Puri News: ଆଜି ପୁରୀ ବନ୍ଦ
Advertisement
Article Detail0/zeeodisha/odisha2870337

Puri News: ଆଜି ପୁରୀ ବନ୍ଦ

ପୁରୀ: ବଳଙ୍ଗା ପୀଡ଼ିତାଙ୍କୁ ବନ୍ଦ ଦାବି କରି ବିଜୁ ଜନତା ଦଳ ବା ବିଜେଡି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇ ଦିନ ୧୨ଟାରେ ଶେଷ ହେବ।  ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ ଦାବି କରିଛି ଦଳ । ଏଠାରେ କହି ରଖୁ କି ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପ

Puri News: ଆଜି ପୁରୀ ବନ୍ଦ

Puri News: ପୁରୀ: ବଳଙ୍ଗା ପୀଡ଼ିତାଙ୍କୁ ବନ୍ଦ ଦାବି କରି ବିଜୁ ଜନତା ଦଳ ବା ବିଜେଡି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇ ଦିନ ୧୨ଟାରେ ଶେଷ ହେବ।  ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ ଦାବି କରିଛି ଦଳ । ଏଠାରେ କହି ରଖୁ କି ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ୩ତାରିଖ ବିଳମ୍ବିତ ରାତିରେ ପୈତୃକ ଗାଁରେ ପାର୍ଥିବ ଶରୀର ପହଂଚିବା ପରେ କର୍ମ କରାଯାଇ ପରଦିନ କବର ଦିଆଯାଇଥିଲା । 

ତେବେ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ପୋଲିସ ସେ ଯାଏଁ ହୋଇଥିବା ତଦନ୍ତରେ କାହାର ସମ୍ପୃକ୍ତି ନଥିବା ଏକ୍ସରେ ପୋଷ୍ଟ କରିଥିଲା । ଅନ୍ୟପଟେ ପୀଡ଼ିତାଙ୍କ ବାପା ଝିଅ ମାନସିକ ଚିନ୍ତା  ପାଇଁ ଜୀବନ ନେବା କଥା କହିଥିଲେ । ଘଟଣାର ରହସ୍ୟ ଉପରୁ ଏଯାଏଁ ପରଦା ହଟିନଥିବା ବେଳେ ନ୍ୟାୟ ଦାବିରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେଡି । ରାଜ୍ୟରେ ଆଇନଶୃଙ୍ଖଳା ବିଗୁଡୁଥିବା ଅଭିଯୋଗ କରିବା ସହ ପୁରୀ ବନ୍ଦ ଡାକରା ଦେଇଚି ଦଳ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ  ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେଡି ।   

;