Dipali Das networth:ଦୀପାଳି ଦାସ ହେଉଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଝିଅ। ବିଦେଶରେ ଶିକ୍ଷାଲାଭ କରିଥିବା ଦୀପାଳି ୨୦୨୩ ମସିହାରେ ଏକ ରୋଚକ ମୋଡରେ ରାଜନୀତିରେ ପାଦ ଥାପିଥିଲେ। ବାପା ନବ କିଶୋର ଦାସଙ୍କ ମୃତ୍ୟୁ ପରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।
Dipali Das networth:ଦୀପାଳି ଦାସ ହେଉଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଝିଅ। ବିଦେଶରେ ଶିକ୍ଷାଲାଭ କରିଥିବା ଦୀପାଳି ୨୦୨୩ ମସିହାରେ ଏକ ରୋଚକ ମୋଡରେ ରାଜନୀତିରେ ପାଦ ଥାପିଥିଲେ। ବାପା ନବ କିଶୋର ଦାସଙ୍କ ମୃତ୍ୟୁ ପରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହାପରେ ସେ ନିର୍ବାଚିତ ହୋଇ ୨୦୨୩ ମସିହାରେ ୨୦୨୩ ମସିହାରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମାଆ ମୀନତି ଦାସ ଓ ବାପା ନବକିଶୋର ଦାସଙ୍କ ଝିଅ ହେଉଛନ୍ତି ଦୀପାଳି ଦାସ। ସେ ୧୯୯୭ ମସିହାର ଜାନୁଆରୀ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ଦୀପାଳି ବାଣିଜ୍ୟ ବିଭାଗ ଛାତ୍ରୀ ରହିଥିଲେ। ସେ ମୁମ୍ବାଇ ସ୍ଥିତ କେସି କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି। ସେହିପରି ସ୍ପେନସ୍ଥିତ ଇୟୁ ବିଜନେସ ସ୍କୁଲ ଅଫ ବାର୍ସେଲୋନାରୁ ଏମବିଏ ହାସଲ କରିଛନ୍ତି।
୨୦୨୩ ମସିହାରୁ ସେ ବିଜୁ ଜନତା ଦଳର ଜଣେ କାର୍ଯ୍ୟରତ ରହିଛନ୍ତି।
ବାପାଙ୍କ ମୃତ୍ୟୁ ପରେ ୨୦୨୩ ମସିହାରେ ହୋଇଥିବା ଉପନିର୍ବାଚନରେ ୧ ଲକ୍ଷ ୭ ହଜାର ଖଣ୍ଡ ଭୋଟ ପାଇଥିଲେ।
ଏହା ପରେ ସେ ୨୦୨୪ ମସିହାରେ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ଝାରସୁଗୁଡା ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। ଏଥିରେ ସେ ମୋଟ ୮୯୭୭୨ ଖଣ୍ଡ ଭୋଟ ପାଇଥିଲେ।
ମାତ୍ର ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ୧୩୩୩ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ।
ତେବେ ୨୦୨୪ ମସିହାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠର ତଥ୍ୟ ଅନୁଯାୟୀ ପରିବାରର ଏକାଧିକ ବ୍ୟବସାୟ ରହିଛି। ବିଶେଷ କରି ଯାନବାହନ ଓ ଟ୍ରାନପୋର୍ଟ କମ୍ପାନୀରୁ ମୋଟା ଅଙ୍କର ଆୟ ହୋଇଥାଏ।
ବ୍ୟବସାୟରେ ତାଙ୍କର ଏକାଧିକ ଗାଡି ଲାଗିଥିବା ନେଇ ସେ ସତ୍ୟପାଠରେ ଦର୍ଶାଇଥିଲେ। ଏହି ଗାଡ଼ି ଗୁଡିକ ମଧ୍ୟରେ ଜେସିବି, ପିକଅପ ଭ୍ୟାନ, କ୍ୟାମ୍ପର, କନଷ୍ଟ୍ରକ୍ସନ ମେସିନାରୀ ଆଦି ରହିଥିବା ଜଣାପଡିଛି।
ସେହିପରି ୨୦୨୨-୨୩ରେ ଦୀପାଳିଙ୍କ ଆୟ ରହିଥିଲା ୭୬୪୯୮୮୦ ଟଙ୍କା। ଏହା ସହିତ ତାଙ୍କର ମା ମୀନତୀ ଦାସଙ୍କର ସେହି ବର୍ଷର ଆୟ ରହିଥିବା ୫,୬୮,୮୩,୨୦୦ ଟଙ୍କା।
ଦୀପାଳିଙ୍କର ବ୍ୟକ୍ତିଗତ ଗାଡି ସମ୍ପର୍କରେ ଯଦି କୁହାଯାଏ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଲଗଜୁରୀ ଗାଡି ଚଢିବାକୁ ସେ ବହୁତ ପସନ୍ଦ କରନ୍ତି। ଫଳରେ ତାଙ୍କର ରେଞ୍ଜରୋଭର ଗାଡି ରହିଛି। ଯାହାର ମୂଲ୍ୟ ୩୪ ଲକ୍ଷ ଟଙ୍କା ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି।
ତାଙ୍କ ଭାଇ ବିଶାଲ କୁମାର ଦାସ କୋଟି ଟଙ୍କା ମୂଲ୍ୟର ପୋରସ ଗାଡି ଚଢୁଥିବା ବେଳେ ମା ମୀନତି ଦାସଙ୍କର ଦାମୀ ଅଡି ଓ ଜାଗୁଆର ଭଳି ବିଳାସମୟ କାର ରହିଥିବା ନେଇ ସତ୍ୟପାଠରେ ଦୀପାଳି ସୂଚନା ଦେଇଥିଲେ।
ट्रेन्डिंग फोटोज़