Sun Transit in Leo 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଅଗଷ୍ଟ ୧୭ ତାରିଖ ଦିନ ସକାଳ ୧୦ଟା ୪୫ ମିନିଟ୍ ସମୟରେ ସିଂହ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ଶୁଭ ଚଳନ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି କ୍ୟାରିୟରରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଅଗଷ୍ଟ ୧୭ ରୁ ଚମକିବାକୁ ଯାଇଛି। ....
ମିଥୁନ:- ସୂର୍ଯ୍ୟଙ୍କ ଶୁଭ ଚଳନ ଏହି ରାଶି ପାଇଁ ବରଦାନ ପାଲଟିବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପ୍ରଂଶାସା ସାଉଁଟିବା ସହ ଅଧା ରହିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାରେ ସମର୍ଥ ହେବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ନୂଆ ଚାକିରି ମିଳିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: ଆଶାୟୀଙ୍କ ପାଇଁ ଖୁସି ଖବର,ଏହି ମାସରେ ହେବ RI ଓ ଅମିନ ପ୍ରିଲିମ୍ ପରୀକ୍ଷା
ALSO READ: Guru Gochar 2025: ବୃହସ୍ପତିଙ୍କ ଓଲଟା ଚଳନ, ମାଲାମାଲ୍ ହେବେ ଏହି ୩ ରାଶି!
ସିଂହ:-ସୂର୍ଯ୍ୟଙ୍କ ଶୁଭ ଚଳନ ଏହି ରାଶିକୁ ମାଲାମାଲ୍ କରିବ। ବିଶେଷକରି, ଏ-ହି ସମୟ ମଧ୍ୟରେ ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବେ। ପରିବାର କିମ୍ବା ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। କର୍ମକ୍ଷେତ୍ରରୁ ଚାକିରିଆମାନଙ୍କୁ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ୍ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ସେମାନେ ଭଲ ରେଜଲ୍ଟ କରିବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଯେଉଁମାନେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏ-ହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ଶିକ୍ଷା କ୍ଷେତ୍ରରେ କାର୍ଯରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ।
ତୁଳା:-ସୂର୍ଯ୍ୟଦେବଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ, ସଫଳତା ପାଇବେ। ବ୍ୟବସାୟରେ ଅଗ୍ରଗତି କରିବେ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି-ଖବର ପାଇବେ। ନୂଆ ଘର ଓ ଗାଡ଼ି କିଣିବାର ଇଚ୍ଛା ପୂରଣ ହେବ। ଦିର୍ଘ ଦିନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ପରିବାରରେ କୌଣସି ଏକ ମାଙ୍ଗଳିକ କାର୍ଯ୍ୟ ହେବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ସମୟ ଶୁଭ ରହିବ। ବିଦେଶ ଯିବାର ଇଚ୍ଛା ପୂରା ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ଧନୁ:- ସୂର୍ଯ୍ୟଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବେ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିଛି। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଏହି ସମୟ ମଧ୍ୟରେ ପ୍ରତ୍ୟକ କାର୍ଯ୍ୟ କରିବାକୁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବିଶେଷକରି,ସରକାରୀ ଚାକିରିଆମାନେ ବିଶେଷ ଭାବରେ ଲାଭବାନ୍ ହେବେ। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବେ। ଯେଉଁମାନେ, ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ଡେଟ୍ ରେ ଯିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କୁମ୍ଭ:- ସୂର୍ଯ୍ୟଙ୍କ ଗୋଚର ଏହି ରାଶିକୁ ମାଲାମାଲ୍ କରିବ। ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ କମ୍ପାନୀରୁ ଭଲ ଚାକିରି ଅଫର ଆସିପାରେ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିଛି। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ସୂର୍ଯ୍ୟଙ୍କ କୃପାରୁ ଲଟେରୀରୁ ଲାଭବାନ୍ ହେବେ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ସ୍ବାସ୍ଥ୍ୟ ଭଲ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़