Advertisement
Photo Details/zeeodisha/odisha2864546
photoDetails0hindi

Odisha Panipaga: ଉପକୂଳ ଓଡ଼ିଶାରେ ୫ ଯାଏ ବର୍ଷିବ...ଆସନ୍ତାକାଲି ୨୦ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଲର୍ଟ

Odisha Panipaga: ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁଁ ଦିନରେ ଖରା ପାଗ ରହୁଥିବା ବେଳେ ଅପରାହ୍ଣ ଆଡ଼କୁ ପାଗ ମେଘୁଆ ରହିବା ସହ ବର୍ଷା ହେଉଛି। ଆଜି ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ରାଜ୍ୟରେ ଏହି ପାଗ ଲାଗିରହିବ। ମୌସୁମୀ ଟ୍ରଫ୍‌ ଲାଇନ୍ ଏବେ ଶ୍ରୀଗଙ୍ଗାନଗର, ରୋହତକ, ଶାହଜାହାନପୁର, ଗୋରଖପୁର, ଦରଭଙ୍ଗା, ଶାନ୍ତିନିକେତନ, କ୍ୟାନିଂ ଦେଇ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗରକୁ ଯାଇଛି। 

1/5

ଏଥିସହ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ଏବେ ପଶ୍ଚିମବଙ୍ଗ, ସିକିମ୍‌ ଓ ସଂଲଗ୍ନ କ୍ଷେତ୍ର ଉପରେ ଅବସ୍ଥିତ। 

Also Read: Hairfall During Monsoon: ଆପଣ ଜାଣନ୍ତି କି ବର୍ଷାଦିନେ କାହିଁକି ବେଶି ଝଡ଼େ କେଶ...ଉପାୟ କ'ଣ?

Also Read: Yuti 2025: ମିଥୁନ ରାଶିରେ ଚନ୍ଦ୍ର ସହ ଶୁକ୍ର ଓ ଗୁରୁଙ୍କ ମହାମିଳନ...୩ ରାଶି ହେବେ ଭାଗ୍ୟବାନ୍

2/5

ଏହା ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ସମଗ୍ର ଓଡ଼ିଶାରେ ଅପରାହ୍ଣରେ ହାଲୁକାରୁ ମଧ୍ୟମ ବର୍ଷା ହେଉଛି।

3/5

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁତାବକ, ଆସନ୍ତାକାଲି ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧାରେ ବର୍ଷା ହେବାର ସମ୍ଭାବନା ରହିଛି। 

4/5

ସେହିପରି  ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। 

5/5

ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ଏହି ପାଗ ଜାରି ରହିବ ବୋଲି ସୂଚନା ମିଳିଛି। 

;