Train Ticket New Rules: ରେଳବାଇ ନେଲା ଏକ ବଡ଼ ପଦକ୍ଷେପ, ଏବେ ୨୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ଚାର୍ଟ
Advertisement
Article Detail0/zeeodisha/odisha2796126

Train Ticket New Rules: ରେଳବାଇ ନେଲା ଏକ ବଡ଼ ପଦକ୍ଷେପ, ଏବେ ୨୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ଚାର୍ଟ

Train Ticket New Rules: ରେଳବାଇ ବିକାନେର ଡିଭିଜନରେ ଏହି ନୂତନ ବ୍ୟବସ୍ଥାର ପରୀକ୍ଷଣ ଆରମ୍ଭ କରିଛି। ଏହି ଡିଭିଜନ ଉତ୍ତର ପଶ୍ଚିମ ରେଳବାଇ ଅଧୀନରେ ଆସେ। ବିକାନେର ଡିଭିଜନର ଟ୍ରେନଗୁଡ଼ିକ ପାଇଁ ରିଜରଭେସନ ଚାର୍ଟ ଏବେ ଟ୍ରେନ୍ ଛାଡିବାର ୨୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଉଛି।

 

Train Ticket New Rules
Train Ticket New Rules

Train Ticket New Rules: ଟ୍ରେନରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏବେ ଆପଣଙ୍କୁ ଆପଣଙ୍କର ଅପେକ୍ଷା ଟିକେଟ୍ କନଫର୍ମ ହେବ କି ନାହିଁ ଜାଣିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ରେଳବାଇ ୱେଟିଂ ଟିକେଟ୍ ସହିତ ଜଡିତ ଏକ ବଡ଼ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଆପଣ ଗୋଟିଏ ଦିନ ପୂର୍ବରୁ ଆପଣଙ୍କର ଅପେକ୍ଷା ଟିକେଟ୍ ର ସଠିକ୍ ସ୍ଥିତି ଜାଣିପାରିବେ। କହିରଖୁଛୁ ଯେ ଏବେ ରେଳବାଇ ୪ ଘଣ୍ଟା ନୁହେଁ ୨୪ ଘଣ୍ଟା ପୂର୍ବରୁ ରିଜର୍ଭେସନ ଚାର୍ଟ ପ୍ରସ୍ତୁତ କରିବାକୁ ଯାଉଛି। ବର୍ତ୍ତମାନ ଏହାର ପରୀକ୍ଷଣ ବିକାନେର ରେଳ ଡିଭିଜନରେ କରାଯାଉଛି ଏବଂ ଖୁବ୍ ଶୀଘ୍ର ଏହାକୁ ସମଗ୍ର ରେଳବାଇରେ ଗ୍ରହଣ କରାଯିବ।

କ’ଣ ରହିଛି ନୂଆ ନିୟମ?
କହି ରଖୁଛୁ ଯେ ରେଳବାଇର ବର୍ତ୍ତମାନର ନିୟମ ଅନୁଯାୟୀ, ପ୍ରତ୍ୟେକ ଟ୍ରେନ୍‌ର ଚୂଡ଼ାନ୍ତ ରିଜର୍ଭେସନ ଚାର୍ଟ ଟ୍ରେନ୍ ଯାତ୍ରାର ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୋଇଥାଏ। ଏପରି ପରିସ୍ଥିତିର ଯଦି ଆପଣଙ୍କର ଟିକେଟ୍ ଅପେକ୍ଷାରେ ଫସି ରହିଛି, ତେବେ ଆପଣଙ୍କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସନ୍ଦେହରେ ରହିବାକୁ ପଡିବ ଯେ ଆପଣଙ୍କର ଟିକେଟ୍ କନଫର୍ମ ହେବ କି ନାହିଁ। ଆପଣଙ୍କର ପରବର୍ତ୍ତୀ ଯାତ୍ରାର ସମ୍ପୂର୍ଣ୍ଣ ପ୍ଲାନ୍ କେବଳ ଟ୍ରେନ୍ ଟିକେଟ୍ କନଫର୍ମ ଉପରେ ନିର୍ଭର କରେ।

୨୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ଚାର୍ଟ
ଯାତ୍ରୀମାନଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ନିଷ୍ପତ୍ତି ନେଇଛି ଯେ ଶୀଘ୍ର ଟ୍ରେନ୍‌ର ଯାତ୍ରୀ ରିଜରଭେସନ ଚାର୍ଟ ଟ୍ରେନ୍‌ ଛାଡ଼ିବା ସମୟର ୨୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୋଇଯିବ। ଏହା ସହିତ ରେଳବାଇ ଏକ ଟିକେଟ୍ କୁ ନେଇ ନୂଆ ନିୟମର ପରୀକ୍ଷଣ ମଧ୍ୟ ଆରମ୍ଭ କରିଛି। କହିରଖୁଛୁ ଯେ ୬ ଜୁନ୍‌ରୁ ଏହି ଟିକେଟ୍ କୁ ନେଇ ପରିବର୍ତ୍ତନ ବିକାନେର ରେଳ ଡିଭିଜନ୍‌ରେ କରାଯାଉଛି ଏବଂ ଖୁବ୍‌ଶୀଘ୍ର ଏହାକୁ ସମଗ୍ର ରେଳବାଇରେ ଲାଗୁ କରାଯିବ।

ରେଳବାଇ ବିଶ୍ୱାସ କରେ ଯେ ଟ୍ରେନ୍ ଛାଡିବାର ୨୪ ଘଣ୍ଟା ପୂର୍ବରୁ ରିଜର୍ଭେସନ ଚାର୍ଟ ପ୍ରସ୍ତୁତ କରିବା ଦ୍ୱାରା ଯାତ୍ରୀମାନେ ପୂର୍ବରୁ ଜାଣିପାରିବେ ଯେ ସେମାନଙ୍କର ଟିକେଟ କନଫର୍ମ ହୋଇଛି କି ୱେଟିଂ ଲିଷ୍ଟରେ ଅଛି। ଯାହା ଦ୍ୱାରା ଯଦି ଯାତ୍ରୀଙ୍କ ପାଖରେ ଶେଷ ପର୍ଯ୍ୟନ୍ତ ୱେଟିଂ ଲିଷ୍ଟ ରହିଥାଏ ତେବେ ସେ ନିଜ ଯାତ୍ରାକୁ ନଇ ବିକଳ୍ପ ବ୍ୟବସ୍ଥା କରିପାରିବେ।

;