Advertisement
Photo Details/zeeodisha/odisha2872465
photoDetails0hindi

Sonali Panda: ଥାନାର ଦ୍ୱାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ପୁଅ

ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ନେଇ ବିବାଦ ଥମିବାରେ ନାଁ ନେଉନି । ବିଗତ ବର୍ଷେ ହେବ ସୋନାଲିଙ୍କ ଅତୀତ କାହାଣୀ ଚର୍ଚ୍ଚାରେ ରହିଛି ।

1/7

ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ୧୨ ବର୍ଷର ପୁଅ ବର୍ତ୍ତମାନ ନ୍ୟାୟ ପାଇଁ  ପୁରୀ କୃଷ୍ଣପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

2/7

ସୋନାଲିଙ୍କ ପୁଅ ଅଭିଯୋଗ ଆଣିଛନ୍ତି ଯେ, ମୋ ବାପା ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କୁ ମିଛ ମାମଲାରେ ଫସା ଯାଉଛି ।

3/7

ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଜାଣିଶୁଣି ଏସବୁ କରୁଛନ୍ତି ବୋଲି ସୋନାଲିଙ୍କ ପୁଅ ଅଭିଯୋଗ କରିଛନ୍ତି ।

4/7

ମୁଁ ଛୋଟ ବେଳୁ ବାପାଙ୍କ ପାଖରେ ରହୁଛି ଯଦି ମୋ ବାପା ଗିରଫ ହେବେ ତେବେ ମୁଁ ଏକା ହୋଇଯିବି ବୋଲି ସୋନାଲିଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି ।

5/7

ଆପଣଙ୍କୁ କହିରଖୁଛୁ ଯେ, ଅଭିନେତ୍ରୀ ସୋନାଲି ପଣ୍ଡା ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ପୂର୍ବରୁ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାର ନାମରେ ଏତଲା ଦେଇଥିଲେ ।

6/7

ତେଣୁ ହୁଏତ ଶ୍ରୀକ୍ଷେତ୍ର ସାମନ୍ତରାୟ ଗିରଫ ହୋଇପାରନ୍ତି ସେଥିଲାଗି ପୁଅ ଥାନାରେ ପହଞ୍ଚି ଏତଲା ଦେଇଛନ୍ତି ।

7/7

ଅନ୍ୟପଟେ ପୁଅର ଅଭିଯୋଗ ପରେ ସୋନାଲି ପଣ୍ଡା କିମ୍ୱା ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁ ଗଣମାଧ୍ୟମରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

;