Weather Update: ରାଜ୍ୟରେ ଆସନ୍ତା ଦୁଇ ଦିନ କାଳବୈଶାଖି ଲାଗି ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ସତର୍କ କରାଯାଇଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁସବୁ ଜିଲ୍ଲାରେ କାଳବୈଶାଖିର ସମ୍ଭାବନା ରହିଛି।
ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା , ପବନ ହେବାର ସମ୍ଭାବନା ରହିଛି। ଆଜିଠାରୁ ରାଜ୍ୟରେ ତାପମାତ୍ରା ମଧ୍ୟ କମିବ।
ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ଅପରାହ୍ନରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଂଜରେ କାଳବୈଶାଖି ହେବାର ସମ୍ଭାବନା ରହିଛି।
ଏହିସବୁ ଜିଲ୍ଲାକୁ ଅରେଂଜ ଆଲର୍ଟ ଜାରି କରାଯାଇଛି।
ସେହିପରି, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ,ନବରଙ୍ଗପୁର,ରାୟଗଡା, କୋରାପୁଟ୍ , ମାଲକାନଗିରିରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା ୨୩ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାକୁ କାଳବୌଶାଖି ସତର୍କତା ଜାରି କରାଯାଇଛି।
ସେହିପରି ୨୪ ତାରିଖରେ କାଳବୈଶାଖି ହେବାର ସମ୍ଭାବନା ରହିଛି। ପ୍ରବଳ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ସମୟରେ ପବନର ବେଗ ୫୦ ରୁ ୬୦ କିମି ବେଗରେ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ପବନ ପାଇଁ କଚ୍ଚା ଘର ଭାଙ୍ଗିବ, ଗଛ ଉପୁଡିବା ଆଶଙ୍କା ରହିଛି। ତେଣୁ କାଳବୈଶାଖି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ କାଳବୈଖାଖିର ସମ୍ଭାବନା ଥିବାରୁ ତାତି କମ୍ ରହିବ।
ଗତକାଲି ଟିଟିଲାଗଡ ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।
ट्रेन्डिंग फोटोज़