Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ବିତର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବଡ଼ ମନ୍ତବ୍ୟ ଦେଇଛନ୍ତି । ଶାହ କହିଛନ୍ତି ଯେ, ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କୀ ଆକ୍ରମଣ କରିଥିଲେ ଅପରେସନ ମହାଦେବରେ ଉକ୍ତ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁ ୩ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ, ଆମେ ସେମାନଙ୍କୁ ମାରିବାରେ ସଫଳ ହୋଇଛୁ । ଆର୍ମି, ସିଆରପିଏଫ୍, ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଉକ୍ତ ଆତଙ୍କୀମାନେ ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ପରିବାର ସାମ୍ନାରେ ମାରିଥିଲେ । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କୁ ଘରେ ପଶି ମାରିଲୁ ଏବଂ ଆଉ ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ମଧ୍ୟ ଖୋଜି ଖୋଜି ମାରିଛୁ ।
Headlines 02- ଆଜି ଲୋକସଭାରେ ପୂର୍ବତନ ଗୃହମନ୍ତ୍ରୀ ଏବଂ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କୁ ସମାଲୋଚନା କରିଥିଲେ । ଆତଙ୍କବାଦୀମାନେ ପାକିସ୍ତାନର ବୋଲି ପ୍ରମାଣ ଦେବା ସମୟରେ ଶାହ କହିଥିଲେ ଯେ, ଅପରେସନ୍ ସିନ୍ଦୂରରେ 20 ମିନିଟ୍ ମଧ୍ୟରେ 9ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା। ଆମର ସେନା 100 କିଲୋମିଟର ଭିତରକୁ ପଶି ଆକ୍ରମଣ କରିଥିଲା। ଶାହଙ୍କ ଉତ୍ତର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଚୁପ୍ କରାଇଥିଲେ। ଯେତେବେଳେ ଶାହ ଅପରେସନ ମହାଦେବ ବିଷୟରେ ସୂଚନା ଦେଉଥିଲେ, ଅଖିଳେଶଙ୍କ ସମେତ କିଛି ବିରୋଧୀ ଦଳ ହୋହଲ୍ଲା କରିବାକୁ ଲାଗିଥିଲେ। ଶାହ କହିଥିଲେ ମୁଁ ଆଶା କରୁଥିଲି ଯେ, ଯେତେବେଳେ ସେମାନେ ସୂଚନା ଶୁଣିବେ, ଶାସକ ଏବଂ ବିରୋଧୀ ଦଳମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବ। କିନ୍ତୁ ଆତଙ୍କବାଦୀଙ୍କୁ ହତ୍ୟା କରାଯିବାରେ ମଧ୍ୟ କୌଣସି ଖୁସି ନାହିଁ।
Headlines 03- ଓଡ଼ିଶା ଉପକୂଳରେ କ୍ବାସି ବାଲିଷ୍ଟିକ୍ ମିଜାଇଲ୍ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ହୋଇଛି । ସକାଳ ୯ଟା ୩୦ରେ ଅବଦୁଲ କଲାମ ଦ୍ବୀପରେ ପରୀକ୍ଷଣ ହୋଇଛି । DRDO ଦ୍ୱାରା ବିକଶିତ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦି କ୍ଷମତା ୧୫୦ରୁ ୫୦୦ କିମି ରହିଛି । ଶତ୍ରୁପକ୍ଷରୁ ପ୍ରମୁଖ ପ୍ରତିଷ୍ଠାନ ଉପରେ ସଠିକ ଆକ୍ରମଣ ପାଇଁ ଡିଜାଇନ୍ କରାଯାଇଛି । ଗତକାଲି ଏହି ‘ପ୍ରଳୟ’ର ଆଉ ଏକ ପରୀକ୍ଷଣ କରାଯାଇଥିଲା
Headlines 04- ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ମାଓବାଦୀଙ୍କ IED ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି । ଗୁଳି ବିନିମୟ ବେଳେ କିଛି ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
Headlines 05- ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡ଼ ଉଠା ମହାସ୍ନାନ କରାଯାଇଛି । କଳାହାଟ ଦ୍ୱାର ସମ୍ମୁଖରେ ରକ୍ତ ଛିଟା ପଡ଼ିବା କାରଣରୁ ପାହାଡ଼ ଉଠା ମହାସ୍ନାନ ହୋଇଛି । ସକାଳ ଧୂପର ସମସ୍ତ ଭୋଗ ପୋତାଯାଇଥିବା ସୂଚନା ମିଳିଛି ।
Headlines 06- ଶ୍ରୀମନ୍ଦିର ଭିତର ଫଟୋ, ଅନଲାଇନ୍ରେ ମହାପ୍ରସାଦ, ହିଡେନ କ୍ୟାମେରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏ ବାବଦରେ ଆବଶ୍ୟକୀୟ ପଦକ୍ଷେପ ମନ୍ଦିର ପ୍ରଶାସନ ନେବ । ମନ୍ଦିର ପ୍ରଶାସନକୁ ଏନେଇ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଯେତେ କଠୋର ପଦକ୍ଷେପ ଆବଶ୍ୟକ ମନ୍ଦିର ପ୍ରଶାସନ ନେଇପାରିବେ ଏବଂ ନୀତିକାନ୍ତି ବିଳମ୍ବ ହେବା ଉପରେ ମଧ୍ୟ ମନ୍ଦିର ପ୍ରଶାସନ ତର୍ଜମା କରୁଛି ବୋଲି ପୃଥ୍ୱୀରାଜ କହିଛନ୍ତି ।
Headlines 07- ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଟାର୍ଗେଟ୍ କରିଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ସେ ଉତ୍ତେଜିତ କରୁଛନ୍ତି ବୋଲି କହିଛନ୍ତି ପ୍ରଦୀପ । ଦେଶରେ ସମ୍ବିଧାନ ଅଛି ବୋଲି ତାଙ୍କର ଧାରଣା ନାହିଁ । ବହୁ ବର୍ଷ କ୍ଷମତାରେ ରହିଲେ, ତେଣୁ ଆଇନ କାନୁନ୍କୁ ସେ ଖାତିର କରୁନାହାନ୍ତି । ଏସ୍ପି ଓ ଅତିରିକ୍ତ ଏସ୍ପିଙ୍କ ଅଫିସରେ ଧମକାଇବା ଭାଇରାଲ୍ ହୋଇଛି । ଆଲୋଚନାରେ ସବୁ ସମାଧାନ କରାଯାଏ କିନ୍ତୁ ସେ ଲୋକଙ୍କୁ ଉତ୍ତେଜିତ କରୁଛନ୍ତି । ଯଦି ଲୋକେ ନିଆଁ ଲଗାଇ ଦେଇଥାନ୍ତେ କେତେ କ୍ଷତି ହୋଇଥାନ୍ତା ପ୍ରଦୀପ ପ୍ରଶ୍ନ କରିଛନ୍ତି ।
Headlines 08- ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍ ବ୍ୟବହାର କରାଯିବ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ କରାଯିବ । ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ପୂର୍ତ୍ତ ବିଭାଗ ପକ୍ଷରୁ ଅନ୍ଲାଇନ କରାଯିବ । ପୂର୍ବରୁ କାମ ୨ ମାସ ଲାଗୁଥିଲା କିନ୍ତୁ ଏବେ ଗୋଟିଏ ସପ୍ତାହରେ ହେବ । ଅନ୍ଲାଇନ ଆପ୍ଲିକେସନ୍ କରିବା ପାଇଁ କାମ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
Headlines 09- ସାତକୋଶିଆ ବାଘ ଶୂନ୍ୟ ହୋଇଯାଇଛି ବୋଲି କହିଛନ୍ତି ପିସିସିଏଫ୍ ପ୍ରେମ୍ ଝା । ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଅଣାଯିବାକୁ ଯୋଜନା ନାହିଁ । ୫ ବର୍ଷ ପୂର୍ବେ ବାଘ ରହିଥିଲେ, କିନ୍ତୁ ବର୍ତ୍ତମାନ ଆଉ ବାଘ ନାହାନ୍ତି । ଶିମିଳିପାଳରେ ୨ ପ୍ରକାର (ନର୍ମାଲ ଟାଇଗର ଓ ବ୍ଲାକ୍ ଟାଇଗର) ବାଘ ଅଛନ୍ତି । ପ୍ରତି ୪ ବର୍ଷରେ ଥରେ ବାଘ ଗଣନା କରାଯାଉଛି ବୋଲି ସେ କହିଛନ୍ତି । ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି । ଶାବକଙ୍କୁ ୨ବର୍ଷ ହେଲା ପରେ ସେମାନଙ୍କୁ ଗଣନାରେ ସାମିଲ କରାଯିବ ।
Headlines 10- ଭୁବନେଶ୍ୱର ବିମାନ ବନ୍ଦରରୁ ୩୦ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ବ୍ୟାଙ୍କକ୍ ବିମାନରେ ଆସିଥିବା ୩ ଯୁବକ ଅଟକ ରଖିଛି କଷ୍ଟମ୍ ବିଭାଗ । ଉକ୍ତ ଯୁବକମାନେ ଉତ୍ତରପ୍ରଦେଶର ହୋଇଥିବା କୁହାଯାଉଛି ।