Advertisement
Photo Details/zeeodisha/odisha2879648
photoDetails0hindi

Ketu-Surya Yuti: ସୂର୍ଯ୍ୟଙ୍କ ରାଶିରେ ଗୋଚର କରୁଛନ୍ତି କେତୁ, ୨୦୨୬ ପର୍ଯ୍ୟନ୍ତ ଚମକିବ ଏହି ସବୁ ରାଶିମାନଙ୍କ ଭାଗ୍ୟ

Ketu-Surya Yuti: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁକୁ ଏକ ଭ୍ରମାତ୍ମକ ଗ୍ରହ ଭାବରେ ବିବେଚନା କରାଯାଏ। କେତୁ ସମୟ ସମୟରେ ଗୋଚର କରିଥାନ୍ତି। ଯାହା ସମସ୍ତ ରାଶିକୁ ପ୍ରଭାବିତ କରିଥାଏ। ଯଦି କୁଣ୍ଡଳୀରେ କେତୁ ଗ୍ରହର ସ୍ଥିତି ଭଲ ଥାଏ, ତେବେ ବ୍ୟକ୍ତିର ଜୀବନରେ ସୁଖ ଏବଂ ସମୃଦ୍ଧିର ଅଭାବ ହୁଏ ନାହିଁ।

 

1/5

Ketu-Surya Yuti: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁକୁ ଏକ ଭ୍ରମାତ୍ମକ ଗ୍ରହ ଭାବରେ ବିବେଚନା କରାଯାଏ। କେତୁ ସମୟ ସମୟରେ ଗୋଚର କରିଥାନ୍ତି। ଯାହା ସମସ୍ତ ରାଶିକୁ ପ୍ରଭାବିତ କରିଥାଏ। ଯଦି କୁଣ୍ଡଳୀରେ କେତୁ ଗ୍ରହର ସ୍ଥିତି ଭଲ ଥାଏ, ତେବେ ବ୍ୟକ୍ତିର ଜୀବନରେ ସୁଖ ଏବଂ ସମୃଦ୍ଧିର ଅଭାବ ହୁଏ ନାହିଁ। ଏହି ବର୍ଷ କେତୁ ନିଜର ଗତି ବଦଳାଇଛନ୍ତି। ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ରାଶିରେ ରହିବେ। ତେବେ ଜାଣନ୍ତୁ କେତୁ ସିଂହ ରାଶିରେ ପ୍ରବେଶ କରିବା ଦ୍ୱାରା କେଉଁ ରାଶିର ଲୋକମାନେ ଲାଭବାନ ହୋଇପାରନ୍ତି।

 

2/5

ଧନୁ ରାଶି: ସିଂହ ରାଶିରେ କେତୁଙ୍କ ଗୋଚର ଧନୁ ରାଶି ଲୋକଙ୍କ ପାଇଁ ସୌଭାଗ୍ୟ ଆଣିପାରେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ହେବ। ଆପଣଙ୍କୁ ଏକ ଭଲ ଡିଲ୍ ମଧ୍ୟ ମିଳିପାରେ। ଏହି ସମୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଶୁଭ ସମୟ ବୋଲି ବିବେଚନା କରାଯାଏ। ଟଙ୍କା ଆସିବାର ମଧ୍ୟ ସମ୍ଭାବନା ଅଛି। ସ୍ୱାସ୍ଥ୍ୟର ଉନ୍ନତୀ ଦେଖାଦେବ ଏବଂ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ।

 

3/5

କର୍କଟ ରାଶି: ସୂର୍ଯ୍ୟଙ୍କ ସିଂହ ରାଶିରେ କେତୁଙ୍କ ଗୋଚର କର୍କଟ ରାଶି ଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହି ସମୟରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧୀୟ କିଛି ଭଲ ଖବର ମଧ୍ୟ ମିଳିପାରେ। ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ଆର୍ଥିକ ଲାଭର ସମ୍ଭାବନା ମଧ୍ୟ ରହିଛି। ଆପଣ ଜଣେ ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି।

 

4/5

ବିଛା ରାଶି: ସୂର୍ଯ୍ୟଙ୍କ ସିଂହ ରାଶିରେ କେତୁଙ୍କ ଗୋଚର ବିଛା ରାଶି ଥିବା ବ୍ୟକ୍ତି ମାନଙ୍କ ପାଇଁ ଶୁଭ ବୋଲି ବିବେଚନା କରାଯାଏ। ଜୀବନରେ ଆସୁଥିବା ବାଧା ଦୂର ହେବା ଆରମ୍ଭ ହେବ। ଆପଣଙ୍କୁ ପରିବାର ସଦସ୍ୟଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ଆପଣ ଆପଣଙ୍କ ସାଥୀଙ୍କ ସହିତ ଶାନ୍ତିପୂର୍ଣ୍ଣ ମୁହୂର୍ତ୍ତ ବିତାଇବେ। ସ୍ୱାସ୍ଥ୍ୟ ଠିକ୍ ଥିବା ମନେ ହେଉଛି। ଏହି ସମୟରେ ଆପଣ ଏକ ଲମ୍ବା ଯାତ୍ରା କରିବାକୁ ନେଇ ଯୋଜନା କରିପାରିନ୍ତି।

 

5/5

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;