Advertisement
Photo Details/zeeodisha/odisha2861127
photoDetails0hindi

Subhadra Yojana 2025: ଖୁସି ଖବର,ଏହି ଦିନ ଆକାଉଣ୍ଟକୁ ଆସିବ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା,ସେପଟେ ପଞ୍ଜିକରଣ ପାଇଁ ପୁଣି ଖୋଲିବ...

Subhadra Yojana 2025: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆଗଷ୍ଟ ମାସର ଏହି ଦିନ ଆସିବ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା । କେବଳ ସେତିକି ନୁହେଁ,ସୁଭଦ୍ରା କିସ୍ତି ଟଙ୍କା ଆସିବା ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍। ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ତେବେ, ଆସନ୍ତୁ ଜାଣିବା କେବେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା।

1/6

ସୁଭଦ୍ରା ପଞ୍ଜିକରଣ କରିବା ପାଇଁ ଖୋଲିବା ପାଇଁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍। ୨୧ ବର୍ଷ ହୋଇଥିଲେ ଯୁବତୀ/ମହିଳାମାନେ କରିପାରିବେ ଆବେଦନ। 

ALSO READ: Grah Gochar 2025: ତିନି ବଡ଼ ଗ୍ରହଙ୍କ ଶୁଭ ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ହେବା ସହ...

 

2/6

ଏହା ସହ ପୂର୍ବରୁ ବାଦ୍ ପଡିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡିବାକୁ ହେବ ଏହି ସର୍ଭେ ବୋଲି ଜଣାପଡିଛି।  ପ୍ରଥମ କିସ୍ତି ନେବା ପରେ କିଏ ଆଇଟି ରିଟର୍ଣ୍ଣ, କିଏ ଗାଡ଼ି କିଣି ଦେଇଛି।  ୫ ଏକର ଜମି ଥିବା କାରଣରୁ  ସେମାନଙ୍କୁ ବାଦ୍ ଦିଆଯାଇଛି।  ଅଗଷ୍ଟ ୯ ତାରିଖ ପରେ ସେମାନଙ୍କୁ ଯୋଡିବା ପାଇଁ ଏହି ସର୍ଭେ ହେବ ବୋଲି ଜଣାପଡିଛି।  

 

3/6

ସେହିପରି, ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ଲିଷ୍ଟ ପଠେଇ ଦିଆଯାଇଛି। ଏହି ଆଧାରକୁ ନେଇ ପୁଣି ଥରେ ଚୟନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

 

4/6

ତେବେ, ଅଗଷ୍ଟ ୯ ତାରିଖ ଦିନ( ରାକ୍ଷୀ ପୂର୍ଣ୍ଣିମା) ଦିନ ରାଜ୍ୟରେ କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା। ପୂର୍ବରୁ ଏହି ମହିଳାମାନେ ୨ ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ପାଇଛନ୍ତି। 

 

5/6

ଦ୍ବିତୀୟ କିସ୍ତି ଟଙ୍କା ମାର୍ଚ୍ଚ ୮ ତାରିଖରେ ମହିଳାଙ୍କ ଖାତାକୁ ଆସିଥିଲା। ସୁଭଦ୍ରା ଯୋଜାନରୁ ଯେପରି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି।

 

6/6

 ସେନେଇ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। 

 

;