Srimandira: ପାଗଳା କୁକୁର ଆତଙ୍କ ଯୋଗୁଁ ଭକ୍ତଙ୍କ ମହଲରେ ଭୟ ସୃଷ୍ଟି ହୋଇଥିଲା। କେବଳ କୁକୁର ଆତଙ୍କ କାହିଁକି ବେରିକେଡରେ ପ୍ରବଳ ଗହଳି ଯୋଗୁଁ ଜଣେ ଭକ୍ତଙ୍କୁ ଫିଡ୍ସ ମାରିବାରୁ ରକ୍ତ ବାନ୍ତି କରି ପକାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ମେଡିକାଲ ପଠାଯାଇଥିଲା। ପ୍ରବଳ ଗହଳି ଯୋଗୁଁ ଏକାଧିକ ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି।
Trending Photos
Srimandira: ଆଜି ନିତିକାନ୍ତିରେ ଅହେତୁକ ବିଶୃଙ୍ଖଳା ଯୋଗୁଁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ପଟେ ଆଜି ରବିବାର ହେତୁ ଭକ୍ତଙ୍କ ଗହଳି ତ ଅନ୍ୟ ପଟେ ବିଳମ୍ବରେ ଶ୍ରୀମନ୍ଦିର ଦ୍ୱାର ଫିଟା ସମସ୍ୟା ସୃଷ୍ଟି କରିଛି। ଆଉ ଏଭଳି ଗହଳି ଲାଗିଥିଲା ଯେ ଚାରି ଦ୍ୱାରର ସ୍ୱତନ୍ତ୍ର ବେରିକେଡ ଭର୍ତ୍ତି ହୋଇ ଗୋଲେଇ ଲାଇନ ସୃଷ୍ଟି ହୋଇଥିଲା। ସେପଟେ ପ୍ରବଳ ଗହଳି ସାଙ୍ଗକୁ ସିଂହଦ୍ଵାର ସମ୍ମୁଖରେ ଦେଖା ଦେଇଥିଲା ପାଗଳା କୁକୁର ଆତଙ୍କ। ଭକ୍ତଙ୍କ ବେରିକେଡ୍ ନିକଟରେ ଦୁଇଜଣଙ୍କୁ ଆକ୍ରମଣ କରିଥିଲା।
ସ୍ଥାନୀୟ ସିକ୍ଯୁରିଟି ଗାର୍ଡ କୁକୁରକୁ ଧରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଶେଷରେ ଜଣେ ସେବାୟତ କୁକୁରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବାହାରେ ଛାଡିଥିଲେ। ପାଗଳା କୁକୁର ଆତଙ୍କ ଯୋଗୁଁ ଭକ୍ତଙ୍କ ମହଲରେ ଭୟ ସୃଷ୍ଟି ହୋଇଥିଲା। କେବଳ କୁକୁର ଆତଙ୍କ କାହିଁକି ବେରିକେଡରେ ପ୍ରବଳ ଗହଳି ଯୋଗୁଁ ଜଣେ ଭକ୍ତଙ୍କୁ ଫିଡ୍ସ ମାରିବାରୁ ରକ୍ତ ବାନ୍ତି କରି ପକାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ମେଡିକାଲ ପଠାଯାଇଥିଲା। ପ୍ରବଳ ଗହଳି ଯୋଗୁଁ ଏକାଧିକ ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି।