Fm College Case: ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ। ଏହି ମାମଲାରେ ଆଜି ବିଲେଶ୍ବର ଯିବ ଉଚ୍ଚଶିକ୍ଷା ତଦନ୍ତ କମିଟି।
Trending Photos
Fm College Case: ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ। ଏହି ମାମଲାରେ ଆଜି ବିଲେଶ୍ବର ଯିବ ଉଚ୍ଚଶିକ୍ଷା ତଦନ୍ତ କମିଟି। ଏହି ତଦନ୍ତ କମିଟି ନିକଟରେ ହାଜର ହେବେ ଆଭ୍ୟନ୍ତରୀଣ କମିଟି ସଦସ୍ୟ। ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ହୋଇଛି। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି ।ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ହୋଇଛି। ବାଲେଶ୍ବର ଶିକ୍ଷା ନିର୍ଦ୍ଦେଶାଳୟର ଏନେଇ ନିର୍ଦ୍ଦେଶ ରହିଛି । ଆହତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଛାଡ଼ି ଅନ୍ୟ ସମସ୍ତ ୯ ଜଣଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
ସୂଚନା ଅନୁଯାୟୀ, ଫକୀର ମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଟ୍ ବିଇଡିର ଦ୍ବୀତିୟ ବର୍ଷର ଛାତ୍ରୀ ଥିଲେ ସୌମ୍ୟାଶ୍ରୀ ବିଷି। ଅଭିଯୋଗ ଅନୁଯାୟୀ, ସୌମ୍ୟାଶ୍ରୀଙ୍କୁ ସେହି କଲେଜ୍ ର ଜଣେ ଏଚଓଡି(ଅଧ୍ୟାପକ) ସମୀର ସାହୁ ମାନିସକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା।
ପୀଡି଼ତାଙ୍କ ଅଭିଯୋଗ ଅନୁଯାୟୀ,ପୀଡି଼ତାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କୁ (ଫେବର ମାଗୁଥିଲେ)। ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ହେଲେ, ପୀଡିତା ଜଣକ ଯେପରି ପ୍ରଧ୍ୟାପକଙ୍କ କଥାରେ ରାଜି ହେଲେନି ତାଙ୍କୁ କ୍ଲାସ୍ ରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଆଗରେ ଅପମାନିତ କରିବା ସହ ପେପରରେ ବ୍ୟାକ୍ ଲଗେଇଦେବ ବୋଲି ଧମକ ଦେଉଥିଲେ କେବଳ ସେତିକି ନୁହେଁ। ପୀଡିତଙ୍କ ଡାଉଟ୍ କ୍ଲିୟରିଂ କ୍ଲାସ୍ ରେ ଡାଉଟ୍ କ୍ଲିଅର ନ କରି ତାଙ୍କ ଅଭିଭାବକଙ୍କୁ କଲ୍ କରି ସୌମ୍ୟାଶ୍ରୀଙ୍କ ବିରୋଧରେ ମିଛସତ କହୁଥିଲେ ସମୀର। ଯାହାକୁ ନେଇ ସୌମ୍ୟାଶ୍ରୀ ଚିନ୍ତାରେ ରହୁଥିଲେ।
ଏନେଇ ସେ ପୋଲିସ୍ ର ଦ୍ବରସ୍ତ ହେବା ସହିତ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଏ ବିଷୟରେ ଲିଖିତ ଅବଗତ କରିଥିଲେ। ହେଲେ କୌଣସି ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏପରିକି କଲେଜର ଅଧ୍ୟକ୍ଷଙ୍କୁ ମଧ୍ୟ ଏ ଘଟଣା ସମ୍ପର୍କରେ ସମସ୍ତ ଘଟଣା ଜଣାଇଥିଲେ ପୀଡ଼ିତା । ହେଲେ ସେ ବି କୌଣସି ପ୍ରକାର ଆକ୍ସନ ଗ୍ରହଣ କରି ନଥିଲେ।
ହେଲା ନିର୍ଯ୍ୟାତନା ଅସତ୍ୟ ହେବାରୁ ଗତ ଶନିବାର ଦିନ ସେ କଲେଜ ପ୍ରିନ୍ସପାଲ୍ ଙ୍କ ରୁମ୍ ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ପୀଡ଼ିତା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲେଶ୍ବର ମେଡିକାଲ୍ ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ଶରୀରର ୯୮ ପ୍ରତିଶତ ଜଳି ଯାଇଥିବାରୁ ମଙ୍ଗଳବାର ଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପରେ ପଳାସିଆ ଗାଁକୁ ପଠାଯାଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟୁ ସମ୍ପନ୍ନ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଉଠୁଛୁ ପଡୁଛି ରାଜ୍ୟ ରାଜନୀତି। ଯାହାକୁ ନେଇ ବାଲେଶ୍ବର ବନ୍ଦ କରାଯାଇଥିବା ବେଳେ (ଗୁରୁବାର) ସାରା ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ପୀ଼ଡ଼ିତାଙ୍କ ଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।