ଶୋକରେ ବୁଡିଲା ଓଡ଼ିଶା ଯାତ୍ରାଜଗତ, ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି କଳାକାର
Advertisement
Article Detail0/zeeodisha/odisha2683801

ଶୋକରେ ବୁଡିଲା ଓଡ଼ିଶା ଯାତ୍ରାଜଗତ, ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି କଳାକାର

Accident News: ସ୍କୁଟି ଭାରସାମ୍ୟ ହରାଇବା କାରଣରୁ ଦୁଇ ଯାତ୍ରା ଅଭିନେତ୍ରୀ ଏକ ବ୍ରିଜ ଉପରୁ ପ୍ରାୟ ୨୦ ଫୁଟ ତଳେ ଖସି ପଡିଥିଲେ । ଫଳରେ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଶୋକରେ ବୁଡିଲା ଓଡ଼ିଶା ଯାତ୍ରାଜଗତ, ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି କଳାକାର

ଭୁବନେଶ୍ୱର: ୧୬ ମାର୍ଚ୍ଚ ରବିବାର ଦିନ ଭୋର ସମୟରେ ଏକ ବଡ଼ ଦୁର୍ଘଟଣା ଘଟିବା କାରଣରୁ ଜଣେ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ସୋର ଥାନା ୧୬ନଂ ଜାତୀୟ ରାଜପଥ ଦହିସଡା ସାଧନା ହୋଟେଲ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଏକ ସ୍କୁଟି ଭାରସାମ୍ୟ ହରାଇବା କାରଣରୁ ଦୁଇ ଯାତ୍ରା ଅଭିନେତ୍ରୀ ଏକ ବ୍ରିଜ ଉପରୁ ପ୍ରାୟ ୨୦ ଫୁଟ ତଳେ ଖସି ପଡିଥିଲେ । ଫଳରେ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଦୁଇ ଯାତ୍ରା ଅଭିନେତ୍ରୀଙ୍କ ନାମ ହେଉଛି ବାଲେଶ୍ୱର ବୁରୁଦା ଅଞ୍ଚଳର ଝିଲି ସାହାଣୀ ଏବଂ ପାଣିକୋଇଲି ଅଞ୍ଚଳର ପାୟଲ ପଣ୍ଡା। ଦୁର୍ଘଟଣାରେ ପାୟଲଙ୍କ ମୃତ୍ୟୁ ହୋଇଥିବା ସମୟରେ ଝିଲି ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଖବର ମୁତାବକ, ପାୟଲଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଆଇସିୟୁରେ ଭେଣ୍ଟିଲେଟର ଚିକିତ୍ସା କରାଯାଉଥିଲା । ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଉତ୍କଳ କଳାକାର ଏକାଡେମୀ ଓଡ଼ିଶାର ରାଜ୍ୟ ସଭାପତି ସୁଜାତା ମିଶ୍ର କିଛି କଳାକାରଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଉତ୍କଳ କଳାକାର ଏକାଡେମୀ ଓଡ଼ିଶାର ରାଜ୍ୟ ଆବାହିକା କୁସୁମ ମଞ୍ଜରି, ପ୍ରତିଷ୍ଠାତା କୈଳାଶ ଚନ୍ଦ୍ର ନାୟକ ଏବଂ ସ୍ମୃତି ପ୍ରମୁଖ ତୁରନ୍ତ ହସ୍ପିଟାଲରେ ପହଞ୍ଚି ପାୟଲଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଡାକ୍ତର କହିଥିଲେ ଯେ, ପାୟଲଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଏବଂ ତାଙ୍କୁ ପ୍ରାୟ ୭୨ ଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନରେ ରଖିବା ପରେ କିଛି କହିହେବ । କିନ୍ତୁ ଡାକ୍ତରଙ୍କ ଚମସ୍ତ ଚେଷ୍ଟା ସତ୍ୱେ ପାୟଲଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ । ଭୋର ପ୍ରାୟ ୪ଟା ୪୦ ମିନିଟ୍ ସମୟରେ ପାୟଲଙ୍କ ମୃତ୍ୟୁ ହେବା ପରେ ଖବର ପ୍ରଚାରିତ ହୋଇଥିଲା ଫଳରେ ଓଡ଼ିଶା ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । ପାୟଲଙ୍କ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି । ପାୟଲଙ୍କ ସ୍ୱାମୀ ଏବଂ ୨ ଭଉଣୀ ଖବର ପାଇ ହସ୍ପିଟାଲରେ ପହଞ୍ଚିଥିଲେ ।

ଅଭିନେତ୍ରୀ ପାୟଲ ଅନେକ ପ୍ରମୁଖ ଯାତ୍ରା ଅନୁଷ୍ଠାନରେ ନିଜର କଳା ପରିବେଷଣ କରି ଲୋକପ୍ରିୟତା ହାସଲ କରିଥିଲେ । ଅନେକ ନାଟକରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଥିଲେ । ପାୟଲଙ୍କ ମୃତ୍ୟୁରେ ଅନେକ ଯାତ୍ରା କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ପାୟଲଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତୀ କାମନା କରିଛନ୍ତି ।

ଅନ୍ୟପଟେ, ଅଭିନେତ୍ରୀ ଝିଲିଙ୍କ ଅବସ୍ଥା ଗୁରୁତର ରହିଛି । ସେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଝିଲିଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି ଯାତ୍ରାସହ ଜଡିତ ଅନେକ ସଦସ୍ୟ । ଆପଣଙ୍କୁ କହିରଖୁଛୁ ଯେ, ଦୁର୍ଘଟଣା ପରେ ପୋଲିସ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ପ୍ରକୃତରେ କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ତାର ପ୍ରକୃତ ସତ୍ୟ ସାମ୍ନାକୁ ଆସିନାହିଁ ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;