Heavy Rain Alert: ଓଡ଼ିଶାରୁ ମୌମୁମୀ ଫେରିଯାଇଥିଲେ ମଧ୍ୟ ଉତ୍ତର ଭାରତର କେତେକାଞ୍ଚଳରେ ସକ୍ରିୟ ରହିଛି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଏହି ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ କେତେକ ରାଜ୍ୟକୁ ରେଡ୍ ଆଲର୍ଟ ମଧ୍ୟ ଜାରି ହୋଇଛି। ତେବେ, ଆସନ୍ତୁ ଜାଣିବା ଆଜି ଓଡି଼ଶା ସମେତ କେଉଁ ସବୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୧୫ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଆଲର୍ଟ ଜାରି ହୋଇଛି। ଏହା ସହ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହୋଇପାରେ।
ଆଜି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଓ କୋରାପୁଟ୍ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ। ଫଳରେ ଏହି ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଜି(ବୁଧବାର) ଗଜପତି, କଳାହାଣ୍ତି, ରାୟଗଡା ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ଅବଶିଷ୍ଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୂଚନା ମିଳିଛି।
ଆସନ୍ତା ୨ ଦିନ ରାଜ୍ୟରେ ମୂଷୁଳ ଧାରାରେ ବର୍ଷା ହେବା ନେଇ ସୂଚନା ମିଳିଛି। ଏ-ନେଇ ମତ୍ସ୍ୟଜୀବୀଙ୍କୁ ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ବାରଣ କରାଯାଇଛି।
ସେହିପରି, ଦେଶର ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବ ସମେତ ଏକାଧିକ ସ୍ଥାନରେ ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ। ବିଶେଷ କରି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୟୁପିରେ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି। ୟୁପିର ଆଜମଗଡ଼, ମାଉ, ବାଲିଆ, ଗୋରଖପୁର, ବାଲିଆ, ସନ୍ଥକବୀର ନଗର, ବସ୍ତି ଏବଂ କୁଶୀନଗରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଉତ୍ତରପ୍ରଦେଶରେ ୧୪,୧୫ ଓ ୧୬ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ନେଇ ସତର୍କତା ଜାରି କରିଛି ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିହାରର ପାଟନା ଓ ଆଖପାଖ ଅଞ୍ଚଳର କିଛି ସ୍ଥାନରେ ବିଜୁଳି ଘଡ଼ଘଡି ହେବା ସହ ବର୍ଷା ହେବ।
ମଧ୍ୟପ୍ରଦେଶର ଗ୍ବାଲିୟର, ଦାତିଆ, ଭିଣ୍ତ, ଶେଓପୁର, ସତନା, କଟନି, ପାନ୍ନା, ଦାମୋହ, ସାଗର, ଛତରପୁର ଓ ଟିକମଗଡରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି।
ସେହିପରି, ଜମ୍ମୁ-କାଶ୍ମୀରରେ ମଧ୍ୟ ଆଜି ବର୍ଷା ଜାରି ରହିଛି। ରଜୌରୀ ଓ ପୁଂଜରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରାଖଣ୍ତର କିଛି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।
ट्रेन्डिंग फोटोज़