Krishna Janmashtami 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଚଳିତ ମାସ ୧୬ ତାରିଖରେ ଜନ୍ମାଷ୍ଟମୀ ପାଳନ କରାଯିବ। ଏହି ଦିନ ୯ଟା ୩୪ ମିନିଟ୍ ସମୟରେ ସୂର୍ଯ୍ୟ କର୍କଟ ରାଶିକୁ ଚଳନ କରିବାକୁ ଥିବା ବେଳେ ବୁଧ ମଧ୍ୟ ସେହି ରାଶିକୁ ଗୋଚର କରିବେ। ଦିର୍ଘ ୫୦୦ ବର୍ଷ ପରେ, ଏହି ଦୁର୍ଲଭ ଯୋଗ ବା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହୋଇଛି। ଏହି ଯୋଗ କିଛି ରାଶିର ଲୋକଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ, ସୂର୍ଯ୍ୟ ଓ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହିତ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଜନ୍ମାଷ୍ଟମୀରୁ ଚମକିବାକୁ ଯାଉଛି।....
କନ୍ୟା-: ବୁଦ୍ଧାଦିତ୍ୟ ରାଜଯୋଗ ଏ-ହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି,ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଧାର ପଡିଥିବା ଟଙ୍କା ମିଳିବ। ଚାକିରିଆମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ମିଳିବା ସହିତ ଟଙ୍କା ବଢିବ। ପରିବାରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପ୍ରେମ ଜୀବନ ଭଲ ରହିବ। ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: Heavy Rain In Odisha: ଆସୁଛି ଲଘୁଚାପ! ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
ଧନୁ-: ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ସହକର୍ମୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ବ୍ୟବସାୟୀରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟା ଅଙ୍କର ଟଙ୍କା ପାଇବେ। ନିଜ ପିତାମାତାଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ନୂଆ ଚାକିରି ମିଳିବ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ। ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ।
କୁମ୍ଭ-: ବୁଦ୍ଧାଦିତ୍ୟ ଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ବ୍ୟବସାୟୀମାନେ ଦୂରଯାତ୍ରା କରିବେ। ବ୍ୟବସାୟରେ ଅଗ୍ରଗତି କରିବା ସହ ଲାଭ ବଢିବ। ଚାକିରିଆମାନେ,କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ଯେଉଁମାନେ ପୁଞ୍ଜି ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ବିନିଯୋଗ କରନ୍ତୁ, ଭଲ ରିଟର୍ଣ୍ଣ ପାଇବେ। ଲଟେରୀରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़