Trending Photos
Vigilance Raid: ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଉ ଜଣେ ସରକାରୀ ବାବୁଙ୍କ ଘର ଉପରେ ଚଢାଉ କରିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟକୁ ଆଧାର କରି ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ବାସଭବନରେ ଚଢାଉ କରାଯାଇଛି। ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଚଢ଼ାଉ କରାଯାଉଛି।
ମିଳିଥିବା ସୂଚନା ମୁତାବକ ଶ୍ରୀ ପଣ୍ଡାଙ୍କର ୭ଟି ସ୍ଥାନରେ ଏକ ସଙ୍ଗେ ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱରର ୪ଟି ସ୍ଥାନରେ ଚଢାଉ କରିଥିବା ବେଳେ ସମ୍ବଲପୁରର ଦୁଇଟି ଓ ଗଞ୍ଜାମରେ ଗୋଟିଏ ସ୍ଥାନରେ ଚଢାଉ କରିଛି। ନୟାପଲ୍ଲି ବେହେରାସାହିରେ ଥିବା ମେଟ୍ରୋ ସିଟି ଆପାର୍ଟମେଣ୍ଟରେ ବ୍ଲକ ୫ ଫ୍ଲାଟ ନମ୍ବର ୧୫ ଓ ବ୍ଲକ ୨ ଫ୍ଲାଟ ନମ୍ବର ୧୧ରେ ଚଢାଉ କରାଯାଇଛି। ସେହିପରି ବଳଭଦ୍ରପୁରସ୍ଥିତ ପ୍ରେଷ୍ଟିଜ ଆପାର୍ଟମେଣ୍ଟ ଓ ଏସପ୍ଲାନେଡରେ ଥିବା ଘରେ ଚଢାଉ କରାଯାଇଛି। ସେହିପରି ସମ୍ବଲପୁରର ବରେଇପାଲିରେ ଥିବା ଭଡା ଘର ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ବ୍ରହ୍ମପୁରରେ ଥିବା ଚର୍ଚ୍ଚ ରୋଡରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଛି।