Benefits Of Eating Jackfruit: ଖରାଦିନେ ସାଧାରଣତଃ ବିଭିନ୍ନ ପ୍ରକାର ଫଳ ବଜାରରେ ମିଳିଥାଏ। ସେଥିମଧ୍ୟରୁ ପଣସ ହେଉଛି ଅନ୍ୟତମ। ଗ୍ରୀଷ୍ମ ଋତୁରେ ଅତ୍ୟଧିକ ମାତ୍ରାରେ ସବୁଠି ପଣସ ମିଳିଥାଏ। ଅଧିକାଂଶ ଲୋକେ ମଧ୍ୟ ଏହି ଫଳକୁ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକେ ଏହି ଫଳର ନାଁ ଶୁଣିଲେ ନାକ ଟେକନ୍ତି। ତେବେ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପଣସରେ ପ୍ରଚୁର ପରିମାଣରେ ପୋଟାସିୟମ ଓ ଫାଇବର ଭରପୂର ମାତ୍ରାରେ ଥାଏ। ଯାହା ସୁସ୍ଥ ଶରୀର ପାଇଁ ବେଶ୍ ଆବଶ୍ୟକ। ତେବେ, ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ହେଉଛି ଫଳ...
ପଣସ ଖାଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ। ଏଥିରେ ଫାଇବରର ଗୁଣ ଥିବାରୁ ପେଟ ପୂରି ଥିବା ଭଳି ଅନୁଭବ ହୁଏ। ଯାହା ଫଳରେ ଆପଣଙ୍କୁ ଭୋକ ଲାଗି ନ ଥାଏ।
ALSO READ: Health Tips: ଗୁପଚୁପ୍ ଖାଇଲେ ଶରୀରକୁ ମିଳେ ଏହିସବୁ ଫାଇଦା, ଜାଣିଲେ ହେବେ ଆଶ୍ଚର୍ଯ୍ୟ!
ALSO READ: Health Tips: ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ପାଣି, ଏହିସବୁ ରୋଗରୁ ମିଳିବ ମୁକ୍ତି!
ଚକ୍ଷୁ ସମସ୍ୟା ଦୂର କରିବାରେ ସାହାର୍ଯ୍ୟ କରେ। ପଣସରେ ଥିବା ଭିଟାମିନ୍ ଏ ଥିବା କାରଣରୁ ଆଖି ପାଇଁ ଲାଭପ୍ରଦ ହୋଇଥାଏ । ଏହା ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ।
ପଣସରେ ଭିଟାମିନ 'ସି' ର ଗୁଣ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ।
ପଣସରେ ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍ ଥାଏ। ଯାହା ଆପଣଙ୍କ ହାଡ଼କୁ ମଜବୁତ କରିବା ସହିତ ହାଡ଼ ଜନିତ ସମସ୍ୟାକୁ ଦୂର କରେ ।
ହାର୍ଟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ପଣସ। ଏଥିରେ ପୋଟାସିୟମ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହୃଦରୋଗର ଆଶଙ୍କା କମ କରେ।
ପଣସରେ ଫାଇବରର ଗୁଣ ଥିବାରୁ ହଜମ ଶକ୍ତିକୁ ଠିକ୍ ଭାବେ ପରିଚାଳିତ କରିବା ସହିତ କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ ।
କେବଳ ସେତିକି ନୁହେଁ,କ୍ୟାଲସିୟମ , ଫଲିକ୍ ଏସିଡ୍,ମ୍ୟାଗ୍ନେସିୟମ୍,ପୋଟାସିୟମ୍ ଓ ଆଇରନ୍ ପ୍ରଚୁର ପରିମାଣରେ ଥିବାରୁ ଏହା ବିଶେଷକରି, ଥାଇରଏଡ଼ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ।
Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ଟିପ୍ସଗୁଡ଼ିକ କେବଳ ସାଧାରଣ ସୂଚନା ପାଇଁ। ଏହାକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପ୍ରତିକାର ନେବା ପୂର୍ବରୁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଜୀ ଓଡ଼ିଶା ନ୍ୟୁଜ୍ ଏପରି କୌଣସି ଦାବିର ସତ୍ୟତାକୁ ନିଶ୍ଚିତ କରେ ନାହିଁ।
ट्रेन्डिंग फोटोज़