Viral Video: ଅଭିନେତ୍ରୀ ତଥା ମ୍ୟୁଜିକ୍ ଭିଡିଓ ଡ୍ୟାନ୍ସର ସୁଚରିତା ସ୍ୱାଇଁଙ୍କ ଅନେକ ଗୀତ ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ଖୁବ କମ ସମୟ ମଧ୍ୟରେ ସୁଚରିତା ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ସୁଚରିତା ସୋସିଆଲ୍ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ । ଅନେକ ଗୀତରେ ସୁଚରିତା ପୂର୍ବରୁ ରିଲ୍ କରିସାରିଛନ୍ତି ଯାହାକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି । ନିକଟରେ ସୁଚରିତାଙ୍କ ଏହି ରିଲ୍ ଖୁବ ଭାଇରାଲ୍ ହେବାରେ ଲାଗିଛି ।