Allu Arjun: ଗୋଟିଏ ରାତି ଜେଲରେ ରହିବା ପରେ ଜେଲରୁ ବାହାରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ବାସଭବନରେ ପହଞ୍ଚିବା କ୍ଷଣି ତାଙ୍କୁ ଦେଖା କରିବା ପାଇଁ ପ୍ରଶଂସକଙ୍କ ଲାଗିଥିଲା ଭିଡ଼। ଏହାରି ମଧ୍ୟରେ ସେ ଫେରିବା ପରେ ଅଲ୍ଲୁ ଅର୍ଜୁଙ୍କୁ ଧରି ଭୋ' ଭୋ' ହୋଇ କାନ୍ଦି ପକାଇଛନ୍ତି ତାଙ୍କ ସ୍ତ୍ରୀ ସ୍ନେହା ରେଡ୍ଡି ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।