Train Service: ତିର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର। ମହୋଦଧି ସହ ଯୋଡ଼ି ହେବ ମରୁଭୂମି। ପୁରୀରୁ ରାଜସ୍ଥାନକୁ ଗଡ଼ିବ ଟ୍ରେନ୍। ଯାହାକୁ ନେଇ ଯାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ଯାତ୍ରୀଙ୍କ ଲାଗି ଏଭଳି ପଦକ୍ଷେପ ନେଇଛି ଭାରତୀୟ ରେଳବାଇ। ଓଡ଼ିଶା ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ତେବେ, ଆସନ୍ତୁ ଜାଣିବା ଏହି ଟ୍ରେନ୍ ସପ୍ତାହକୁ କେତେ ଦିନ ଗଡ଼ିବ।....
ରାଜସ୍ଥାନ ସହ ଯୋଡି ହେବ ଓଡ଼ିଶା। ଏନେଇ ପୁରୀ-ଲାଲଗଡ଼ ପୁରୀ ରାଜସ୍ଥାନ୍ ଏକ୍ସପ୍ରେସ୍ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଗତକାଲି ସମ୍ପ୍ରସାରିତ ଟ୍ରେନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ।
ALSO READ: ଆଶାୟୀଙ୍କ ପାଇଁ ଖୁସି ଖବର,ଏହି ମାସରେ ହେବ RI ଓ ଅମିନ ପ୍ରିଲିମ୍ ପରୀକ୍ଷା
ତେବେ, ଏହି ସାପ୍ତାହିକ ଟ୍ରେନ୍ -ଟି ବୁଧବାର ସକାଳ ୬ ଟା ୩୫ ମିନିଟ୍ ରେ ପୁରୀ ରେଳ ଷ୍ଟେସନ୍ ଛାଡି଼ ତା ପରଦିନ ରାତି ୮ଟା ୩୫ ମିନିଟ୍ ସମୟରେ ରାଜସ୍ଥାର ଗଙ୍ଗାନଗର ଷ୍ଟେସନରେ ପହଞ୍ଚିବ।
ପୁରୀ ଏବଂ ଗଙ୍ଗାନଗର ଷ୍ଟେସନ୍ ମଧ୍ୟରେ ଏହି ଟ୍ରେନ୍ ଟି ୯ଟି ଷ୍ଟପେଜ୍ ରେ ରହିବ।
ଦେଶ ଗଠନ ସହ ରେଳ ସଂଯୋଗୀ କରଣ କ୍ଷେତ୍ରରେ ଏହି ଟ୍ରେନ୍ ଟି ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ମାଇଲଖୁଣ୍ଟ ପାଲଟିବା ସହ ଯାତ୍ରୀଙ୍କୁ ସୁଖଦ ଅନୁଭୂତି ଦେଇପାରିବ।
ଟ୍ରେନ୍ ଶୁଭାରମ୍ଭ ଅବସରରେ ପୁରୀ ସଂସାଦ ସମ୍ବିତ ପାତ୍ର କହିଛନ୍ତି ଯେ, ୧୬୨ କୋଟି ଟଙ୍କା ବ୍ୟୟରେ ପୁରୀ ବିଶ୍ବସ୍ତରୀୟ ରେଳ ଷ୍ଟେସନ୍ ର ନବୀକରଣ କରାଯିବ। ରାଜ୍ୟସଭା ସାଂସଦ ତଥା ରେଲଓ୍ବେ ଷ୍ଟାଣ୍ତିଂ କମିଟି ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ, ଶ୍ରୀମନ୍ଦିର ନିକଟରେ ରେଳବାଇ ତରଫରୁ ଏକ ଟିକେଟ୍ କାଉଣ୍ଟର ଖୋଲିବାକୁ ରେଳବିଭାଗକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
ट्रेन्डिंग फोटोज़