ଆଜି ଏହି ପ୍ରସଙ୍ଗରେ ବାଲେଶ୍ୱର ବନ୍ଦ ଡାକରା ଦେବା ସହ ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିଛି । 

3/8

ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

4/8

ଫଳରେ ବିଜେଡି କର୍ମୀ ଓ ପୁଲିସ ମୁହାଁମୁହିଁ । ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ ।

5/8

ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ତୀବ୍ର ହୋଇଛି ପ୍ରତିବାଦ।  ପୋଲିସ ଓ ବିଜେଡିର ସଦସ୍ୟ ଏବଂ ନେତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବାର ଦେଖିବାକୁ ମିଳିଛି। 

6/8

ପ୍ରତିବାଦ ସମୟରେ ସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୋଲିସକୁ ପାଣି ଓ ଟିୟର ଗ୍ୟାସ ମାଡ଼ କରିବାକୁ ପଡିଥିଲା। 

7/8

ଟିୟର ଗ୍ୟାସ ମାଡ଼ରେ ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଥିଲେ। 

8/8

ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓ ମଧ୍ୟ ଆହତ ହୋଇଥିବାର ସୂଚନା ରହିଛି। 

;