Digha Jagannath temple: ଦୀଘା ଜଗନ୍ନାଥ ଧାମ, ପଥର ମୂର୍ତ୍ତି ଓ ବ୍ରହ୍ମ ପ୍ରତିଷ୍ଠାକୁ ନେଇ ଘନେଇଲା ବିବାଦ। ସେବକଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ମଠ ମନ୍ଦିର ସୁରକ୍ଷା ପରିଷଦ ସମସ୍ତେ ପ୍ରତିକ୍ରିୟା ଶୀଳ। ସେପଟେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ବିଦ୍ୟମାନ ଏଠାରେ ପୂଜା ବିଧିଵିଧାନ ସମ୍ପୁର୍ଣ୍ଣ ଭିନ୍ନ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିବୁ ଆଉ ଦୀଘା ଯିବୁ ବୁଲିବାପାଇଁ। ଆଉ ପୁରୀ ହେଉଛି ଜଗନ୍ନାଥ ଧାମ। ଏଠାରେ ସ୍ୱୟଂ ନାରାୟଣ ଜଗନ୍ନାଥଙ୍କ ଅବତାର ନେଇଛନ୍ତି। ଅନ୍ଯ କେଉଁ ସ୍ଥାନ ଜଗନ୍ନାଥ ଧାମ ହୋଇପାରିବ ନାହିଁ ବୋଲି କହିଛନ୍ତି ସେବାୟତ।
ଦାରୁବ୍ରହ୍ମଙ୍କର ବ୍ରହ୍ମ ସଂସ୍ଥାପନ କରାଯାଇଥାଏ। ଦାରୁବ୍ରହ୍ମଙ୍କର ନିର୍ଦ୍ଧିଷ୍ଟ ପୂଜା ବିଧି, ନିର୍ଦ୍ଧିଷ୍ଟ ପରମ୍ପରା ଓ ସମୟ ରହିଥାଏ। କେବଳ ଏହା ଦାରୁ ଦେବତାଙ୍କବ୍ରହ୍ମ ସଂସ୍ଥାପନ କରାଯାଏ । ପଥରର ମୂର୍ତ୍ତିଙ୍କର ବ୍ରହ୍ମ ସଂସ୍ଥାପନ କରାଯାଏନାହିଁ। ଯାହାକୁ ନେଇ ଆଜି ବିବାଦ ଘନେଇଛି।
ଚାରିଧାମର ଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମ ଜଗନ୍ନାଥ ଧାମ। ଶାସ୍ତ୍ରୀୟ ବିଚାର ଅନୁଯାୟୀ ବ୍ରଦିନାଥ, ଦ୍ବାରିକାନାଥ, ରାମନାଥ ଓ ଶ୍ରୀଜଗନ୍ନାଥ ୪ଟି ଧାମ ଅନ୍ୟ ଯାଗାରେ କେବଳ ଲେଖିଦେଲେ ଜଗନ୍ନାଥ ଧାମ ହେବନାହିଁ ଏହା ବିଭିନ୍ନ ପୁରାଣରେ ବର୍ଣ୍ଣିତ ରହିଛି ବୋଲି କହିଛନ୍ତି ସେବକ।
ଦୀଘା ଜଗନ୍ନାଥ ଧାମ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ପ୍ରତିଷ୍ଠା କରାଯାଇଛି। ହିନ୍ଦୁଧର୍ମକୁ ଛଳନା କରାଯାଇ ଏହାପ୍ରତିଷ୍ଠା କରାଯାଇଛି। ଦଇତାପତି ନିଯୋଗର ସମ୍ପାଦକଙ୍କ ପ୍ରତିକ୍ରିୟା ଜଗନ୍ନାଥ ସଂସ୍କୃତିକୁ ଅବମାନନା କରୁଛନ୍ତି।
ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ରଥଯାତ୍ରା ଦଇତାପତି ସେବକମାନେ କରିଥାନ୍ତି ଯାହା ବିଭ୍ରାନ୍ତିକର ରଥଯାତ୍ରାରେ ପୂଜାପଣ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରତିହାରୀ, ସୁଆରମହାସୁଆର ଆଦି ସମସ୍ତ ସେବକଙ୍କର ଆବଶ୍ୟକତା ରହିଥାଏ ଯେଉଁ ମାନେ ଦୀଘା ଯାଇଛନ୍ତି ସେମାନେ ପୂଜକ ନୁହଁ ବେପାରୀ। ବେପାର କରିବା ପାଇଁ ଯାଇଛନ୍ତି ବୋଲି ବରିଷ୍ଠ ସେବକ ମାନେ କହିଛନ୍ତି।
ट्रेन्डिंग फोटोज़