Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଲଗାତର ତିନି ଦିନ ହେବ ସୁନା ଦର ଖସୁଥିବା ବେଳେ ଆଜି ଦରକୁ ନେଇ ଖୁସି ଖବର ଆସିଛି। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଉଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୧,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୯୯,୯୩୦ ଟଙ୍କା ରହିଛି। ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ଖସିଛି।
ALSO READ: Budh Gochar 2025: ଅଗଷ୍ଟରେ ବୁଧଙ୍କ ଶୁଭ ଚଳନ,ଟଙ୍କା ଗଣି ଗଣି ଥକିଯିବେ ଏହିସବୁ ରାଶି!
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୧,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୦୦,୦୮୦ ଟଙ୍କା ରହିଛି। ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା କମିଛି।
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୧,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୯୯,୯୩୦ ଟଙ୍କା ରହିଛି। ଏଠାରେ ମଧ୍ୟ୨୨ ଓ ୨୪ କ୍ୟାରେଟ୍ ଭରି ପିଛା ୫୦୦ ଓ ୫୫୦ ଟଙ୍କା ଖସିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୧,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୯୯,୯୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୫୦୦ ଓ ୫୫୦ ଟଙ୍କା ଖସିଛି।
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୧,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୯୯,୯୩୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୭୪,୯୫୦ ଟଙ୍କା ରହିଛି। ଏ-ଠାର ୨୨,୨୪ ଓ ୧୮ କ୍ୟାରେଟ୍ ରେ ୫୦୦,୫୫୦ ଓ ୪୧୦ ଟଙ୍କା ହ୍ରାସ ପାଇଛି।
ट्रेन्डिंग फोटोज़