One Nation One Election: ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ କର୍ମଶାଳା, ସରଗରମ ଚର୍ଚ୍ଚା
Advertisement
Article Detail0/zeeodisha/odisha2661249

One Nation One Election: ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ କର୍ମଶାଳା, ସରଗରମ ଚର୍ଚ୍ଚା

କଟକ: ' ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' କେବଳ ନିର୍ବାଚନ ଖର୍ଚ୍ଚ ହ୍ରାସ କରିବ ନାହିଁ ବରଂ ବାରମ୍ବାର ନିର୍ବାଚନ ଯୋଗୁଁ ଶାସନରେ ସୃଷ୍ଟି ହେଉଥିବା ବାଧାକୁ କମାଇବାରେ ସାହାଯ୍ୟ କରିବ। ଏହାଛଡ଼ା ଉତ୍ତମ ନୀତି କାର୍ଯ୍ୟକାରିତା ସୁନିଶ୍ଚିତ କରିବ, ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବ ଏବଂ ଦେଶକୁ ରାଜନୈତିକ ସ୍ଥିରତା ପ୍ରଦାନ କରିବ । ଦେଶର

One Nation One Election: ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ କର୍ମଶାଳା, ସରଗରମ ଚର୍ଚ୍ଚା

One Nation One Election: କଟକ: ' ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' କେବଳ ନିର୍ବାଚନ ଖର୍ଚ୍ଚ ହ୍ରାସ କରିବ ନାହିଁ ବରଂ ବାରମ୍ବାର ନିର୍ବାଚନ ଯୋଗୁଁ ଶାସନରେ ସୃଷ୍ଟି ହେଉଥିବା ବାଧାକୁ କମାଇବାରେ ସାହାଯ୍ୟ କରିବ। ଏହାଛଡ଼ା ଉତ୍ତମ ନୀତି କାର୍ଯ୍ୟକାରିତା ସୁନିଶ୍ଚିତ କରିବ, ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବ ଏବଂ ଦେଶକୁ ରାଜନୈତିକ ସ୍ଥିରତା ପ୍ରଦାନ କରିବ । ଦେଶରେ ଗୋଟିଏ ସମୟରେ ନିର୍ବାଚନ ସୁରକ୍ଷା ବାହିନୀ ଏବଂ ଜାତୀୟ ସମ୍ବଳ ଉପରେ ପଡୁଥିବା ବୋଝ ହ୍ରାସ କରିବା ସହ ଗଣତନ୍ତ୍ରକୁ ମଧ୍ୟ ସୁଦୃଢ଼ କରିବ । ସୋମବାର କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟଠାରେ ‘ଭଲୁଣ୍ଟିଅର ଫର୍ ବେଟର୍ ଇଣ୍ଡିଆ ଇନିସିଏଟିଭ୍’ ସମ୍ପର୍କରେ ଆୟୋଜିତ କର୍ମଶାଳାରେ ଅତିଥିମାନେ ନିଜ ଅଭିଭାଷଣରେ “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ” ବିଷୟ ଉପରେ ଚର୍ଚ୍ଚା, ଆଲୋଚନା କରିଥିଲେ । 

କାର୍ଯ୍ୟକ୍ରମକୁ ଭଲୁଣ୍ଟିଅର ଫର୍ ବେଟର୍ ଇଣ୍ଡିଆ ଇନିସିଏଟିଭ୍, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ୍ ପଲିଟିକାଲ ସାଇନ୍ସ ଆସୋସିଏସନ୍ (ଇପ୍ସା) ମିଳିତ ଭାବରେ ଆୟୋଜନ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିଜ ସ୍ୱାଗତ ଅଭିଭାଷଣ ଜରିଆରେ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ନିର୍ଦ୍ଦେଶିକା ପ୍ରଫେସର ଡ. ବିଜୟଲକ୍ଷ୍ମୀ ମହାନ୍ତି ‘ଭଲୁଣ୍ଟିଅର ଫର୍ ବେଟର୍ ଇଣ୍ଡିଆ ଇନିସିଏଟିଭ୍’ର ପରିଚୟ ପ୍ରଦାନ କରିବା ସହ ନାଗରିକଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବାରେ ଏହାର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଏହି କର୍ମଶାଳାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜ ପ୍ରତାପ, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, ପୂର୍ବତନ ବିଦ୍ୟାର୍ଥୀ କଲ୍ୟାଣ ବିଭାଗୀୟ ମୁଖ୍ୟ ପ୍ରଫେସର ଡି. ଡି. ସ୍ୱାଇଁଙ୍କ  ସମେତ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ମଧ୍ୟ ଯୋଗ ଦେଇଥିଲେ । ସ୍ୱାମୀ ସତ୍ୟଚୈତନ୍ୟ ନିଜ ବକ୍ତବ୍ୟରେ ରାଷ୍ଟ୍ର ନିର୍ମାଣରେ ନୈତିକ ନେତୃତ୍ୱ, ନିଃସ୍ୱାର୍ଥ ସେବା ଓ ସ୍ୱୟଂସେବାର ଭୂମିକା ସମ୍ପର୍କରେ ଆଲୋଚନା କରିଥିବା ବେଳେ କୁଳପତି ପ୍ରଫେସର ତେଜ ପ୍ରତାପ ନୀତି ସଚେତନତାରେ ବ୍ୟକ୍ତିଗତ ଦାୟିତ୍ୱର କ’ଣ ଭୂମିକା ରହିଛି, ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ରାଜ୍ୟସଭା ସଦସ୍ୟ ସୁଜିତ କୁମାର “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ”ର ବୈଧାନିକ ଦୃଷ୍ଟିକୋଣ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଦ୍ୟାର୍ଥୀ ଓ ଦର୍ଶକମାନେ ଆଲୋଚ୍ୟ ବିଷୟ ସମ୍ପର୍କରେ ଉପସ୍ଥିତ ଅତିଥିମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜ ସନ୍ଦେହ ମୋଚନ କରିଥିଲେ । ମତଦାନରେ ସଚେତନତା ଏବଂ ଦାୟିତ୍ୱପୂର୍ଣ୍ଣ ନାଗରିକ ସହଭାଗିତା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଶେଷରେ ପରିଚାଳନା ବିଭାଗ ପାଠ୍ୟକ୍ରମର ପୂର୍ବତନ ଡିନ୍ ପ୍ରଫେସର ଡି. ଡି. ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

;