Bhagyarekha: ୪ଶହ ଅଧ୍ୟାୟରେ ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ଭାଗ୍ୟରେଖା’
Advertisement
Article Detail0/zeeodisha/odisha2863216

Bhagyarekha: ୪ଶହ ଅଧ୍ୟାୟରେ ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ଭାଗ୍ୟରେଖା’

ଭୁବନେଶ୍ୱର: ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରୁଛନ୍ତି । ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ । ସେହିପରି ୪ଶହ ଅଧ୍ୟାୟରେ ପହଞ୍ଚିଥିବା ମେଗା ଧାରାବାହିକ ‘ଭାଗ୍ୟରେଖା’ ପ୍ରତି ସୋମ ରୁ ଶୁକ୍ର ରାତି ୯.୩୦ ଓଡିଆ ଦର୍ଶକଙ୍କ ଭଲପାଇବା ପାଇଛି ।

Bhagyarekha: ୪ଶହ ଅଧ୍ୟାୟରେ ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ଭାଗ୍ୟରେଖା’

Bhagyarekha: ଭୁବନେଶ୍ୱର: ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରୁଛନ୍ତି । ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ । ସେହିପରି ୪ଶହ ଅଧ୍ୟାୟରେ ପହଞ୍ଚିଥିବା ମେଗା ଧାରାବାହିକ ‘ଭାଗ୍ୟରେଖା’ ପ୍ରତି ସୋମ ରୁ ଶୁକ୍ର ରାତି ୯.୩୦ ଓଡିଆ ଦର୍ଶକଙ୍କ ଭଲପାଇବା ପାଇଛି । ଆଗକୁ ଏହି ଧାରାବାହିକରେ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। 

କାହାଣୀ ଗତିଶୀଳ ଓ ଅପ୍ରତ୍ୟାଶିତ ହୋଇଚାଲିଛି । ରେଖା ଓ ଭାଗ୍ୟ ପରସ୍ପର ପ୍ରତି ମନରେ ଥିବା ପ୍ରେମ ଆଗକୁ ବଢିଛି ହେଲେ ସମୟ ଗତିରେ ରେଖାର ଏକ ବଡ଼ ଦୁର୍ଘଟଣା ହୋଇଛି ଓ ରେଖାର ପ୍ଲାଷ୍ଟିକ ସର୍ଜରୀ ହୋଇଛି । ଏପଟେ ସବୁ ଜାଣି ଭାଗ୍ୟ ତାକୁ ଘରକୁ ଆଣିଲା ପରେ ଆଦର୍ଶ ଏହି ସବୁ ସୁଯୋଗର ଫାଇଦା ଉଠାଇ ଏକ ମିଛ କାହାଣୀ ଗଢ଼ିଛି ଓ ସମସ୍ତଙ୍କ ଆଗରେ କହିଛି ରେଖା ଭାଗ୍ୟକୁ ମାରିଦେଇଛି ଏବଂ ଅନ୍ୟ ଜଣଙ୍କୁ ଘରକୁ ଆଣିଛି ବୋଲି କହିଛି l 

ତେବେ ଏହି ସମସ୍ୟା ଭିତରେ କ'ଣ କେବେ ରେଖା ଓ ଭାଗ୍ୟ ଏକାଠି ହୋଇପାରିବେ? ରେଖାକୁ ସେମାନେ କଣ ଆପଣାଇବେ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଭାଗ୍ୟରେଖା ଧାରାବାହିକକୁ ଦେଖିବାକୁ ହେବ l 

ଜୀ ସାର୍ଥକର ସବୁ ମେଗା ଧାରାବାହିକ ପରି ‘ଭାଗ୍ୟରେଖା’କୁ ମିଳିଥିବା ଭଲପାଇବା ସହିତ ନାରୀର ସୃଜନଶୀଳତା ଓ ପରାକାଷ୍ଠା କେତେ ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଉପଲବ୍ଧି କରିଛନ୍ତି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;