Rourkela Steel Plant: ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟର ହେବ ସମ୍ପ୍ରସାରଣ; ବଢ଼ିବ ଉତ୍ପାଦନ ଓ ନିଯୁକ୍ତି
Advertisement
Article Detail0/zeeodisha/odisha2815918

Rourkela Steel Plant: ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟର ହେବ ସମ୍ପ୍ରସାରଣ; ବଢ଼ିବ ଉତ୍ପାଦନ ଓ ନିଯୁକ୍ତି

Rourkela Steel Plant: ରାଜ୍ୟର ସର୍ବ ପୂରାତନ ସରକାରୀ ଷ୍ଟିଲ୍‍ ପ୍ଲାଣ୍ଟ ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟର ସମ୍ପ୍ରସାରଣ ହେବ। ଏନେଇ କେନ୍ଦ୍ର ସରକାର ଏକ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏହି ସମ୍ପ୍ରସାରଣ ଦିଗରେ ଆସୁଥିବା ପ୍ରତିବନ୍ଧକକୁ ଦୂର କରିବାକୁ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ରାଜ୍ୟ ସରକାର ଓ ଅନ୍ୟ ଏଜେନ୍ସୀ ଗୁଡ଼ିକ ସହ ଆଲୋଚନା କରିବ ବୋଲି ସୂଚନା ମିଳିଛି। 

ଆଜି ନୂଆଦିଲ୍ଲୀଠାରେ ଏ ନେଇ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା। ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍ଡିର କୁମାରସ୍ୱାମୀଙ୍କୁ ଓଡ଼ିଶାରୁ ନିର୍ବାଚିତ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‍ ଓରାମ  ଭେଟିଥିଲେ। ଧରମେନ୍ଦ୍ର ପ୍ରଧାନ ଏହି ପ୍ଲାଣ୍ଟର ସମ୍ପ୍ରସାରଣ ଫଳରେ ମିଳିବାକୁ ଥିବା ଲାଭ ବିଷୟରେ କହିବା ସହ ଓଡ଼ିଶାର ଶିଳ୍ପ ବିକାଶ ଏବଂ ସାମାଜିକ ଓ ଅର୍ଥନୀତିକ ଉନ୍ନତି ପାଇଁ ଏହାର ଭୂମିକା ବିଷ୍ରରେ ଗୁରୁତ୍ୱାରୋପ କରିଥିଲା। ଏହି ସମ୍ପ୍ରସାରଣ ପ୍ରଧାନମନ୍ତ୍ରୀଙକ୍ ପୂର୍ବୋଦୟ  ବିକାଶ ଦୃଷ୍ଟିକୋଣ ସହ ସଂଯୁକ୍ତ େବାଲି ସେ କହିଥିଲେ। ଏହି ମିଶନ ପୂର୍ବାଞ୍ଚଳରେ ଆର୍ଥିକ ବିକାଶ ପାଇଁ ଲକ୍ଷ୍ୟ ରଖିଛି। 

ସମ୍ପ୍ରସାରଣ ହେଲେ ଆମର ଷ୍ଟିଲ୍‍ ଆମଦାନୀ ହ୍ରାସ ପାଇବ। ଏହାସହ ଜଡ଼ିତ ଉଦ୍ୟୋଗମାନେ କଞ୍ଚାମାଲ ପାଇବା ସହଜ ହେବ ଏବଂ ଉଲ୍ଲେଖନୀୟ ଚାକିରି ସୁଯୋଗ ସଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ପ୍ରସ୍ତାବକୁ ମନ୍ତ୍ରୀ ଓ କମିଟି  ଗ୍ରହଣ କରିଥିବା ସୂଚନା ମିଳିଛି। ୬୦ ଦଶକରେ ଏହି ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ୧୯ ହଜାର ଏକର ଜମି ଉପରେ ଅବସ୍ଥିତ ଏହି ବୃହତ କାରଖାନା ଏ ଅଞ୍ଚଳର ଲାଇଫ୍‍ ଲାଇନ୍ରୋ କିଛି ବର୍ଷ ଭିତରେ ପରିଣତ ହୋଇଥିଲା। ଏବେ ରାଉରକେଲା ଏକ ଗୁରୁତ୍ୱହପୂର୍ଣ୍ଣ ସହରର ମାନ୍ୟତା ଲାଭ କରିଛି।

;