Mars Transit 2025 In Virgo: ମଙ୍ଗଳଙ୍କ ଚଳନ କାରଣରୁ କେଉଁ ରାଶି କ୍ଷତି ସହିବାକୁ ପଡ଼ିପାରେ ଆସନ୍ତୁ ଜାଣିବା।
Mars Transit 2025 In Virgo: ମଙ୍ଗଳଙ୍କ ଚଳନ କାରଣରୁ କେଉଁ ରାଶି କ୍ଷତି ସହିବାକୁ ପଡ଼ିପାରେ ଆସନ୍ତୁ ଜାଣିବା।
ମିଥୁନ ରାଶି
ଆପଣଙ୍କ ରାଶିର ଚତୁର୍ଥ ଘରେ ମଙ୍ଗଳ ଚଳନ ହେବାକୁ ଯାଉଛି। ଘରୋଇ ବ୍ୟବସାୟ ବଢିବ । ଘର ସାଜସଜ୍ଜାରେ ଅଧିକ ଟଙ୍କା ଖର୍ଚ୍ଚ କରିବେ । ଯାନବାହାନ ଚଳାଉଥିଲେ ସାବଧାନ ରୁହନ୍ତୁ । ପରିବାର ଲୋକଙ୍କ ସହିତ ବିଭ୍ରାଟ ଦେଖାଦେଇପାରେ। ସମ୍ପର୍କ ବିଷୟରେ ଟିକେ ସତର୍କ ରୁହନ୍ତୁ।
ତୁଳା ରାଶି
ଆପଣଙ୍କ ରାଶିର ଦ୍ୱାଦଶ ଘରେ ମଙ୍ଗଳ ଚଳନ ହେବାକୁ ଯାଉଛି। ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। ନିଜ ଖାଦ୍ୟ ପେୟର ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ପାଠପଢ଼ା ପାଇଁ ବିଦେଶ ଯିବାକୁ ଯୋଜନା କରୁଥିଲେ ମାନସିକ ଚାପ ଅନୁଭବ କରିପାରନ୍ତି। ପ୍ରତିଯୋଗିତାରେ ନୈରାସ୍ୟଜନକ ଫଳାଫଳ ମିଳିପାରେ ।
ଧନୁ ରାଶି
ମଙ୍ଗଳଙ୍କ ଚଳନ ଦଶମ ଘରେ ହେବାକୁ ଯାଉଛି। ଚାକିରି ଏବଂ ବ୍ୟବସାୟରେ ବହୁତ ସକ୍ରିୟ ଭାବେ କାମ କରିବାକୁ ପଡିବ। କର୍ମକ୍ଷେତ୍ରରେ କାହା ସହିତ ଯୁକ୍ତି କରନ୍ତୁ ନାହିଁ । ଅଫିସ ରାଜନୀତିରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ । କଠିନ ପରିଶ୍ରମର ଫଳ ଆପଣଙ୍କୁ ଆଗକୁ ମିଳିବ।
ମକର ରାଶି
ମଙ୍ଗଳଙ୍କ ଚଳନ ନବମ ଘରେ ହେବାକୁ ଯାଉଛି। ଦୂରଯାତ୍ରାର ସମ୍ଭାବନା ରହିଛି। ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି । କିନ୍ତୁ, ଏହି ସମୟ ମଧ୍ୟରେ ଯାତ୍ରା ସ୍ଥଗିତ ରଖିବା ଭଲ ହେବ। ଆହତ ହେବାର ସମ୍ଭାବନା ଅଛି ତେଣୁ ସତର୍କ ରୁହନ୍ତୁ।
ମୀନ ରାଶି
ଆପଣଙ୍କ ପାଇଁ ମଙ୍ଗଳଙ୍କ ଚଳନ ସପ୍ତମ ଘରେ ହେବ । ବ୍ୟବସାୟରେ ପୁରୁଣା ସହଭାଗୀତା ଶେଷ ହୋଇପାରେ। ବ୍ୟବସାୟରେ ସାଥୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ। ଜୀବନସାଥୀଙ୍କ କଥା ଆପଣଙ୍କୁ ଆଘାତ ଦେଇପାରେ । ଧର୍ଯ୍ୟ ରଖନ୍ତୁ ସବୁକିଛି ଠିକ୍ ହୋଇଯିବ। ଆପଣଙ୍କ ସମ୍ପର୍କକୁ ଅଧିକ ବୁଝିବାର ସୁଯୋଗ ପାଇବେ। ବୁଝାମଣା ସହିତ ପ୍ରତିଟି ନିଷ୍ପତ୍ତି ନେବା ଆବଶ୍ୟକ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़