Advertisement
Photo Details/zeeodisha/odisha2687393
photoDetails0hindi

Shukra Gochar 2025: ଏହିସବୁ ରାଶିଙ୍କୁ ମାଲାମାଲ୍ କରିବେ ଶୁକ୍ର, ଅବିବାହିତଙ୍କର ଫିଟିବ ବିବାହ ଯୋଗ!

Shukra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ,ଧନ ଓ ସମୃଦ୍ଧିର କାରକ ବୋଲି ବିବେଚନା କରାଯାଏ।  ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନଥିବା ବେଳେ ସେହି ଅପ୍ରିଲ୍ ୧୩ ତାରିଖ ସକାଳ ୧୦ଟା ୨୦ ମିନିଟ୍ ସମୟରେ ମେଷ ରାଶିକୁ ଚଳନ କରିବେ। ଶୁକ୍ରଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଶୁଭ ପ୍ରମାଣିତ ହେବ। ତେବେ, ଆସନ୍ତୁ ଜାଣିବା କେଉଁସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ଶୁକ୍ର। ...
 

1/3

ବୃଷ:  ଶୁକ୍ରଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବା ସହ ସମ୍ମାନୀତ ହେବେ।   ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତି ବଦଳିବ। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବ। ନୂଆ ଘର କିମ୍ବା ଜମି କିଣିବେ। ଅଧା ରହିଥିବା ଗୃହ କାର୍ଯ୍ୟ ଶେଷ ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପୁରୁଣା ରୋଗରୁ ମୁକ୍ତି ମିଳିବ। 

ALSO READ: Gold Rate Today: ନୂଆ ସୁନା ଦର ଜାରି, ୬୮ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ

ALSO READ:  Budha Gochar 2025: ବୁଧଙ୍କ ଶୁଭ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟାଙ୍କ୍ ବାଲାନ୍ସ ବଢିବା ସହ ପାଇବେ ଖୁସି ଖବର

 

2/3

କନ୍ୟା: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ଧନବାନ୍ କରାଇବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ବ୍ୟବସାୟରେ ପୁରୁଣା ଯୋଜନାକୁ କାର୍ଯ୍ୟକାରୀ କରି, ସେଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫରି ମିଳିବ। ଆର୍ଥିକ ଦେଣନେଣ ପାଇଁ ସମୟ ଭଲ ରହିବ।  ପିତାମାତାଙ୍କ ସହ ଧାର୍ମିକ ସ୍ଥାନ ପରିଦର୍ଶନ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ୍ ହେବ। ପ୍ରେମ ବିବାହରେ ଆସୁଥିବା ବାଧା,ବିଘ୍ନ ଦୂର ହେବ। ବିଦେଶରେ ଚାକିରି କରିବା ଇଚ୍ଚା କରିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। 

3/3

ଧନୁ :  ଧନୁ ରାଶିଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିବେ। ବଡ଼ ଡିଲ୍ ଫାଇନାଲ୍ କରିବେ,ଯେଉଁଥିରୁ ଭଲ ଦ୍ବି-ପଇସା ରୋଜଗାର କରିବେ। ଯେଉଁମାନେ, କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଆର୍ଥିକ କାରବାର ପାଇଁ ସମୟ ଶୁଭ ରହିବ।  ବ୍ୟବସାୟରେ ବାକି ପଡିଥିବା ଚଙ୍କା ମିଳିବ। କର୍ମକ୍ଷେତ୍ରରୁ ମଧ୍ୟ ଶୁଭଫଳ ପାଇବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ଡେଟ୍ ରେ ଯିବେ। ଦାମୀ ଉପହାର ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;