ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଆଜି ରାଜ୍ୟର ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
୧ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଲେଖାଏଁ ‘ସୁଭଦ୍ରା’ ଟଙ୍କା ଯାଇଛି ।
‘ସୁଭଦ୍ରା’ ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହ ମାଝି ଅଭିଭାଷଣ ରଖି କହିଛନ୍ତି ଯେ, ରାଜ୍ୟର ସର୍ବବୃହତ ମହିଳା ସଶକ୍ତୀକରଣ ଯୋଜନା ହେଉଛି ସୁଭଦ୍ରା ।
ଗୋଟିଏ ବଟନ ଚିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲୁ କହିବା ସହ ନାରୀକୁ ସ୍ବାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା ଅଣାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା, ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ରାଶି ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ (SODC) ହେବାକୁ ଯାଉଛି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ଏନେଇ ଟାସ୍କ ଫୋର୍ସ ଗଠନ ହୋଇଛି ।
ପୂର୍ବ ସରକାର ଦକ୍ଷିଣ ଓଡ଼ିଶା ବିକାଶକୁ ଗୁରୁତ୍ବ ଦେଉ ନଥିଲେ କିନ୍ତୁ ଆମ ସରକାର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କୋରାପୁଟ ଗସ୍ତ ଅବସରରେ ଜୟପୁରଠାରେ ବିଶିଷ୍ଟ ରାଜନେତା ସ୍ୱର୍ଗତଃ ହରିଶ ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।
ट्रेन्डिंग फोटोज़