Ratna Bhandara: ରଟ ଆଇରନ ବୀମ ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅପର୍ ପକେଟ ରେ ୪ ଟି ବୀମ୍ ଓ ଲୋୟର ପକେଟ ର ୫ ଟି ଷ୍ଟେନ୍ଲେସ ଷ୍ଟିଲ ଵିମ କୁ ମିଶାଇ ୯ ଟି ବିମ୍ ପରିବର୍ତ୍ତନ କରାଯାଇଛି। ଇତି ମଧ୍ୟରେ ଭିତର ଭଣ୍ଡାରରେ ଲୁହା ଭାରା ଗୁଡ଼ିକ ଖୋଲାଯାଇଛି। ଅମୁହାଁ ଦେଉଳର ବାହାର ପାର୍ଶ୍ଵ କାମ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ ୫ ଟି ଷ୍ଟେନ ଲେସ ଷ୍ଟିଲ ବିମ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇ ରହିଛି। ଚଳିତ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ଶେଷ ହେବ। ପରେ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଆଧାରରେ ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଗଣତି ମଣତି ହେବ।
Trending Photos
Ratna Bhandara: ଆଉ ୫୦ ରୁ ୬୦ ଘଣ୍ଟା କାମ ପରେ ପୂର୍ଣ୍ଣାଙ୍ଗ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଚଳିତ ଶ୍ରୀଗୁଣ୍ଡିଚା ନବଦିନାତ୍ମକ ଯାତ୍ରା ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ। ନୀତିକାନ୍ତିକୁ ନଜରରେ ରଖି ଏପ୍ରିଲ ୨୯ ତାରିଖରୁ ଜୁନ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭଣ୍ଡାର ମରାମତି କାର୍ଯ୍ୟ। ବହୁଳ ନୀତି କାନ୍ତି ମଧ୍ୟରେ ୧୯୩ ଘଣ୍ଟାର ମରାମତି କାର୍ଯ୍ୟ କରିପାରିଛି ଏ ଏସ ଆଇ। ଭିତର ଭଣ୍ଡାର ମରାମତି ଶେଷ ହୋଇଥିବା ବେଳେ କେବଳ ଗ୍ରାନାଇଟ୍ ଫ୍ଲୋରିଙ୍ଗ କାର୍ଯ୍ୟ ବାକି ରହିଛି। ତେବେ ଭଣ୍ଡାର ଘରର ବାହାର ପାର୍ଶ୍ଵରେ ପଥର ପ୍ରତିସ୍ଥାପନ କାର୍ଯ୍ୟ ବାକି ରହିଛି ।ଭଣ୍ଡାର ଘର ବାହାର ଓ ଭିତର ପାର୍ଶ୍ଵ ହୋଇ ସମୁଦାୟ ୨୭୭ ପଥର ପ୍ରତି ସ୍ଥାପନ ହୋଇଛି।
ସମୟ ନୁହେଁ ସୁରକ୍ଷା ବଡ। ରତ୍ନଭଣ୍ଡାରର ଦୀର୍ଘସ୍ଥାୟୀ ମରାମତି ତଥା ସୁରକ୍ଷା ଉପରେ ଫୋକସ। ଆଇନ ମନ୍ତ୍ରୀ କହିଲେ ପଥର ଖସିବା ଭଳି ସ୍ଥିତି ଥିଲା,ଏବେ ଆଉ ୫୦ ରୁ ୬୦ ଘଣ୍ଟା ମରାମତି କାର୍ଯ୍ୟ ପରେ ପୂର୍ଣ୍ଣାଙ୍ଗ ହେବ ଭଣ୍ଡାର ଘର ମରାମତି କାର୍ଯ୍ୟ।ତେବେ ନୀତିକାନ୍ତି ଯୋଗୁଁ ଚଳିତ ଏପ୍ରିଲ ୨୯ ତାରିଖ ରୁ ଆସନ୍ତା ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ମରାମତି କାର୍ଯ୍ୟ। ଜୁନ ୨୮ ରୁ ଆରମ୍ଭ ହେବ ମରାମତି କାର୍ଯ୍ୟ। ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ବାକି ଥିବା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଛି।
୨୯ ଏପ୍ରିଲରେ ଚନ୍ଦନ ଅଧିବାସ ଓ ୩୦ ଏପ୍ରିଲ ଅକ୍ଷୟ ତୃତୀୟା ନୀତି ଯୋଗୁଁ ବନ୍ଦ ରହିବ କାର୍ଯ୍ୟ। ଆସନ୍ତା ଦୁଇ ମାସ ମଧ୍ୟରେ ବାହାର ଚନ୍ଦନ ଯାତ୍ରା, ଭିତର ଚନ୍ଦନ ଯାତ୍ରା ,ସ୍ନାନ ପୂର୍ଣ୍ଣିମା, ଅନବସର ନୀତି ଥିବାରୁ ବନ୍ଦ୍ ରହିବ ମରାମତି କାର୍ଯ୍ୟ ।ଜୁନ ୨୭ରେ ମହାପ୍ରଭୁ ରଥ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଗଲେ ୨୮ ତାରିଖରୁ ଆରମ୍ଭ ହେବ କାର୍ଯ୍ୟ। ବହୁଳ ନୀତି ରହିଥିବାରୁ ଡିସେମ୍ବର ୧୭ ଠାରୁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ୫ ମାସ ମଧ୍ୟରେ ୧୯୩ ଘଣ୍ଟା ୫ ମିନିଟ୍ କାର୍ଯ୍ୟ କରିପାରିଛି ଏ ଏସ ଆଇ। ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ କୁ ନେଇ ନିଷ୍ପତ୍ତି ନିଆଯାଇଛି।
ମହାପ୍ରଭୁ ଶ୍ରୀଗୁଣ୍ଡିଚା ଘରେ ଥିବା ବେଳେ ମରାମତି କାମ ପାଇଁ ଅଧିକ ସମୟ ପାଇବ ଏ ଏସ ଆଇ। ଇତି ମଧ୍ୟରେ ୧୯୩ ଘଣ୍ଟା ୫ ମିନିଟ କାର୍ଯ୍ୟ ମଧ୍ୟରେ ପ୍ରଥମେ ଭିତର ଭଣ୍ଡାରରେ ନଷ୍ଟ ହୋଇଥିବା ଚୂନ ପଥର ଛଡ଼ା ଯାଇଥିଲା। ପରେ କେମିକାଲ କ୍ଳିନିଂ କରାଯାଇଥିଲା।ପରେ ପରେ କଳଙ୍କ ଲାଗିଥିବା ଲୁହା କ୍ଲାମ୍ପ ଗୁଡ଼ିକ ପରିବର୍ତ୍ତନ କରାଯାଇଥିଲା।ତାପରେ ଭିତର ରତ୍ନ ଭଣ୍ଡାରର ୧୪୮ ଟି ଓ ବାହାରଭଣ୍ଡାରର ୩୪ ଟି ପ୍ରଭାବିତ ପଥର ପ୍ରତି ସ୍ଥାପନ ହୋଇସାରିଛି। ଅମୁହାଁ ଦେଉଳ ଅର୍ଥାତ୍ ଭଣ୍ଡାର ଘର ବାହାର ପାର୍ଶ୍ଵରେ ୧୧୫ ଟି ପ୍ରଭାବିତ ପଥର ପ୍ରତି ସ୍ଥାପନ କାର୍ଯ୍ୟ ସରିଛି।ଭଣ୍ଡାର ଘରେ ଥିବା ଦୁଇଟି ପକେଟ ର କାର୍ଯ୍ୟ ଶେଷ ହୋଇଛି। ରଟ ଆଇରନ ବୀମ ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅପର୍ ପକେଟ ରେ ୪ ଟି ବୀମ୍ ଓ ଲୋୟର ପକେଟ ର ୫ ଟି ଷ୍ଟେନ୍ଲେସ ଷ୍ଟିଲ ଵିମ କୁ ମିଶାଇ ୯ ଟି ବିମ୍ ପରିବର୍ତ୍ତନ କରାଯାଇଛି। ଇତି ମଧ୍ୟରେ ଭିତର ଭଣ୍ଡାରରେ ଲୁହା ଭାରା ଗୁଡ଼ିକ ଖୋଲାଯାଇଛି। ଅମୁହାଁ ଦେଉଳର ବାହାର ପାର୍ଶ୍ଵ କାମ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ ୫ ଟି ଷ୍ଟେନ ଲେସ ଷ୍ଟିଲ ବିମ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇ ରହିଛି। ଚଳିତ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ଶେଷ ହେବ। ପରେ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଆଧାରରେ ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଗଣତି ମଣତି ହେବ।