Top 10 News Headlines: ଅପରାହ୍ଣ ସମୟର ୧୦ ଟି ବଡ଼ ଖବର ପଢନ୍ତୁ ସଂକ୍ଷେପରେ...
Trending Photos
BJP Foundation Day: ଆଜି ରାଜ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି ବା ବିଜେପି ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର୍ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ବିଜେପି ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି, ରାଜ୍ୟରେ ୪୦ ଲକ୍ଷ ସଦସ୍ୟ ରହିଛନ୍ତି।
Police Encounter: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ପୁଣି ପୁଲିସପକ୍ଷରୁ ଏକ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛି। ବିଳମ୍ବିତ ରାତିରେ ଛେଣ୍ଡିପଦା ପୁଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟାଉନ ଥାନା ଅଧୀନରେ ଥିବା କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚାକୁ କ୍ଷୀରୋଦ ପଶି ଯାଇଥିଲା। କ୍ଷୀରୋଦ ନାୟକକୁ ଧରିବା ପାଇଁ ଛେଣ୍ଡିପଦା ପୁଲିସ, ଅନୁଗୁଳ ଟାଉନ ପୁଲିସ ଏବଂ ସ୍ପେସିଆଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ।
Narasingha Mishra Reaction: -ୱାକଫ୍ ବିଲ୍ରେ ବିଜେଡି ଭୋଟିଂକୁ ନେଇ ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ । ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି' କେବଳ ଏତିକି ନୁହେଁ ପୂର୍ବରୁ ବି ରଖିଥିଲେ, ଏବେବି ଗୃହବନ୍ଦୀ କରି ରଖିଛନ୍ତି ବୋଲି କହିଛନ୍ତି ନରସିଂହ । ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍ ଡିଲ୍ କରିଛନ୍ତି କହିଲେ ନରସିଂହ ମିଶ୍ର। ମିଳିତ ମନ୍ତ୍ରିମଣ୍ଡଳ କରିବାକୁ ଯୋଜନା କରିଛନ୍ତି ବୋଲି ଦେଇଛନ୍ତି ବୟାନ।
Ratha Yatra Preparation: ଆଉ ମାସ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଆଜି ପୁରୀ ରଥଯାତ୍ରା ପାଇଁ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।
ଖପୁରିଆ ସ୍ଥିତ ସରକାରୀ କାଠ ମିଲ୍ରେ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସକ ଓ ମହାରଣା ସେବାୟତଙ୍କ ଉପସ୍ଥିତିରେ କାଠ ଚିରଟ ହୋଇଛି। ଅକ୍ଷୟ ତୃତୀୟା ତଥା ଏପ୍ରିଲ ୩୦ ରେ ରଥକାଠ ଅନୁକୂଳ ହେବାର ପରମ୍ପରା ରହିଛି।
Ration Card KYC Last Date: କେନ୍ଦ୍ର ସରକାର ଆପଣମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ସରକାର ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କର ସମୟସୀମାକୁ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଆପଣମାନେ ରାସନରେ ଆଧାର ଲିଙ୍କ କରିପାରିବେ। ଆଉ ସରକାରୀ ସୁବିଧାରୁ ବଞ୍ଚିତ ହେବେନି। ଉପଭୋକ୍ତାଙ୍କୁ ଏବେ ରାସନକାର୍ଡରେ ଆଧାର ଲିଙ୍କ କରିବା ପାଇଁ ୩ ମାସର ସମୟ ଦିଆଯାଇଛି।
Pamban Bridge Innaguration: ନୂଆ ପମ୍ବନ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି। ତାମିଲନାଡୁ ରାମେଶ୍ବରମରେ ପମ୍ବନ ସେତୁ ଉଦ୍ଘାଟିତ
ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସାମୁଦ୍ରିକ ସେତୁ । ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପମ୍ବନ ବ୍ରିଜ୍ । ଆକାଶ ମାର୍ଗରୁ ପମ୍ବନ ବ୍ରିଜ୍ ର ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି।
Ram Navami 2025: ଆଜି ପବିତ୍ର ରାମନବମୀ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ରାମନବମୀକୁ ଧୁମଧାମରେ ପାଳନ ପାଇଁ ସାରା ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟରେ ଆଜି ବିରାଟ ମହୋତ୍ସବର ଆୟୋଜନ ହେଉଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।ଏହା ସହିତ ଦିଲ୍ଲୀ, ହରିଦ୍ବାରା, ନାଗପୁର, ଅହମ୍ମଦାବାଦରେ ଥିବା ବିଭିନ୍ନ ରାମ ମନ୍ଦିରରେ ମଧ୍ୟ ଧୁମଧାମରେ ପାଳନ କରାଯାଉଛି ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ।
Sri RAM Janma Utsav: ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ଶ୍ରୀରାମ ନବମୀ। ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀରାମ ଜନ୍ମ ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପ ଧାରଣ କରି ଶ୍ରୀରାମଙ୍କୁ ଜନ୍ମଦେବାର ବିଧି ରହିଛି। ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ତଥା ଗତକାଲି ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥିଲା।
Waqf Amendment Bill: ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍ ୨୦୨୫ । ଏହି ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପୂର୍ବରୁ ୱାକଫ ବିଲ୍ ଉଭୟ ଗୃହରେ ଗୃହୀତ ହୋଇଥିଲା । ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି, ‘ସଂସଦ ଦ୍ୱାରା ଗୃହୀତ ୱାକଫ ସଂଶୋଧନ ଆଇନ ୫ ଏପ୍ରିଲ,୨୦୨୫ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଛି ଏବଂ ସାଧାରଣ ସୂଚନା ପାଇଁ ଏହା ପ୍ରକାଶିତ ହେଉଛି ।
Trump Netanyahu Meeting: ଗାଜାରେ ଚାଲିଥିବା ସଂଘର୍ଷ ଏବଂ ଅନ୍ତର୍ଜାତୀୟ ପରିସ୍ଥିତି ମଧ୍ୟରେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ସାକ୍ଷାତ ହେବ। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏବଂ ହ୍ୱାଇଟ୍ ହାଉସ୍ ଅଧିକାରୀ ଏହି ବୈଠକକୁ ନିଶ୍ଚିତ କରିଛନ୍ତି। ଟ୍ରମ୍ପ୍ଙ୍କ ପୁନଃନିର୍ବାଚନ ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ସାକ୍ଷାତ ହେବାକୁ ଯାଉଛି।