Shani Surya Effects: ୧୭ ଅଗଷ୍ଟରେ ଶନି ଏବଂ ସୂର୍ଯ୍ୟଙ୍କ ପ୍ରଭାବରୁ ଷଡାଷ୍ଟକ ଯୋଗ ଗଠନ ହେବାକୁ ଯାଉଛି । ଏହି ଯୋଗ ୧ ମାସ ପର୍ଯ୍ୟନ୍ତ ରହିବ। ଏହି କାରଣରୁ କିଛି ରାଶିକୁ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ବୃଷ, କନ୍ୟା, ମକର ଏବଂ ମୀନ ରାଶି ଉପରେ ଷଡାଷ୍ଟକ ଯୋଗର ପ୍ରଭାବ କିପରି ରହିବ ଆସନ୍ତୁ ଜାଣିବା
ବୃଷ ରାଶି
ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗ ଆପଣଙ୍କ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ନିଜ କଥାକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରନ୍ତୁ । ନଚେତ୍ କିଛି ଲୋକ ଆପଣଙ୍କ ବିଷୟରେ ଭୁଲ ଧାରଣା ସୃଷ୍ଟି କରିପାରନ୍ତି । କଠିନ ପରିଶ୍ରମର ଫଳାଫଳ ସଠିକ ନମିଳିବା କାରଣରୁ ଆପଣଙ୍କ ମନ ଦୁଃଖ ହୋଇପାରେ । ଆପଣଙ୍କୁ ଧର୍ଯ୍ୟ ବଜାୟ ରଖିବା ଆବଶ୍ୟକ । ଏହି ସମୟରେ ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ଖରାପ ହୋଇପାରେ । ପ୍ରତିକାର ସ୍ୱରୂପ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।
କନ୍ୟା ରାଶି
ଷଡାଷ୍ଟକ ଯୋଗ କାରଣରୁ ଆପଣ ଆର୍ଥିକ କ୍ଷତି ସହିପାରନ୍ତି। ବହୁତ ଭାବିଚିନ୍ତି କାରବାର କରିବାକୁ ପଡିବ। ଅନଲାଇନ୍ ଠକେଇରୁ ଦୂରେଇ ରୁହନ୍ତୁ। ଚାକିରି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅତ୍ୟଧିକ କାର୍ଯ୍ୟଭାର କାରଣରୁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ବ୍ୟବସାୟୀ ସମ୍ବନ୍ଧୀୟ ରଣନୀତି କାହା ସହ ସେୟାର କରିବା ଉଚିତ ନୁହେଁ। ପ୍ରତିକାର ସ୍ୱରୂପ ଆପଣ ଶିବ ଚାଳିଶା ପାଠ କରନ୍ତୁ ।
ମକର ରାଶି
ଷଡାଷ୍ଟକ ଯୋଗ ଆପଣଙ୍କୁ ମାନସିକ ସମସ୍ୟାରେ ପକାଇପାରେ । ଆପଣଙ୍କ ଭବିଷ୍ୟତ ବିଷୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଚିନ୍ତା କରିବା ପରିବର୍ତ୍ତେ, ଆପଣଙ୍କୁ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ । କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । କଥାବାର୍ତ୍ତା ସମୟରେ ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ । କେହି ନିକଟତର ବ୍ୟକ୍ତି ଆପଣଙ୍କୁ ଠକିପାରେ ତେଣୁ ସତର୍କ ରୁହନ୍ତୁ। ପ୍ରତିକାର ସ୍ୱରୂପ ଶନିବାର ଦିନ ଯଥାସମ୍ଭବ ଖାଦ୍ୟ, ପୋଷାକ କିମ୍ବା ଟଙ୍କା ଦାନ କରନ୍ତୁ ।
ମୀନ ରାଶି
କର୍ମକ୍ଷେତ୍ରରେ ଆପଣ ଏକଲା ଅନୁଭବ କରିପାରନ୍ତି । ପାରିବାରିକ ଜୀବନରେ ନିଜ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତା ପ୍ରକଟ କରିପାରନ୍ତି । ଜମା ଟଙ୍କା ଅନିଚ୍ଛାକୃତ ଭାବରେ ଖର୍ଚ୍ଚ ହୋଇପାରେ। ପିତାମାତାମାନେ ସେମାନଙ୍କ ନିଜ ପିଲାଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ ଶୁଭ ହେବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़