Advertisement
Photo Details/zeeodisha/odisha2670608
photoDetails0hindi

Today Horoscope: ଆଜି ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର ?

Horoscope Today 6 March 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୬ ହେଉଛି ଗୁରୁବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ: ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ। ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। 

ALSO READ: Guru Uday 2025: ୫ରାଶିଙ୍କ ଭାଗ୍ୟ ଫିଟାଇବେ ବୃହସ୍ପତି, ଟଙ୍କା ବର୍ଷା ହେବା ସହ କ୍ୟାରିୟରରେ ମିଳିବ ସଫଳତା!

ALSO READ: Grah Yuti 2025: ମାର୍ଚ୍ଚ ୩୦ ରୁ ଚମକିବ ଏହି ତିନି ରାଶିଙ୍କ ଭାଗ୍ୟ, ବ୍ୟବସାୟୀ ଓ ଚାକିରିଆ ହେବେ ମାଲାମାଲ୍

2/12
ବୃଷ:  କର୍ମ କ୍ଷେତ୍ରରେ ସଫଳତା ମିଳିବ। ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁସୂତ୍ରରୁ ଲାଭବାନ୍ ହେବେ।  କୌଣସି ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି । ବଡ଼ କମ୍ପାନୀରୁ ଚାକିରି ଅଫର ଆସିବାର ସମ୍ଭାବନା ରହିଛି । ଧାର କରଜରୁ ମୁକ୍ତି ମିଳିବ ।

3/12
ମିଥୁନ:  ଆଜିର ଦିନଟି ସତର୍କତାର ସହ ଚଳିବାକୁ ପଡିବ।  କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ।  ଶାରୀରିକ କ୍ଲେଶ ଅନୁଭବ କରିବେ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। 

4/12
  କର୍କଟ: ବ୍ୟବସାୟୀଙ୍କୁ ମୋଟା ଅଙ୍କର ଲାଭ ମିଳିବାର ସମ୍ଭାବନା ରହିଛି । ମନ ପ୍ରସନ୍ନ ରହିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ମହିଳାମାନେ ଗୃହ ନିପୁଣା ହେବେ।  ବୈବାହିକ ଓ ପାରିବାରିକ ଜୀବନରେ ଖୁସିର ଲହରୀ ଦେଖାଦେବ । ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିପାରନ୍ତି ।

5/12
ସିଂହ: ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଦେହ ଓ ମନ ଭଲ ରହିବ।  ଗୃହକୁ ବନ୍ଧୁ ଆଗମନ ହେବ। ଉଚ୍ଚଶିକ୍ଷା ପାଇଁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନିଜ ସାଥୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । 

6/12
କନ୍ୟା:  କର୍ମକ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ। ଶୁଭ କାର୍ଯ୍ୟରେ ଯୋଗ ଦେବେ। ଶରୀର ସୁସ୍ଥ ରହିବ। ଦିନଟି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ଅତିବାହିତ ହୋଇପାରେ । କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି । ରାଜନୀତି କ୍ଷେତ୍ରରେ ଶୁଭଫଳ ମିଳିପାରେ ।

7/12

ତୁଳା: କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ନୂତନ ବସ୍ତ୍ରାଦି କ୍ରୟ କରିବେ। ପାରିବାରିକ ସୁଖଶାନ୍ତି ବିରାଜମାନ ହେବ। 

8/12
ବିଛା: ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ଜନତାଙ୍କ ଆଦର ପାଇବେ। ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ। ଈଶ୍ୱର ବିଶ୍ୱାସୀ ହେବେ। ଦାନ ଧର୍ମ ପ୍ରତି ମନ ବଳିବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ।  ମନ ପ୍ରସନ୍ନ ରହିବ। 

9/12

ଧନୁ: ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ। କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ। ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ।  ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ। 

10/12

ମକର: ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ। ଶରୀର ଆରୋଗ୍ୟ ରହିବ।  ପାରିବାରିକ ସୁଖଶାନ୍ତି ଲାଭ କରିବେ। ଛାତ୍ରଛାତ୍ରୀମାନେ ପଡାପଢିରେ ଭଲ କରିବେ। 

11/12
କୁମ୍ଭ: ବିବାଦୀୟ ଘଟଣାର ଅବସାନ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ। ଦେହ ଓ ମନ ସୁସ୍ଥ ରହିବ। ସୁଖ ସମ୍ମାନ ମିଳିବ। 

12/12

ମୀନ: କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ। ନୂତନ ଦ୍ରବ୍ୟ ଆଦି କ୍ରୟ କରିବେ। ଆୟ ପୂର୍ବବତ ରହିବ। ବ୍ୟବସାୟୀମାନେ ଆଶାନୁରୂପକ ଲାଭ ପାଇବେ। ସ୍ୱାସ୍ଥ୍ୟ ସଚେତନ ହେବ। 

;