ଯେଉଁ ଘଟଣା ଘଟିଲା ତାହାକୁ ଏକ ଦୁର୍ଘଟଣା ବୋଲି ଅଭିହିତ କରି ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଏଥିପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ମୁଁ ତାହାକୁ ଦୃଢ଼ ସମର୍ଥନ କରୁଛି। ହେଲେ ଏବେ ରାଜନୀତି କରିବାର ସମୟ ନୁହେଁ। ଏଣୁ ରାଜନୀତିକ ବୟାନବାଜୀ ସମ୍ପର୍କରେ ସେ କିଛି କହିବାକୁ ଚାହୁନାହାନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
Trending Photos
ଭୁବନେଶ୍ୱର: ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ସମ୍ପର୍କ ପିତା-ପୁତ୍ର ଭଳି। କିନ୍ତୁ ବର୍ତ୍ତମାନ ତାହାର ଅବକ୍ଷୟ ହୋଇଛି। ଏହା ଉଦବେଗଜନକ। ଏ ବିଷୟରେ ମୋର ବି ଦାୟିତ୍ୱ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଯେଉଁ ଘଟଣା ଘଟିଲା ତାହାକୁ ଏକ ଦୁର୍ଘଟଣା ବୋଲି ଅଭିହିତ କରି ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଏଥିପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ମୁଁ ତାହାକୁ ଦୃଢ଼ ସମର୍ଥନ କରୁଛି। ହେଲେ ଏବେ ରାଜନୀତି କରିବାର ସମୟ ନୁହେଁ। ଏଣୁ ରାଜନୀତିକ ବୟାନବାଜୀ ସମ୍ପର୍କରେ ସେ କିଛି କହିବାକୁ ଚାହୁନାହାନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ବାଲେଶ୍ୱର ଫକୀରମୋହନ କଲେଜରେ ଇଣ୍ଟିଗୟେଟେଡ୍ ବିଏଡ୍ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ବୟାନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଏବେ ଆବଶ୍ୟକତା ହେଉଛି ଅତ୍ୟାଧୁନିକ ସର୍ବାତ୍ତମ ଚିକିତ୍ସା ପୀଡ଼ିତାଙ୍କୁ ଯୋଗାଇଦେବା। ଏଥିପାଇଁ ଏମ୍ସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଛାତ୍ରୀଙ୍କ ସୁସ୍ଥତା ସେ କାମନା କରିଛନ୍ତି। ରାଜ୍ୟ ନେତୃତ୍ୱ ଏବଂ ମୁଁ ଏଭଳି ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତିକୁ ସମ୍ମୁଖୀନ ହେବୁ। ଏବେ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ସମ୍ପର୍କ ଯେଉଁଭଳି ଭାବେ ଅବନତୀ ହୋଇଛି ସେ ପରିସ୍ଥିତିକୁ ସାମ୍ନା କରିବାକୁ ହେବ ବୋଲି ସେ କହିଛନ୍ତି।
ଆମେ ସମସ୍ତେ ଏକାଠି ହୋଇଛୁ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ। ଏହାକୁ ଲୁଚାଇବାର ନାହିଁ କି କାହାକୁ ଛାଡ଼ିବାର ନାହିଁ। ଦୁର୍ଘଟଣା ହୋଇଛି। ଏହାକୁ ଯେତେ କଠୋର ଶବ୍ଦରେ ନିନ୍ଦା କଲେ ମଧ୍ୟ ଶବ୍ଦ କମ୍ ପଡ଼ିବ। ମୁଁ ନିଜକୁ ଏହି ଦାୟିତ୍ୱରେ ସଂଶ୍ଳିଷ୍ଟ କରୁଛି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ।
ଆଜି ଅନେକଗୁଡ଼ିଏ ଶିକ୍ଷାନୁଷ୍ଠାରେ ପୁରୁଣା ରହିଥିବା କଥା ବାହାରକୁ ଆସିଲାଣି। ଏହା ଆମ ପାଇଁ ଉଦବେଗର ବିଷୟ। ଏ ବିଷୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ସରକାର କାହାକୁ ଛାଡ଼ିବେନି। ସେଥିପ୍ରତି ମୋର ପୂର୍ଣ୍ଣ ଭରସା କରହିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।
Also Read- Budh Gochar 2025: ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ୫ ରାଶିର ଭାଗ୍ୟ ଉଜ୍ୱଳ
Also Read- ଜ୍ୱର, କାଶ, କୃମି ସହ ଅନେକ ରୋଗ ପାଇଁ ରାମ ବାଣ ଚମ୍ପା, ଏମିତି କରନ୍ତୁ ବ୍ୟବହାର