Digha Jagannath temple: ଦୀର୍ଘ ୧ ଘଣ୍ଟା ୧୫ ମିନିଟର ମାରାଥନ ପ୍ରଶ୍ନର ସାମନା କରିଛନ୍ତି ଦଇତାପତି ନିଯୋଗର ସଭାପତି ଓ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। ଦିନ ୧୦ଟା ୩୦ରୁ ୧୧ଟା ୧୫ କିନ୍ତୁ ତଦନ୍ତ ସାମନା କରି ଫେରିଥିଲେ ରାମକୃଷ୍ଣ। ପ୍ରଶ୍ନ ନଂ ୧ ଦାରୁ ଘରର କେଥୋଟି ଚାବି। ପ୍ରଶ୍ନ ୨ ଚାବି କାହା ପାଖରେ ଥିଲା। ପ୍ରଶ୍ନ ୩ ବଳକା କାଠରେ ଯେଉଁ ମୂର୍ତ୍ତି ନିର୍ମାଣ କରିଛ ତାହା ହେଲେ ଦାରୁ କିଏ ନେଲା ବାହାରକୁ। ପ୍ରଶ୍ନ ୪ କେତେ ଦାରୁ ହରଣଚାଲ କଲ।
ସେଥିରେ କିଏ କିଏ ସାମିଲ। ଏହା ସହ ବ୍ରହ୍ମ ସ୍ଥାପନା କେମିତି କଲ। କଣ ସେହି ବ୍ରହ୍ମ। କୋଉଠୁ ଆଣିଲ ସେହି ବ୍ରହ୍ମ ଏମିତି ଅନେକ ପ୍ରଶ୍ନରେ ଘାଇଲା ହେଲେ ରାମକୃଷ୍ଣ। ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିବେଦନ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଲା। ପରେ ବାହାରିଥିଲେ ରାମକୃଷ୍ଣ କିନ୍ତୁ ମିଡିଆ ପ୍ରଶ୍ନର କୌଣସି ଉତ୍ତର ରଖିନଥିଲେ କେବଳ ହାତ ଯୋଡି ମୁଣ୍ଡିଆ ମାରି ଚାଲିଗଲେ। ସେପଟେ ନିଯୋଗର ସଭାପତି କହିଲେ ଯାହା ତଥ୍ୟ ଲିଖିତ ଆକାରର ଦିଆଯାଇଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ।
ସେପଟେ ନବକଳେବର ବଳକା ଦାରୁ ହରଣଚାଲ ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦାରୁ ହରଣଚାଲ କରିଥିବା ରାମକୃଷ୍ଣ ଦାସମହାପାତ୍ରଙ୍କ ନାମରେ ସିଂହଦ୍ବାରରେ ଜଗନ୍ନାଥ ସେନା ଏତଲା ଦେଇଛନ୍ତି। ଶ୍ରୀମନ୍ଦିର ପରିସରରୁ ଦାରୁ ହରଣଚାଲ ହେବା ପାଇଁ ଦାୟୀ ହେଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ନାମରେ ଏତଲା ଦିଆଯାଇଛି ଏବଂ ଯିଏ ହରଣଚାଲ କରିଛନ୍ତି ତାର ପର୍ଦାଫାର୍ଶ କରାଯାଉ ଏବଂ ଦାରୁ ଘରେ କେତେ ଦାରୁ ଅଛି ନା ସବୁ ହରଣଚାଲ ହୋଇଛି ତାର ସରଜମିନ ତଦନ୍ତ ହେଉ ଦାବୀ କରିଛନ୍ତି । ଅନ୍ୟପଟେ ରାମକୃଷ୍ଣଙ୍କୁ ଧୋଇଦେଲା ଦତ୍ତ ମହାପାତ୍ର ନିଯୋଗ।
ରାମକୃଷ୍ଣ ଜଣେ ଯାତ୍ରୀ ବ୍ୟବସାୟୀ ସେମାନଙ୍କ ଯୋଗୁଁ ଶ୍ରୀଜଗନ୍ନାଥ ସଂସ୍କୃତି ବିପଦରେ। ମାରାଥନ ଜେରା କରାଯାଇଛି। ନିଜେ ଶ୍ରୀମନ୍ଦିରମୁଖ୍ୟ ପ୍ରଶାସକ କୋଇଲିବୈକୁଣ୍ଠ ଯାଇ ତଦନ୍ତ କରନ୍ତୁ ତାହାହେଲେ ଜାଣିବେ କାହା ପାଖରେ ଚାବି, କେତୋଟି ଚାବି ଓ କେତେ ଦାରୁ ଗଚ୍ଛିତ ରହିଛି ଏ ନେଇ ଦଇତାପତି ନିଯୋଗର ସଦସ୍ୟ ମାନେ ମଧ୍ୟ ପ୍ରତିକ୍ରିୟା ଶୀଳ ହୋଇଛନ୍ତି। ସେବକ କୂଳ ଏଭଳି କାଣ୍ଡ ଯୋଗୁ ଵଦନାମ ହୋଇଛନ୍ତି ନିଶ୍ଚିତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଉଚିତ ଦଣ୍ଡ ଦିଆଯାଉ ବୋଲି ଦଇତାପତି ସେବକ ମାନେ ଦାବି କରିଛନ୍ତି।
ट्रेन्डिंग फोटोज़