Odisha Teacher Recruitment: ୬ ଜୁନରେ ୮୨୬ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2787175

Odisha Teacher Recruitment: ୬ ଜୁନରେ ୮୨୬ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

Odisha Teacher Recruitment: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ ୬ ତାରିଖରେ ୮୨୬ ଜଣ ସ୍ନାତକୋତ୍ତର ତାଲିମପ୍ରାପ୍ତ (PGT) ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହାର ସୂଚନା ବୁଧବାର ଦିନ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଛନ୍ତି। ଏହା ସମେତ ସେ ସାରା ଓଡ଼ିଶାରେ ଶିକ୍ଷକ ପଦବୀ ପୂରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

୬ ଜୁନରେ ୮୨୬ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି,"ନୂଆ ସରକାର ଆସିବା ପରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ନୂଆ ସରକାର ଆସିବା ସମେତ ପ୍ରାୟ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାପରେ ଆହୁରି ୨ ହଜାର ନିଯୁକ୍ତି ପତ୍ର ଦିଆଯାଇଛି। ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା। ସରକାର ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଚେଷ୍ଟା କରୁଛନ୍ତି। ଖୁବଶୀଘ୍ର ଏହା ପୂରଣ ହେବ। ଏହା ସହ ଯାହା ଅସୁବିଧା ଅଛି ତାକୁ ତର୍ଜମା କରାଯାଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ।"

ମନ୍ତ୍ରୀ ଗଣ୍ଡ ଆଗକୁ ମଧ୍ୟ କହିଛନ୍ତି,"ରାଜ୍ୟରେ କିଭଳି ଶିକ୍ଷାର ବିକାଶ ହୋଇପାରିବ ଏବଂ ଛାତ୍ରଛାତ୍ରୀ ମାନେ କିପରି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର ରହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ଅନ୍ୟସବୁ ଯେଉଁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି ତାହା ମଧ୍ୟ ଯଥାଶୀଘ୍ର ପର୍ଯ୍ୟାୟ କ୍ରମେ ପୂରଣ କରାଯିବ। ଯାହା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ।"

;