Top 10 News Headlines: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା...ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2873276

Top 10 News Headlines: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା...ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି ଓ ଅନ୍ୟାନ୍ୟ ଖବର

Top 10 News Headlines: ସକାଳ ର ୧୦ ଟି ବଡ଼ ଖବର ପଢନ୍ତୁ ଚୁଟକିରେ...

Top 10 News Headlines: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା...ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି ଓ ଅନ୍ୟାନ୍ୟ ଖବର

Rakhi Purnima 2025: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଭଉଣୀ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଏବଂ ଶୁଭକାମନା କରିଥାଏ ଭଉଣୀ। ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ । ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନାଇଥାନ୍ତି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ। 

Srimandira Rakhi Purnima: ଆଜି ପବିତ୍ର ରକ୍ଷା ବନ୍ଧନ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀହସ୍ତରେ ରାକ୍ଷୀ ବାନ୍ଧିବେ ଭଉଣୀ ଦେବୀ ସୁଭଦ୍ରା। ସ୍ନେହ ଓ ବିଶ୍ୱାସର ଏହି ପରମ୍ପରା ପାଇଁ ପାଟରା ସେବକଙ୍କ ହାତରେ ତିଆରି ହୋଇଛି ବିଶ୍ୱ ବ୍ରହ୍ମାଣ୍ଡର ବୃହତ୍ତମ ରାକ୍ଷୀ। ଶ୍ରଦ୍ଧା ଓ ଭକ୍ତିର ସହ ଏହି ରାକ୍ଷୀକୁ ନିଷ୍ଠା ଓ ଭକ୍ତିର ସହ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁଙ୍କ ପାଟରା ସେବକ। ତେବେ ରକ୍ଷା ବନ୍ଧନ ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବ। ଏହି ପବିତ୍ର ତିଥିରେ ଭାଇର ଦୀର୍ଘାୟୁ କାମନା କରି ଭଉଣୀ ଭାଇ ହସ୍ତରେ ରାକ୍ଷୀ ବାନ୍ଧିଥାଏ।

CMO Odisha: ମହିଳାଙ୍କ ସ୍ୱାଭିମାନ ଓ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ 'ସୁଭଦ୍ରା' । ମହିଳା ସଶକ୍ତିକରଣର ଧାରାକୁ ତ୍ବରାନ୍ୱିତ କରି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ୩ କିସ୍ତି। ଲୋକଙ୍କ ସରକାରଙ୍କ ପ୍ରତିଶ୍ରୁତି ପୂରଣ ପୂର୍ବକ ନାରୀଶକ୍ତିଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ୩ୟ କିସ୍ତି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ । ଏନେଇ ସିଏମଓ ପୋର୍ଟାଲରେ ରାଜ୍ୟର ମହିଳାଙ୍କୁ ଶୁଭେଚ୍ଛା ଜଣାଯାଇଛି।

Subhadra Installment: ସେହିପରି ଆଜି ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ଆସିବ ସୁଭଦ୍ରା ତୃତୀୟ କିସ୍ତିର ଟଙ୍କା । ଜୟପୁରରେ ଆୟୋଜିତ ହେଉଛି ଆଜି ସ୍ବତନ୍ତ୍ର ସମାରୋହ । ଜୟପୁର ସମାରୋହରେ ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମର ଦିନକ ପୂର୍ବରୁ ଦୁଇ ଦିନିଆ କୋରାପୁଟ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପ-ମୁଖ୍ୟମନ୍ତ୍ରୀ କୋଟିଆ ଗସ୍ତ କରି ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ। ସୁଭଦ୍ରା ଭଉଣୀ ଓ ଲକ୍ଷପତି ଦିଦି ମାନଙ୍କ ସହିତ ସିଧାସଳଖ ଆଲୋଚନା କରିବେ ଉପମୁଖ୍ୟମନ୍ତ୍ରୀ ।

Shaktishree Cell: ଅଗଷ୍ଟ ୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି । ସବୁ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ବିଭାଗ । ଅଗଷ୍ଟ ୨୦ ସୁଦ୍ଧା ଶକ୍ତିଶ୍ରୀ ସାଥୀ ବାଛିବା ପାଇଁ ପଦକ୍ଷେପ ନେବାକୁ ଉଲ୍ଲେଖ । ଅଗଷ୍ଟ ୧୪ ସୁଦ୍ଧା ପ୍ରତି ଶ୍ରେଣୀକୁ ପ୍ରତିନିଧିତ୍ବ କରୁଥିବା ଜଣେ ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ରହିଛି। ସେହିପରି
ପ୍ରତିନିଧିତ୍ବ ପାଇଁ UG କିମ୍ବା PG ଶେଷ ବର୍ଷର ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ୬ ଦିନିଆ ଆତ୍ମରକ୍ଷା ତାଲିମ୍ ଆୟୋଜନ ପାଇଁ ମଧ୍ୟ ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ ରହିଛି। 

Capital Hospital: କ୍ୟାପିଟାଲ୍‌ ହସ୍‌ପିଟାଲ୍ ହେବ ମେଡ଼ିକାଲ୍ କଲେଜ । ଏନେଇ  ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । 'ରାଉରକେଲା ହସ୍‌ପିଟାଲକୁ ନେଇ ରି-ଡେଭେଲପମେଣ୍ଟ ପ୍ଲାନ୍ ହୋଇଛି' ସେହିପରି 'ବୁର୍ଲା, କଟକ, ବ୍ରହ୍ମପୁର, ଭୁବନେଶ୍ୱର ଓ ରାଉରକେଲା ପାଇଁ ନୂଆ ପ୍ଲାନ୍ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେହିପରି ଚଳିତ ବର୍ଷ ୨୦୦ MBBS ସିଟ୍ ବଢିବ, ୧୦୦ ପିଜି ସିଟ୍ ବୃଦ୍ଧି ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି। 

Fraud In AIIMS Recruitment: ଏମ୍‌ସ ନିଯୁକ୍ତିରେ ଜାଲିଆତି ନେଇ ଶୁକ୍ରବାର ସିବିଆଇର ୯ଜଣିଆ ଟିମ୍‌ ଏମ୍‌ସ ସମେତ ‌ଜଗତସିଂହପୁର ଓ କଳ୍ପନା ଆଦି ୩ଟି ସ୍ଥାନରେ  ଚଢ଼ଉ କରିଥିଲା । ଏମ୍‌ସର ୨୭ଜଣ କର୍ମଚାରୀଙ୍କୁ ନେଇ ସିବିଆଇ ଟିମ୍‌ ୫ ଘଣ୍ଟାକାଳ ଜେରା କରିଥିଲା। ଏହାଛଡ଼ା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସିବିଆଇ ଟିମ୍‌ ହାତରେ ଲାଗିଥିବା ଜଣାପଡ଼ିଛି।

Uttarkashi Disaster Update: ଉତ୍ତରକାଶୀର ବିପର୍ଯ୍ୟୟ ଗ୍ରସ୍ତ ଧରାଲି ଗ୍ରାମରେ ଶୁକ୍ରବାର ଉଦ୍ଧାର ଅପରେସନ୍‌ ତ୍ବରାନ୍ବିତ ହୋଇଛି।  ଗତକାଲି ସନ୍ଧ୍ୟା ସୁଦ୍ଧା ଆଉ ୫୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ବୋଲି  ଅଧିକାରୀମାନେ କହିଛନ୍ତି।  ଗ‌ଙ୍ଗୋତ୍ରୀ ଜାତୀୟ ରାଜପଥ ଏବଂ ଅନେକ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଆକାଶ ମାର୍ଗରୁ ଉଦ୍ଧାର ଏବଂ ରିଲିଫ୍‌ ଅପ‌ରେସନ୍‌ ଚାଲିଛି।

Donald Trump Putin Meeting: ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ନେଇ X ସୋସିଆଲ ମିଡିଆରେ ସୂଚନା । ୟୁକ୍ରେନ୍ ଶାନ୍ତି ଚୁକ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ସୂଚନାନୁଯାୟୀ, ୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ।

Gaza Israel Coflict: ଦୀର୍ଘ ମାସ ହେବ ଗାଜାରେ ବୋହୁଛି ରକ୍ତ । ବିଦ୍ରୋହୀ ହମାସକୁ ଟାର୍ଗେଟ୍‌ କରି ଇସ୍ରାଏଲ ସେନା ୨୨ମାସ ହେବ ନରସଂହାର କରୁଛି । ଏହା ଭିତରେ ଲକ୍ଷଲକ୍ଷ ନିରୀହ ଲୋକଙ୍କ ପ୍ରାଣହାନି ସହ ଚାଲିଛି ପଳାୟନ । ଘଟଣାକୁ ବିଶ୍ବ ରାଷ୍ଟ୍ର ନିନ୍ଦା କରିବା ସହ ଆକ୍ରମଣକୁ ରୋକିବାକୁ ଇସ୍ରାଏଲ ଉପରେ ଚାପ ପ୍ରୟୋଗ କରାଯାଉଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଓ ୟୁରୋପୀୟ ସଂଘର ଚାପ ପରେ ଏବେ କଠୋର ନୀତିକୁ ବଦଳାଇବାକୁ ଯାଉଛି ଇସ୍ରାଏଲ । ଦେଶର କ୍ୟାବିନେଟ୍‌ରେ ଗାଜାକୁ ସମ୍ପୂର୍ଣ୍ଣ କବ୍‌ଜା କରିବାକୁ ଅନୁମତି ଦେଇଛି ।

Also Read: Today Horoscope: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...ପଢନ୍ତୁ ରାଶିଫଳ

Also Read: Raksha Bandhan 2025: ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବା ସମୟରେ କେତୋଟି ଗଣ୍ଠି ପକାଇବା ଉଚିତ୍, ଜାଣିରଖନ୍ତୁ

;