Soumyashre Bisi: ସୌମ୍ୟାଶ୍ରୀଙ୍କ ଭାଇ ଦେଲେ ଏତଲା, କ୍ରାଇମବ୍ରାଞ୍ଚ କାନ୍ଧରେ ତଦନ୍ତ ଭାର
Advertisement
Article Detail0/zeeodisha/odisha2843401

Soumyashre Bisi: ସୌମ୍ୟାଶ୍ରୀଙ୍କ ଭାଇ ଦେଲେ ଏତଲା, କ୍ରାଇମବ୍ରାଞ୍ଚ କାନ୍ଧରେ ତଦନ୍ତ ଭାର

ଭୁବନେଶ୍ୱର: ବାଲେଶ୍ୱର ଫକିର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଡିଏସପି ଇମନ କଲ୍ୟାଣୀ ନାୟକଙ୍କୁ ତଦନ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ବୋଲି କ୍ରାଇମବ୍ରାଞ୍ଚର ଏଡିଜି ବିନୟତୋଷ ମିଶ୍ର ଆଜି ସୂଚନା ଦେଇଛନ୍ତି। ସହଦେବ ଖୁଣ୍ଟା ଥାନା ପୋଲିସ କରିଥିବା ତଦନ୍ତ ଫାଇଲ କ୍ରାଇମବ

Soumyashre Bisi: ସୌମ୍ୟାଶ୍ରୀଙ୍କ ଭାଇ ଦେଲେ ଏତଲା, କ୍ରାଇମବ୍ରାଞ୍ଚ କାନ୍ଧରେ ତଦନ୍ତ ଭାର

Soumyashre Bisi: ଭୁବନେଶ୍ୱର: ବାଲେଶ୍ୱର ଫକିର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଡିଏସପି ଇମନ କଲ୍ୟାଣୀ ନାୟକଙ୍କୁ ତଦନ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ବୋଲି କ୍ରାଇମବ୍ରାଞ୍ଚର ଏଡିଜି ବିନୟତୋଷ ମିଶ୍ର ଆଜି ସୂଚନା ଦେଇଛନ୍ତି। ସହଦେବ ଖୁଣ୍ଟା ଥାନା ପୋଲିସ କରିଥିବା ତଦନ୍ତ ଫାଇଲ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଆଜି ଏକ ଟିମ କଲେଜ ଯାଇ ତଥ୍ୟ ପ୍ରମାଣ ସଂଗ୍ରହ କରିବ। 

ସେପଟେ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଧୈର୍ଯ୍ୟହରା ହୋଇଛନ୍ତି। ଏହାରି ଭିତରେ କିଛି ଅସାମାଜିକ ସୋସିଆଲ୍ ମିଡିଆରେ ସୌମ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଲାଞ୍ଚନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ସୌମ୍ୟାଙ୍କ ଭାଇ। ସରକାରଙ୍କ ସହ ଡିଲ୍ କରି ଟଙ୍କା ନେଇ ଆମ ପରିବାର ମୁଣ୍ଡ ବିକ୍ରି କରିଦେଇଛୁ ବୋଲି ସେମାନେ ପ୍ରଚାର କରୁଛନ୍ତି। ଅପପ୍ରଚାରକାରୀମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ଭୋଗରାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ସୌମ୍ୟାଶ୍ରୀଙ୍କ ସାନ ଭାଇ ସୌମ୍ୟରଞ୍ଜନ ମିଶି । ଯଦି ପୁଲିସ୍ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ସମସ୍ତେ ଆତ୍ମହତ୍ୟା କରିବୁ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ସୌମ୍ୟାଶ୍ରୀଙ୍କ ଭାଇ। ଅଭିଯୋଗ ହେଲା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏତଲାରେ ସେ ଦର୍ଶାଇଛନ୍ତି, ଭଉଣୀର ମୃତ୍ୟୁକୁ ନେଇ କିଛି ଲୋକ ରାଜନୀତି କରୁଛନ୍ତି। ମୃତ ଭଉଣୀର ଚରିତ୍ର ସଂହାର କରୁଛନ୍ତି। ସୋସିଆଲ୍ ମିଡ଼ିଆରେ ଖରାପ ପୋଷ୍ଟ କରୁଛନ୍ତି। ସରକାରଙ୍କ ସହ ଡିଲ୍ କରି ଟଙ୍କା ନେଇ ଆମ ପରିବାର ମୁଣ୍ଡ ବିକ୍ରି କରିଦେଇଛୁ ବୋଲି ସେମାନେ ପ୍ରଚାର କରୁଛନ୍ତି। ଫଳରେ ଆମ ପରିବାର ସଦସ୍ୟ ଭାଙ୍ଗି ପଡିଛନ୍ତି। ସମସ୍ତେ ମାନସିକ ଚାପରେ ରହୁଛନ୍ତି। ସୋସିଆଲ୍ ମିଡ଼ିଆରେ ଅପପ୍ରଚାର କରୁଥିବା ବ୍ୟକ୍ତିମାନେ ହେଲେ ସୌରଭ ବେହେରା, ଶୁଭ୍ରାଂଶୁ ଶେଖର, ଅଜୟ କୁମାର ପଣ୍ଡା, ବୃଷଭାନୁ ପତି। ଆଉ କିଛି ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି ବୋଲି ସୌମ୍ୟାଶ୍ରୀଙ୍କ ଭାଇ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।

;