Accident Video: ଜଗତସିଂହପୁରରୁ ଗୋରେଖନାଥ ଦର୍ଶନ ସାରି ଫେରୁଥିଲେ। ବସ ଧକ୍କାରେ ଚାଲିଗଲା ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ପାଳସାହି ଛକ ନିକଟରେ। ଆଜି ଶ୍ରାବଣ ମାସ ସୋମବାର ଥିବାରୁ ପୁରୀ ଜିଲ୍ଲା ବାସେଳୀସାହିରୁ ଚାରି ଜଣ ସାଙ୍ଗ ବାଇକ ସାହାଯ୍ୟରେ ଗୋରେଖନାଥଙ୍କ ଦର୍ଶନ କରିବାକୁ ଆସିଥିଲେ। ରାତି ଅଧାରୁ ଆସି ଦର୍ଶନ ସାରି ଘରକୁ ସକାଳୁ ସକାଳୁ ଫେରୁଥିବା ବେଳେ ପାଳସାହି ନିକଟରେ ସାଇକ୍ରିଷ୍ନା ବସ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।