Advertisement
Photo Details/zeeodisha/odisha2869128
photoDetails0hindi

Tsunami Alert For Odisha: ଓଡ଼ିଶାକୁ ସୁନାମୀ ଭୟ !

Tsunami Alert For Odisha: ଭୁବନେଶ୍ୱର: ଓଡ଼ିଶାକୁ ରହିଛି ସୁନାମୀ ଭୟ। ଏଭଳି କିଛି ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ବୈଜ୍ଞାନିକ। ଏଠାରେ କହି ରଖୁ କି ସୁନାମି ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଦ୍ୱାରା ସୃଷ୍ଟି ହୁଏ। ଋଷିଆରେ ଏକ ବଡ଼ ଭୂମିକମ୍ପ ହେବା ପରେ, ଜାପାନ ଓ ଆମେରିକୀୟ ଏଜେନ୍ସି ଗୁଡ଼ିକ ମଧ୍ୟ ସୁନାମି ସତର୍କତା ଜାରି କରିଥିଲେ।

1/9

Tsunami Alert For Odisha: ଭୁବନେଶ୍ୱର: ଓଡ଼ିଶାକୁ ରହିଛି ସୁନାମୀ ଭୟ। ଏଭଳି କିଛି ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ବୈଜ୍ଞାନିକ। ଏଠାରେ କହି ରଖୁ କି ସୁନାମି ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଦ୍ୱାରା ସୃଷ୍ଟି ହୁଏ। ଋଷିଆରେ ଏକ ବଡ଼ ଭୂମିକମ୍ପ ହେବା ପରେ, ଜାପାନ ଓ ଆମେରିକୀୟ ଏଜେନ୍ସି ଗୁଡ଼ିକ ମଧ୍ୟ ସୁନାମି ସତର୍କତା ଜାରି କରିଥିଲେ। ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମିର ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଭଳି ପ୍ରାକୃତିକ କାରଣ ଯୋଗୁଁ ହୋଇପାରେ। ଏପରିକି ସୁନାମୀ ଭାରତର କିଛି ସମୂଦ୍ରକୂଳିଆ ରାଜ୍ୟ ଉପରେ ମଧ୍ୟ ପ୍ରଭାବିତ କରିପାରେ। 

2/9

ଏହି ରାଜ୍ୟ ଗୁଡିକ ମଧ୍ୟରେ ଓଡ଼ିଶା ରହିଥିବା ନେଇ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। 

3/9

ବୈଜ୍ଞାନିକଙ୍କ କହିବା ଅନୁସାରେ ଓଡ଼ିଶା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଯେପରିକି ପୁରୀ, କୋଣାର୍କ, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳ ସୁନାମୀ ପ୍ରଭାବକୁ ଅଧିକ ପ୍ରତିକ୍ରିୟାଶୀଳ ହେବାର ସମ୍ଭାବନା ରହିଛି। 

4/9

ବଙ୍ଗୋପସାଗରରେ ଅବସ୍ଥିତ ପୁରୀ, ଘୂର୍ଣ୍ଣିଝଡ଼ ଓ ସୁନାମି ଭଳି ସାମୁଦ୍ରିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। 

5/9

ତେବେ, ସୁନାମୀର ପ୍ରଭାବ କେବଳ ଓଡ଼ିଶା ନୁହେଁ, ଭାରତର ଅନ୍ୟ କିଛି ରାଜ୍ୟ ଓ ସହରକୁ ମଧ୍ୟ ପ୍ରଭାବିତ କରିପାରେ। 

6/9

୧୫ଟି ସହର ବା ଅଞ୍ଚଳର ଏକ ତାଲିକା ପ୍ରସ୍ତୁତ କରାଯାଇଛି ଯେଉଁମାନେ ସୁନାମୀ ପ୍ରତି ଅଧିକ ସମ୍ଭାବ୍ୟ, ଯାହା ଭାରତୀୟ ସରକାର ଏବଂ ଇନ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସିଆନ ଇନଫର୍ମେସନ ସର୍ଭିସେସ (INCOIS) ଦ୍ୱାରା ଚିହ୍ନଟ କରାଯାଇଛି।

7/9

ଏହି ସହର ଗୁଡିକ ମଧ୍ୟରେ ଓଡ଼ିଶାର ପୁରୀ, ବାଲେଶ୍ୱର, ପାରାଦୀପ, ଗୋପାଳପୁର ରହିଛି। 

8/9

ସେହିପରି ତାମିଲନାଡୁର ଚେନ୍ନାଇ, କନ୍ୟାକୁମାରୀ, କୁଡ୍ଡାଲୋର, ନାଗାପଟ୍ଟିନମ, ତୁତିକୋରିନ ରହିଛି। 

9/9

ଆନ୍ଧ୍ରପ୍ରଦେଶର ଦୁଇଟି ସହର ବିଶାଖାପାଟନା ଓ ମଛଲିପଟ୍ଟନମ, କେରଳର କୋଲ୍ଲମ ଓ ତିରୁବନ୍ତପୁରମ ରହିଛି। 

;