Ollywood News: ଓଲିଉଡ଼ ଜଗତରୁ ଆସିଲା ଆଉ ଏକ ବଡ଼ ଖବର। ବନ୍ଧା ହେଲେ ଓଡ଼ିଆ ଫିଲ୍ମ'ବଦମାସ୍ ଟୋକା'ର ହିରୋ ଉଦୟନ ଅପରାଜିତ। ଉଧାର ଟଙ୍କା ନେଇଥିଲେ, ହେଲେ ଠିକଣା ସମୟରେ ନ ଫେରାଇବାରୁ ତାଙ୍କୁ ଗିରଫ କରିଛି ଭୁବନେଶ୍ବରର ବରଗଡ଼ ଥାନା ପୋଲିସ। ପୋଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ତେବେ, ଆସନ୍ତୁ ନଜର ପକାଇବା ପୂରା ଘଟଣାକ୍ରମ ଉପରେ...
ସୂଚନା ଅନୁସାରେ, ଅଭିଯୋଗକାରୀ ସରୋଜ କୁମାର ସାହୁଙ୍କ ଏକ ଇସ୍ପାତ୍ କାରଖନାର ଉନ୍ନତି କରିବା ପାଇଁ ୩୧.୫ ଲକ୍ଷ ଟଙ୍କା ଧାର୍ ନେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକ ଚୁକ୍ତିପତ୍ର ମଧ୍ୟ ସ୍ବାକ୍ଷର ହୋଇଥିଲା। ଏପରିକି, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ର ଏକ ଚେକ୍ ମଧ୍ୟ ଆଗୁଆ ଦେଇଥିଲେ।
ALSO READ: FM College Case: ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ପୁଣି ଏତିକି ଦିନ ଜେଲ୍ ରେ ରହିବେ ଅଧ୍ୟାପକ ସମୀର
ALSO READ: ସୁନାଦରେ ରେକର୍ଡ ହ୍ରାସ; ୭୫ ହଜାର ତଳକୁ ଖସିଲା ଭରି ପିଛା ମୂଲ୍ୟ:ଜାଣନ୍ତୁ ଆଜି ଓଡି଼ଶାରେ କେତେ ରହିଛି ରେଟ୍?
ଅଭିଯୋଗକାରୀ ଧାର ନେଇଥିବା ଟଙ୍କାକୁ ଫେରାଇବାକୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ଅଭିନେତା ଉଦୟନ ତାଙ୍କୁ ଟଙ୍କା ଫେରାଇ ନଥିଲେ। ଏବଂ ଏହାସହ ସରୋଜଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।
ଶେଷରେ ଉପାୟ ଶୂନ୍ୟ ହୋଇ ସରୋଜ ଥାନାର ଦ୍ବାରସ୍ତ ହୋଇଥିଲେ। ପରେ ପୋଲିସ୍ ଉଦୟନଙ୍କୁ ବଡ଼ଗଡ଼ କେନାଲ୍ ରୋଡ୍ ନିକଟରୁ ଉଠାଇ ଆଣିଥିଲା। ପଚରା ଉଚରା ପରେ ସେ ନିଜ ଦୋଷ ସ୍ବୀକାର କରିଛନ୍ତି। ପରେ ପୋଲିସ୍ ତାଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଛି।
୪୦ ବର୍ଷିୟ ଅଭିନେତା ଉଦୟନ ଅପରାଜିତ୍ ଙ୍କ ଘର ଯାଜପୁର ଜିଲ୍ଲାର ବଡ଼ମଙ୍ଗଳପୁର ଅଞ୍ଚଳରେ ହୋଇଥିବା ଜଣାପଡିଛି।
ସେ 'ବଦମାସ୍ ଟୋକା' ସହ ଅନ୍ୟ କିଛି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି।
କେବଳ ସେତିକି ନୁହେଁ, ସେ ଛତିଶଗଡ଼ି ଓ କନ୍ନଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ କଳାହାଣ୍ତି ଜିଲ୍ଲାରେ ଏକ ବହୁଭାସୀ ଫିଲ୍ମ ନିର୍ମାଣ କରୁଥିଲେ। ସେଥିରେ ଉଦୟନ ଲିଡ୍ ରୋଲ୍ ରେ ନଜର ଆସିଥିଲେ।
ट्रेन्डिंग फोटोज़